ETV Bharat / entertainment

ବାପା ମହେଶ ଭଟ୍ଟଙ୍କ ସହ ଚର୍ଚ୍ଚିତ କିସ୍‌ ସିନକୁ ନେଇ ମୁହଁ ଖୋଲିଲେ ପୂଜା ଭଟ୍ଟ

ପିତାଙ୍କ ସହ ଭାଇରାଲ ହେଉଥିବା ଚୁମ୍ବନ ଭିଡିଓ ଉପରେ ନୀରବତା ଭାଙ୍ଗିଛନ୍ତି ଝିଅ ପୂଜା ଭଟ୍ଟ । ତେବେ ଆସନ୍ତୁ ଜାଣିବା କ’ଣ କହିଛନ୍ତି ଅଭିନେତ୍ରୀ ।

ପୂଜା ଭଟ୍ଟ
ପୂଜା ଭଟ୍ଟ
author img

By ETV Bharat Odisha Team

Published : Sep 11, 2023, 1:48 PM IST

ହାଇଦ୍ରାବାଦ: ଛୋଟ ପରଦାର ବିବାଦୀୟ ରିଆଲିଟି ସୋ 'ବିଗ୍ ବସ୍ OTT 2' ଶେଷ ହୋଇଛି, କିନ୍ତୁ ଏହି ଶୋ’ରେ ନଜର ଆସିଥିବା ପ୍ରତିଯୋଗୀମାନେ କ୍ରମାଗତ ଭାବରେ ଲାଇମ୍‌ଲାଇଟ୍ ଅଛନ୍ତି । ଶୋ’ର ବିଜେତା ଏଲଭିଶ ଯାଦବଙ୍କ ଠାରୁ ଆରମ୍ଭ କରି ମନୀଷା ରାନୀ, ଜିଆ ଶଙ୍କର ଏବଂ ଅଭିଷେକ ମାଲହାନ ପର୍ଯ୍ୟନ୍ତ ସମସ୍ତେ ନିଜର ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି, କିନ୍ତୁ ଏସବୁ ମଧ୍ୟରେ ପୂଜା ଭଟ୍ଟ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଟିଟ୍‌-ଚାଟ୍ କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ନିକଟରେ ପୂଜା ତାଙ୍କ ପିତାଙ୍କ ସହ ଭାଇରାଲ ଚୁମ୍ବନ ଭିଡିଓ ଉପରେ ନୀରବତା ଭାଙ୍ଗିଛନ୍ତି ।

ଭାଇରାଲ୍ ଚୁମ୍ବନ ଭିଡିଓ ଉପରେ ପୂଜା ଭଟ୍ଟଙ୍କ ପ୍ରତିକ୍ରିୟା

ନିକଟରେ ପୂଜା ଭଟ୍ଟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପୂଜା ଭଟ୍ଟ ତାଙ୍କ ପିତା ମହେଶ ଭଟ୍ଟଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ। ଏହି ଚୁମ୍ବନ ଫଟୋ ଏକ ପତ୍ରିକା କଭର ପାଇଁ ସୁଟ୍ କରାଯାଇଥିଲା । ବର୍ତ୍ତମାନ ଏକ ସାକ୍ଷାତକାରରେ ପୂଜାଙ୍କୁ ପଚରାଯାଇଥିଲା ଯେ, କ’ଣ ଏହି ଫଟୋ କ୍ଲିକ୍ କରି ଆଜି ଦୁଃଖିତ କି? ଏଥିରେ ଅଭିନେତ୍ରୀ ଉତ୍ତର ଦେଇ କହିଥିଲେ, ‘‘ନା, କାରଣ ମୁଁ ଏହାକୁ ଅତି ସରଳ ଭାବରେ ଦେଖୁଛି । ମୁଁ ସେହି ଲୋକମାନଙ୍କ ପାଇଁ ବହୁତ ଖରାପ ଅନୁଭବ କରୁଛି ଯେଉଁମାନେ ଏହି ଫଟୋକୁ ଅନ୍ୟ ଏକ କୋଣ ବା ଆଙ୍ଗେଲ ଦେଉଛନ୍ତି।’’

ଏହା ମଧ୍ୟ ପଢନ୍ତୁ: ମହେଶଙ୍କ ମିଛ ମୃତ୍ୟୁ ଖବର ନେଇ ରାଗିଲେ ପୂଜା ଭଟ୍ଟ

ଲୋକେ କିଛି ଭାବିବା ପାଇଁ ସ୍ବତନ୍ତ୍ର ଅଟନ୍ତି କହିଲେ ପୂଜା

ପୂଜା ଆହୁରି କହିଛନ୍ତି, ‘‘ମୋର ମନେ ଅଛି ଥରେ ଶାହାରୁଖ ମୋତେ କହିଥିଲେ ଯେ ଯେତେବେଳେ ପିଲାମାନେ ଛୋଟ ଥାନ୍ତି, ସେମାନେ ପ୍ରାୟତଃ ସେମାନଙ୍କ ପିତାମାତାଙ୍କୁ ଚୁମ୍ବନ ଦେବାକୁ କୁହନ୍ତି। ଏହା ହେଉଛି ସେମାନଙ୍କ ପିତାମାତାଙ୍କ ପାଇଁ ପିଲାମାନଙ୍କର ଭଲପାଇବା । ବାପା ଏବଂ ଝିଅ ମଧ୍ୟରେ ଥିବା ସମ୍ପର୍କକୁ ଆଉ ଏକ କୋଣ ଦେବା ଠିକ୍ ନୁହେଁ । ଏହା ଏକ ମୁହୂର୍ତ୍ତ ଥିଲା ଏବଂ ମୁଁ ଏହା ଉପରେ କୌଣସି ସଫେଇ ଦେବାକୁ ଚାହୁଁନାହିଁ ।’’

ଟ୍ରୋଲଙ୍କୁ ଗାଳି ଦେଇଥିଲେ ପୂଜା

ଟ୍ରୋଲରଙ୍କ ଉପରେ ବର୍ଷିବା ସହିତ ପୂଜା ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭାବୁଛି ଯିଏ ପିତା ଏବଂ ଝିଅର ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇ ପାରୁଛନ୍ତି, ସେ ଏହାଠାରୁ ଅଧିକା ଖରାପ ଚିନ୍ତା କରିବାରେ ସକ୍ଷମ ଅଟନ୍ତି। ତେଣୁ, ମୁଁ କାହାକୁ କୌଣସି ସଫେଇ ଦେବି ନାହିଁ, ଲୋକମାନେ କିଛି ଭାବିବା ପାଇଁ ମୁକ୍ତ ବା ସ୍ତତନ୍ତ୍ର ଅଟନ୍ତି । ଉଲ୍ଲେଖନୀୟ ଯେ, ପୂଜା ହେଉଛନ୍ତି ବିଗ୍ ବସ୍ OTT ରନର୍ ଅପ୍ । ବିଗ୍ ବସ୍ ଘରେ ଦର୍ଶକ ତାଙ୍କ ଖେଳକୁ ବହୁତ ପସନ୍ଦ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.