ETV Bharat / entertainment

ଓଡ଼ିଶା ପ୍ରେମରେ ପ୍ରଧାନମନ୍ତ୍ରୀ; ଓଡ଼ିଆ ରାମ ଭଜନ କଲେ ସେୟାର, କୃତଜ୍ଞତା ଜଣାଇଲେ ନମିତା ଅଗ୍ରୱାଲ

author img

By ETV Bharat Odisha Team

Published : Jan 18, 2024, 2:26 PM IST

Updated : Jan 19, 2024, 10:58 AM IST

Modi Shares Odia Bhajan: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବିଶ୍ବବାସୀ ଉତ୍ସାହିତ । ଏହି ଅବସରରେ ମୋଦି ଗୋଟିଏ ପରେ ଗୋଟିଏ ଗାୟକଙ୍କ 'ରାମ ଭଜନ' ସେୟାର କରୁଥିବା ବେଳେ, ଏବେ ନମିତା ଅଗ୍ରୱାଲଙ୍କ ଓଡ଼ିଆ ରାମ ଭଜନ 'ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ' ସେୟାର କରିଛନ୍ତି । ତେବେ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଏହି ଗୀତ ସେୟାର ହେବାରେ ସେ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା; ଓଡ଼ିଶା ପ୍ରେମରେ ମୋଦି, ଓଡ଼ିଆ ରାମ ଭଜନ କଲେ ସେୟାର
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା; ଓଡ଼ିଶା ପ୍ରେମରେ ମୋଦି, ଓଡ଼ିଆ ରାମ ଭଜନ କଲେ ସେୟାର
ଓଡ଼ିଶା ପ୍ରେମରେ ପ୍ରଧାନମନ୍ତ୍ରୀ; ଓଡ଼ିଆ ରାମ ଭଜନ କଲେ ସେୟାର, କୃତଜ୍ଞତା ଜଣାଇଲେ ନମିତା ଅଗ୍ରୱାଲ

ହାଇଦ୍ରାବାଦ: ଜାନୁଆରୀ ୨୨ରେ ଅଯୋଧ୍ୟା ଇତିହାସରେ ଲେଖିବ ନୂଆ କାହାଣୀ । ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଐତିହାସିକ ସମାରୋହ ପାଇଁ ଉତ୍ସାହିତ ବିଶ୍ବବାସୀ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି କଣ୍ଠଶିଳ୍ପୀମାନଙ୍କ ସୁନ୍ଦର ରାମ ଭଜନଗୁଡ଼ିକୁ ନିଜ ସୋସିଆଲ ମିଡିଆରେ ସେୟାର କରି ଖୁବ ପ୍ରଶଂସା କରୁଛନ୍ତି । ନିକଟରେ ବଲିଉଡ ଗାୟକଙ୍କ ଗୀତ ସେୟାର କରିବା ପରେ ଏବେ ମୋଦି ଓଡ଼ିଆ ରାମ ଭଜନ ସେୟାର କରିଛନ୍ତି ।

  • There is devotion towards Prabhu Shri Ram in every part of India. In every language also you’ll find several Bhajans devoted to him. Here is one such effort in Odia… #ShriRamBhajan https://t.co/JCWTudS13O

    — Narendra Modi (@narendramodi) January 18, 2024 " class="align-text-top noRightClick twitterSection" data=" ">

ମୋଦି ଏକ୍ସରେ ଓଡ଼ିଆ ରାମ ଭଜନ ଗୀତ 'ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ'କୁ ସେୟାର କରିଛନ୍ତି । ସେ ଦେଶର କୋଣ ଅନୁକୋଣରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ରହିଥିବା ବେଳେ ସମସ୍ତ ଲୋକ ଶ୍ରୀ ରାମଙ୍କ ପାଇଁ ଉତ୍ସଗୀକୃତ ଥିବା ଦର୍ଶାଇଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ''ଭାରତର କୋଣ ଅନୁକୋଣ ଲୋକଙ୍କ ମଧ୍ୟରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତିଭରି ରହିଛି । ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣଙ୍କ ତାଙ୍କ ପାଇଁ ଉତ୍ସର୍ଗୀକୃତ ଭଜନ ପାଇବେ । ଏହିପରି ଓଡ଼ିଆ ଭାଷାରେ ଗୋଟିଏ ପ୍ରୟାସ ହୋଇଛି ।'

