ETV Bharat / entertainment

The Elephant Whisperers: ରିଅଲ ହିରୋ ହିରୋଇନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି - ଓସ୍କାର

ଓସ୍କାର ବିଜେତା ଡକ୍ୟୁମେଣ୍ଟାରୀ ଦି ଏଲିଫ୍ୟାଣ୍ଟ ହ୍ବିସପରର୍ସର ରିଅଲ ହିରୋ ହିରୋଇନ ବୋମ୍ମାଇ ଓ ବେଲ୍ଲିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi meets Bomman and Bellie
PM Modi meets Bomman and Bellie
author img

By

Published : Apr 9, 2023, 9:14 PM IST

ହାଇଦ୍ରାବାଦ: ଡକ୍ୟୁମେଣ୍ଟାରୀ ଦି ଏଲିଫ୍ୟାଣ୍ଟ ହ୍ବିସପରର୍ସ ଓସ୍କାର ଜିତି ଭାରତକୁ ଗୌରବାନ୍ବିତ କରିଛି । ଓସ୍କାର ଜିତିବା ପରେ ପ୍ରଥମ ଥର ପାଇଁ ରିଅଲ ହିରୋ ହିରୋଇନ ବୋମାନ ଓ ବେଲ୍ଲିଙ୍କୁ ରବିବାର ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏମାନେ ପ୍ରଥମ ଥର ଲାଗି ମୋଦିଙ୍କୁ ଭେଟିଥିବା ବେଳେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଏହି ଦମ୍ପତିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଓସ୍କାର ଜିତିଥିବା ଡକ୍ୟୁମେଣ୍ଟାରୀ ଫିଲ୍ମ ।

ତାମିଲନାଡୁର ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ଥେପ୍ପାକାଡୁ କ୍ୟାମ୍ପରେ ବୋମାଇ ଓ ବେଲ୍ଲିଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାର ଏକ ଭିଡିଓ ମଧ୍ୟ ଜାରି ହୋଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ହାତୀମାନଙ୍କୁ ଆଖୁ ଖୁଆଉଥିବାର ଦେଖିବାକୁ ମିଳିଛି । ମୋଦିଙ୍କ ନିକଟରେ ଏହି ହୃଦୟବାନ ଦମ୍ପତି ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାସହିତ ମୋଦି ଉକ୍ତ ଅଭୟାରଣ୍ୟର ଫିଲ୍ଡ ନିର୍ଦ୍ଦେଶକଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । ସୁପରିଚାଳନାରେ ନିକଟରେ ଏହି ଅଭୟାରଣ୍ୟ ଶ୍ରେଷ୍ଠରେ ରହି ପ୍ରଶଂସା ସାଉଣ୍ଟିଥିଲା ।

ଏହା ବି ପଢନ୍ତୁ- Oscars 2023: ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସ ହାତେଇଲା ଓସ୍କାର ଆୱାର୍ଡ

ବୋମ୍ମାନ ଓ ବେଲ୍ଲି ପ୍ରଧାନମନ୍ତ୍ରୀଙ୍କୁ ନିଜ କ୍ୟାମ୍ପକୁ ସ୍ବାଗତ କରିଥିଲେ । ଏହାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏକାଡେମୀ ଆୱାର୍ଡ ଓସ୍କାର ଜିତିଥିବା ଦି ଏଲିଫ୍ୟାଣ୍ଟ ହ୍ବିସପର୍ସ ହେଉଛି ୪୧ ମିନିଟର ଏକ ଡକ୍ୟୁମେଣ୍ଟାରୀ । ଏଥିରେ ଅନାଥ ହାତୀ ଛୁଆ ରଘୁ ଓ ଏହି ଦମ୍ପତିଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ଦର୍ଶାଇଛି । ପିତାମାତା ଛେଉଣ୍ଡ ହାତୀ ଛୁଆ ରଘୁକୁ ଏହି ଦମ୍ପତି ନିଜ ସନ୍ତାନ ପରି ଲାଳନ ପାଳନ କରିଥିଲେ । ଯାହାକି ପଶୁ ଓ ମଣିଷର ସମ୍ପର୍କକୁ ଦର୍ଶାଇଛି ।

ଏହା ବି ପଢନ୍ତୁ-ଓସ୍କାର ଜିତିଲା 'ଏଲିଫ୍ୟାଣ୍ଟ ହୁଇସପରର୍ସ', ସ୍ମୃତି ବଖାଣିଲେ ରିଅଲ ହିରୋଇନ ବେଲ୍ଲି

ଏହି ଡକ୍ୟୁମେଣ୍ଟାରୀରେ କାର୍ତ୍ତିକୀ ଗୋନସ୍ଲେଭସ ନିର୍ଦ୍ଦେଶନା ଦେଇଥିବା ବେଳେ ଗୁନିତ ମୋଙ୍ଗା ଏଥିରେ ପ୍ରଯୋଜନା ଦେଇଥିଲେ । ଏମାନେ ମଧ୍ୟ ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଓସ୍କାର ଜିତି ସାରା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ବେଳେ ଦେଶକୁ ସାରା ବିଶ୍ବରେ ପରିଚିତ କରିଥିବାରୁ ମୋଦି ପୁରା ଟିମ୍‌କୁ ଧନ୍ୟବାଦ ଜଣାଇଥିଲେ । ୯୫ତମ ଓସ୍କାର ଆୱାର୍ଡ ସେରିମନିରେ ଦି ଏଲିଫ୍ୟାଣ୍ଟ ହ୍ବିସପରର୍ସ ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟରେ ଓସ୍କାର ଜିତିଥିଲା । ଏହି ଡକ୍ୟୁମେଣ୍ଟାରୀକୁ ଆପଣ ନେଟଫ୍ଲିକ୍ସରେ ଦେଖିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.