ETV Bharat / entertainment

PS-2 Trailer OUT: ପୋନିୟିନ୍ ସେଲଭାନ୍ ପାର୍ଟ 2ର ଦମଦାର ଟ୍ରେଲର ରିଲିଜ

author img

By

Published : Mar 30, 2023, 1:48 PM IST

ସାଉଥ ପିଲ୍ମ ପୋନିୟିନ୍ ସେଲଭାନ୍ ପାର୍ଟ-୨ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ସାଉଥ ଅଭିନେତା ବିକ୍ରମ, ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ସମେତ ଅନ୍ୟ କଳାକାର ନଜର ଆସିବେ । ଅଧିକ ପଢନ୍ତୁ

'ପୋନିୟିନ୍ ସେଲଭାନ୍ ପାର୍ଟ 2'ର ଟ୍ରେଲର ରିଲିଜ

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ନିର୍ଦ୍ଦେଶକ ମଣି ରତ୍ନାମଙ୍କ ଫିଲ୍ମ 'ପୋନିୟିନ ସେଲଭାନ ପାର୍ଟ 2' ର ଟ୍ରେଲର ରିଲିଜ ହୋଇଛି । ସାଉଥ ସୁପରଷ୍ଟାର କମଲ ହାସନ 'PS-2' ର ଟ୍ରେଲର ରିଲିଜ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଟ୍ରେଲର ରିଲିଜ ହୋଇଥିବା ବେଳେ ଫ୍ୟାନ୍ସ ମାନେ ଏହାକୁ ଖୁବ ଲାଇକ କରିବା ସହ ଫିଲ୍ମକୁ ଦେଖିବାକୁ ଉତ୍ସାହିତ ଅଛନ୍ତି ।

  • " class="align-text-top noRightClick twitterSection" data="">

'ପୋନିୟିନ ସେଲଭାନ ପାର୍ଟ 2' ଫିଲ୍ମରେ ସାଉଥ ଅଭିନେତା ବିକ୍ରମ, ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ସମେତ ପ୍ରକାଶ ରାଜ, ଜୟମ ରବି, କାର୍ଥୀ ଏବଂ ଅନ୍ୟ କଳାକାରଙ୍କୁ ଦେଖିବାକୁ ମିଳିବ । 'ପୋନିୟିନ୍ ସେଲଭାନ୍ ପାର୍ଟ-୨'ର ଟ୍ରେଲର ଫିଲ୍ମର ପ୍ରଥମ ଭାଗ ଅପେକ୍ଷା ଅଧିକ ଦମଦାର ରହିଛି । ଦର୍ଶକମାନେ 'ପୋନିୟିନ୍ ସେଲଭାନ୍ ପାର୍ଟ 2'ର ଟ୍ରେଲରକୁ ମଧ୍ୟ ପସନ୍ଦ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଏବଂ ଫିଲ୍ମର ପ୍ରଶଂସା କରି ବ୍ଲକବଷ୍ଟର ଫିଲ୍ମ ବୋଲି କହିଛନ୍ତି ।

ତେବେ ଟ୍ରେଲର ଏକ ଦମଦାର ସିନରୁ ଆରମ୍ଭ ହୋଇଛି । ଯେଉଁଥିରେ ଦୁଇ ଜଣ ସମୁଦ୍ରରେ ବୁଡ଼ି ଯାଉଥିବାର ନଜର ଆସିଛନ୍ତି । ଟ୍ରେଲର ଗୁଡିକ ତାମିଲ ଭାଷାରେ ରହିଥିବା ବେଳେ ଏହାର ଟ୍ରେଲରେ ଦମଦାର ସିନ ଦେଖିବାକୁ ମିଳିଛି । ସାଉଥ ଅଭିନେତା ବିକ୍ରମଙ୍କ ଅଙ୍ଗଭଙ୍ଗୀ ଟ୍ରେଲରକୁ ବେଶ ଦମଦାର କରିଛି । ଏଥିସହ ଏଠାରେ ଐଶ୍ବର୍ଯ୍ୟା ରାୟଙ୍କ ଏଣ୍ଟ୍ରି ମଧ୍ୟ ଖୁବ ଆକର୍ଷଣୀୟ ରହିଛି । ଯେଉଁଥିରେ ଐଶ୍ବର୍ଯ୍ୟାଙ୍କୁୁ ବୃଦ୍ଧା ଭୂମିକାରେ ମଧ୍ୟ ଦେଖିବାକୁ ମିଳିଛି ।

'ପୋନିୟିନ ସେଲଭାନ ପାର୍ଟ 2' ଫିଲ୍ମ ଏପ୍ରିଲରେ 28ରେ ସିନେମାହଲରେ ରିଲିଜ କରିବାକୁୁ ଯାଉଛି । ସାଉଥ ନିର୍ଦ୍ଦେଶକ ମଣି ରତ୍ନାମ ଚୋଳ ସାମ୍ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ଏକ ସମ୍ପୂର୍ଣ୍ଣ ଫିଲ୍ମ ନିର୍ମାଣ କରିଛନ୍ତି (ଯିଏ ଦେଶକୁ 1500 ବର୍ଷ ଶାସନ କରିଥିଲା)। ଫିଲ୍ମର କାହାଣୀକୁ କାଲ୍କିଙ୍କ ଉପନ୍ୟାସରୁ ନେଇ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଏବଂ ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ସହ ଫିଲ୍ମ ଧମାକା କରିବ ବୋଲି କୁହାଯାଉଛି ।

ତେବେ ସାଉଥ ଅଭିନେତା ବିକ୍ରମ ଅନେକ ହିଟ ଫିଲ୍ମ ଦେଇ ବେଶ ଲୋକପ୍ରିୟତା ସାଉଁଟିଥିବା ବେଳେ ବଲିଉଡ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ମଧ୍ୟ ଅନେକ ହିଟ ଫିଲ୍ମ ଦେଇ ସଫଳତା ହାସଲ କରିଛନ୍ତି । ତେବେ ଏହି ଉଭୟ ଷ୍ଟାରର ଫିଲ୍ମ 'ପୋନିୟିନ ସେଲଭାନ' ପ୍ରଥମ ଭାଗ 2022 ସେପ୍ଟେମ୍ବର 30ରେ ରିଲିଜ ହୋଇଥିଲା । ଯାହା ବେଶ ଲୋକପ୍ରିୟତା ହାସଲ କରିଥିଲା । ସେହିପରି ଦ୍ବିତୀୟ ଭାଗ ମଧ୍ୟ ଲୋକପ୍ରିୟତା ହାସଲ ସହ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.