ETV Bharat / entertainment

ପ୍ଲିଜ୍‌ ମୋ ଫିଲ୍ମ ଲାଲ୍‌ ସିଂ ଚଢା ଦେଖନ୍ତୁ, ବଏକଟ କରନ୍ତୁ ନାହିଁ: ଅମିର ଖାନ୍

ଅମିର ଖାନଙ୍କ ଫିଲ୍ମ ଲାଲ୍‌ ସିଂହ ଚଢ଼ା ଅଗଷ୍ଟ ୧୧ରେ ରିଲିଜ ହେବ । ରିଲିଜ ପୂର୍ବରୁ ବଏକଟ୍‌ ଲାଲ୍‌ ସିଂହ ଚଢ଼ା ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଏହାକୁ ନେଇ ଅମିର ଖାନ ଦୁଃଖ ପ୍ରକାଶ କରିଥିବା ଜଣାପଡ଼ିଛି। ଅଧିକ ପଢନ୍ତୁ

author img

By

Published : Aug 1, 2022, 10:58 PM IST

ପ୍ଲିଜ୍‌ ମୋ ଫିଲ୍ମ ଲାଲ୍‌ ସିଂ ଚଢା ଦେଖନ୍ତୁ, ବଏକଟ କରନ୍ତୁ ନାହିଁ : ଅମିର ଖାନ୍

ହାଇଦ୍ରାବାଦ: ବଲିଉଡ ଅଭିନେତା ଅମିର ଖାନ ପ୍ରାୟ ଚାରି ବର୍ଷ ପରେ 'ଲାଲ୍‌ ସିଂ ଚଢା' ସହିତ ବଡ ପରଦାରେ ଫେରୁଛନ୍ତି। ଆଡଭାଇଟ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି 2022 ଅଗଷ୍ଟ 11 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ସବୁଥର ପରି ଅମିରଙ୍କ ଫିଲ୍ମକୁ ଦର୍ଶକ ଦେଖିବା ପାଇଁ ଅନାଇ ବସିଥିବା ବେଳେ ଏଥର କିନ୍ତୁ ସେଭଳି କିଛି ଘଟିନାହିଁ। ତାଙ୍କ ଫିଲ୍ମ ରିଲିଜ ହେବାର କିଛି ଦିନ ପୂର୍ବରୁ ଅମିର ଖାନ ଗଣମାଧ୍ୟମ ସହ କଥାବାର୍ତ୍ତା କରିଥିଲେ ଏବଂ 'ଲାଲ୍‌ ସିଂ ଚଢା' ସହ ଜଡିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ଅମିର ଖାନଙ୍କୁ 'ବଏକଟ ଲାଲ ସିଂ ଚଢା' ଟ୍ରେଣ୍ଡ (Boycott Laal Singh Chaddha trends on Twitter) ବିଷୟରେ ମଧ୍ୟ ପଚରାଯାଇଥିଲା। ଏହାକୁ ନେଇ ସେ ଦୁଃଖ ପ୍ରକାଶ କରିଥିବା ଜଣାପଡ଼ିଛି।

'କିଛି ଲୋକଙ୍କୁ ଲାଗୁଛି ମୋତେ ଭାରତ ପସନ୍ଦ ନାହିଁ'

ଯେତେବେଳେ ସୋସିଆଲ ମିଡିଆରେ 'ବଏକଟ୍ ଲାଲ ସିଂ ଚଢା' ଟ୍ରେଣ୍ଡ ବିଷୟରେ ଗଣମାଧ୍ୟମ ଅମିର ଖାନଙ୍କୁ ପ୍ରଶ୍ନ କରାଯାଇଥିଲା, ସେତେବେଳେ ଅଭିନେତା କହିଥିଲେ ଯେ- "ଯେତେବେଳେ ଲୋକମାନେ ବଲିଉଡ ଏବଂ ଲାଲ ସିଂ ଚଢାର ବହିଷ୍କାର କରିବା କଥା କରନ୍ତି ସେସମୟରେ ମୋତେ ବହୁତ ଦୁଃଖ ଲାଗେ । ଖାସ୍‌କରି ସେତେବେଳେ, ଯେତେବେଳେ ଲୋକମାନେ ମୋର ଚଳଚ୍ଚିତ୍ରକୁ ଏହି କାରଣରୁ ବଏକଟ୍‌ କରିବାକୁ ଦାବି କରନ୍ତି । କାରଣ ସେମାନେ ଭାବନ୍ତି ଯେ ମୁଁ ସେହି ଲୋକମାନଙ୍କ ତାଲିକାରେ ସାମିଲ ଅଛି, ଯେଉଁମାନେ ଭାରତକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ସତ୍ୟ ନୁହେଁ। ଦୁର୍ଭାଗ୍ୟଜନକ ଯେ କିଛି ଲୋକ ଏପରି ଭାବନ୍ତି। ସେହିଭଳି କିଛି ନାହିଁ। ଦୟାକରି ମୋ ଚଳଚ୍ଚିତ୍ରକୁ ବଏକଟ୍‌ କରନ୍ତୁ ନାହିଁ। ଦୟାକରି ମୋ ଫିଲ୍ମ ଦେଖନ୍ତୁ। "

କାହିଁକି ଟ୍ରେଣ୍ଡରେ ଥିଲା ବଏକଟ୍ ଲାଲ ସିଂ ଚଢା ?

ବାସ୍ତବରେ, 2015 ରେ, ଅମିର ଖାନ ଏକ କଥିତ ଟିପ୍ପଣୀ ଯୋଗୁଁ ଚର୍ଚ୍ଚାରେ ଥିଲେ। ସେ କହିଥିଲେ ଯେ, ଆମ ଦେଶ ଅତ୍ୟନ୍ତ ସହନଶୀଳ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଦୁର୍ଭାବନା ବିସ୍ତାର କରୁଛନ୍ତି। କେବଳ ଏତିକି ନୁହେଁ ଅମିର ଖାନଙ୍କ ପୂର୍ବତନ ପତ୍ନୀ ତଥା ଚଳଚ୍ଚିତ୍ର ନିର୍ମାତା କିରଣ ରାଓ କହିଥିଲେ ଯେ ସେ ନିଜ ପିଲାମାନଙ୍କ ସୁରକ୍ଷା ପାଇଁ ଦେଶ ଛାଡିବାକୁ ଚିନ୍ତା କରୁଛନ୍ତି। ଏହି ପୁରୁଣା ବୟାନ ହେତୁ ନେଟେନିଜେନ୍ସ ତାଙ୍କୁ ହିନ୍ଦୁ ବିରୋଧୀ ଏବଂ ଭାରତ ବିରୋଧୀ ବୋଲି କହୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.