ହାଇଦ୍ରାବାଦ: ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ (Shah Rukh Khan) 'ପଠାନ' ସହିତ ଚାରି ବର୍ଷ ପରେ ପରଦାକୁ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ 'ପଠାନ' ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ଅଭିନୟ କରିଛନ୍ତି। 2023 ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ୍' 25 ଜାନୁୟାରୀ 2023 ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟକୁ ଆସିବ । ଏସବୁ ମଧ୍ୟରେ ପ୍ରଶଂସକମାନେ 'ପଠାନ'ର ପ୍ରତ୍ୟେକ ଅପଡେଟ୍ ଜାଣିବାକୁ ବହୁତ ଉତ୍ସାହିତ ଅଛନ୍ତି । ମଙ୍ଗଳବାର ଦିନ ଆକ୍ସନ୍ ଫିଲ୍ମ ନିର୍ମାତାମାନେ ଶାହରୁଖ ଖାନଙ୍କ 'ପଠାନ'ର ନୂଆ ପୋଷ୍ଟର (Pathaan New Poster) ରିଲିଜ କରିଛନ୍ତି।
'ପଠାନ'ର ନୂଆ ପୋଷ୍ଟର
ଚଳଚ୍ଚିତ୍ର ନିର୍ମାତା ୟଶ ରାଜ ବ୍ୟାନର ଏହି ଚଳଚ୍ଚିତ୍ରର ନୂଆ ପୋଷ୍ଟର ସେୟାର କରି ଲେଖିଛନ୍ତି, 'ତାଙ୍କୁ ଯୁଦ୍ଧ କରିବା ପାଇଁ ସର୍ବଦା ଏକ ବନ୍ଧୁକ ମିଳେ, ୟଶରାଜର 50 ବର୍ଷ ପାଳନ ଅବସରରେ ପଠାନ ସେଲିବ୍ରେଟ, ଖୁବ୍ ଶୀଘ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଆପଣଙ୍କ ନିକଟରେ ଥିବା ସିନେମା ହଲରେ। ଏହାପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଫିଲ୍ମ 'ପଠାନ' ବିଷୟରେ ଅନେକ ତଥ୍ୟ ସେୟାର କରିଥିଲେ। ଯେଉଁଠାରେ ସେ 'ପଠାନ'ର ସୁଟିଂ କରିଛନ୍ତି ସେହି ଦେଶର ନାମ ତାଲିକାଭୁକ୍ତ କରିଛନ୍ତି ।
- " class="align-text-top noRightClick twitterSection" data="
">
କେତେ ଦେଶରେ ହୋଇଛି 'ପଠାନ'ସୁଟିଂ
ନିକଟରେ ସିଦ୍ଧାନ୍ତ ଆନନ୍ଦ କହିଛନ୍ତି ଯେ ସେ ତିନି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ସହ ଏକ ଚଳଚ୍ଚିତ୍ର ପାଇଁ ପୃଥିବୀର ଆଠଟି ଦେଶ ପରିଦର୍ଶନ କରିଛନ୍ତି, ସର୍ବପ୍ରଥମେ ଭାରତ, ସ୍ପେନ୍, ୟୁଏଇ, ତୁର୍କୀ, ରୁଷ, ସାଇବିରିଆ, ଇଟାଲୀ ଏବଂ ଫ୍ରାନ୍ସ ଏଥିରେ ଅନ୍ତର୍ଭୁକ୍ତ। ଅର୍ଥାତ୍ ଆକ୍ସନ୍-ଡ୍ରାମା ଏବଂ ରୋମାନ୍ସରେ ପରିପୂର୍ଣ୍ଣ ଫିଲ୍ମ 'ପଠାନ୍' ଦୁନିଆର ଆଠଟି ଦେଶରେ ସୁଟିଂ କରିବା ପରେ ପରଦାରେ ଆସୁଛି । ଏହା ସହିତ ଫିଲ୍ମର ଆକ୍ସନ୍ ସିନ୍ର ପୋଷ୍ଟର ମଧ୍ୟ ସେୟାର କରାଯାଇଛି ।
ଶାହାରୁଖ ଖାନଙ୍କ କାର୍ଯ୍ୟକ୍ଷେତ୍ର
'ପଠାନ' ବ୍ୟତୀତ ଶାହାରୁଖ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଡଙ୍କି'ରେ ମଧ୍ୟ ନଜର ଆସିବେ। ନୟନତାରାଙ୍କ ସହ ପାଇପଲାଇନରେ ଏଟଲିଙ୍କ 'ଜବାନ' ମଧ୍ୟ ରହିଛି ।