କହିରଖୁଛୁ କି, 'ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ' ଏହି ଭଜନଟିକୁ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗାଇଛନ୍ତି । ଭଜନଟିରେ ମ୍ୟୁଜିକ ସରୋଜ ରଥ ଦେଇଥିବା ବେଳେ ଲିରିକ୍ସ ଲେଖିଛନ୍ତି ଅରୁଣ ମନ୍ତ୍ରୀ । ନମିତା ଅଗ୍ରୱାଲଙ୍କ ଏହି ଗୀତ ସେୟାର ହେବା ପରେ ପିଏମଙ୍କୁ କୃତଜ୍ଞତା ଜଣାଇଛନ୍ତି କଣ୍ଠଶିଳ୍ପୀ । ସେ କହିଛନ୍ତି ଯେ, ମୋ ଗୀତକୁ ଭଲପାଇବା ଦେଇଥିବାରୁ ମୁଁ ମୋଦିଜୀଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଗତ ୩୦ ବର୍ଷ ଧରି ଭଜନ ଗାଉଥିଲି । ହେଲେ ଆଜି ମୁଁ ସବୁକିଛି ପାଇଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଓଡ଼ିଆ ଭଜନ ସେୟାର କରିଥିବା ବେଳେ ତାଙ୍କର ଏହି ପୋଷ୍ଟ ଏହା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ସମସ୍ତେ ଲାଇକ କରିଥିବା ବେଳେ ସବୁ ଓଡ଼ିଆ ବେଶ ଖୁସିବ୍ୟକ୍ତ କରିବା ସହ ଏହାକୁ ଗର୍ବର ବିଷୟ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀରାମଙ୍କ ପ୍ରେମରେ ମୋଦି, ସେୟାର କରୁଛନ୍ତି ଗୋଟେ ପରେ ଗୋଟେ କଣ୍ଠଶିଳ୍ପୀଙ୍କ ଭଜନ

ସୂଚନା ଥାଉ କି, ପୂର୍ବରୁ ମୋଦି ଗାୟିକା ସ୍ବାତୀ ମିଶ୍ରାଙ୍କ ରାମ ଭଜନ ସେୟାର କରିଥିଲେ । ପରେ ବଲିଉଡ ଗାୟକ ହଂସରାଜ ରଘୁବଂଶୀ ଏବଂ ଜୁବିନ ନୌଟିଆଲଙ୍କ ରାମ ଭଜନକୁ ସେୟାର କରି ଖୁବ ପ୍ରଶଂସା କରିଥିଲେ । ତେବେ ଆସନ୍ତା ୨୨ରେ ପ୍ରଭୁ ଶ୍ରୀ ରାମ ଲଲାଙ୍କ ମନ୍ଦିର ଉଦଘାଟନକୁ ନେଇ ସାରା ବିଶ୍ବବାସୀ ଚାହିଁରହିଛନ୍ତି ଏବଂ ଏହି ଐତିହାସିକ ସମାରୋହ ପାଇଁ ସମସ୍ତେ ବେଶ ଉତ୍ସାହିତ ଥିବା ବେଳେ ଏବେ ଠାରୁ ପ୍ରଭୁ ଶ୍ରୀରାମଙ୍କ ଭକ୍ତିମୟରେ ଘୁଞ୍ଜିଲାଣି ପୁରା ଦେଶ ।

Last Updated : Jan 19, 2024, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.