ETV Bharat / entertainment

ସ୍ବର୍ଣ୍ଣ ମନ୍ଦିରରେ ସେବା କଲେ ପରିଣୀତି-ରାଘବ, ପ୍ରଶଂସା କଲେ ଫ୍ୟାନ୍ସ

author img

By

Published : Jul 2, 2023, 4:45 PM IST

ନିକଟରେ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା ନଜର ଆସିଥିଲେ। ବିବାହ ପୂର୍ବରୁ ବାବଙ୍କ ଆର୍ଶୀବାଦ ଲୋଡିଛନ୍ତି। ଏହି ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଏହି କପଲ ମନ୍ଦିରରେ ସେବା କରୁଥିବା ନଜର ଆସିଛନ୍ତି। ଅଧିକ ପଢନ୍ତୁ,

ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ସେବା କରୁଥିବା ନଜର ଆସିଲେ ପରିଣୀତି-ରାଘବ, ଫ୍ୟାନ୍ସ କଲେ ପ୍ରଶଂସା

ମୁମ୍ବାଇ: ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଏବଂ ଆପ ସାଂସଦ ରାଘବ ଚଢା । ନିକଟରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ଏବଂ ଖୁବଶୀଘ୍ର ଉଭୟଙ୍କ ପଡିବ ହାତଗଣ୍ଠି । ଏହାରି ମଧ୍ୟରେ ବର୍ତ୍ତମାନ ଏହି କପଲକୁ ପଞ୍ଜାବ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଦେଖିବାକୁୂ ମିଳିଥିଲା । ଏହି ସମୟରେ ଉଭୟ ମନ୍ଦିରର ସେବା କରୁଥିବା ମଧ୍ୟ ନଜର ଆସିଛନ୍ତି । ତେବେ ସେଠାରୁ ଉଭୟଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବିବାହ ପୂର୍ବରୁ ଏହି କପଲ ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରି ବାବଙ୍କ ଆର୍ଶୀବାଦ ନେଇଛନ୍ତି । ଉଭୟଙ୍କ ଫଟୋ ଏବଂ ଭିଡିଓ ସୁବର୍ଣ୍ଣ ମନ୍ଦିରରୁ ଆସିଥିଲା, ଯେଉଁଥିରେ ପରିଣୀତି ଫିକା ହଳଦିଆ ରଙ୍ଗର ସୁଟରେ ନଜର ଆସିଥିବା ବେଳେ ରାଘବ ଚଢା ଧଳା ରଙ୍ଗର କୁର୍ତ୍ତା ସହ ଜ୍ୟାକେଟରେ ନଜର ଆସିଥିଲେ । କଡା ସୁରକ୍ଷା ମଧ୍ୟରେ ଉଭୟ ବାବଙ୍କ ଦର୍ଶନ କରିଛନ୍ତି । ତେବେ ମନ୍ଦିର ପରିସରର ଆଉ ଏକ ଭିଡିଓ ସାମ୍ନକୁ ଆସିଛି । ଯେଉଁଥିରେ ଏହି କପଲ ଅନ୍ୟ ଲୋକମାନଙ୍କ ସହ ମିଶି ମନ୍ଦିରରେ ସେବା କରୁଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଜସ୍ଥାନରେ ପରିଣୀତି-ରାଘବଙ୍କ ବିବାହ !

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ପରେ ସ୍ବର୍ଣ୍ଣ ମନ୍ଦିରରେ ସେବା କରୁଥିବା କପଲଙ୍କୁ ଦେଖି ସେମାନଙ୍କ ପ୍ରଶଂସକମାନେ ପ୍ରତିକ୍ରିୟାରେ ସେମାନଙ୍କୁ ପ୍ରଶଂସା କରୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି,'ବହୁତ ଭଲ କାମ କରିଛନ୍ତି ।' ଜଣେ ଲେଖିଥିବା ବେଳେ 'ଗୁରୁ ବନ୍ଦନା... ବହୁତ ସୁନ୍ଦର'।

ସୂଚନା ଥାଉ କି, ଦୁଇ ପରିବାରର ଉପସ୍ଥିତିରେ ମେ' 13ରେ ରାଘବ ଏବଂ ପରିଣୀତିଙ୍କ ନିର୍ବନ୍ଧ ହୋଇଥିଲା । ଦୁହିଁଙ୍କର ବିବାହ ନଭେମ୍ବର ମାସରେ ହେବା ନେଇ ଚର୍ଚ୍ଚା ହେଉଛି । ବିବାହ ପ୍ରସ୍ତୁତି ପୂର୍ବରୁ ପରିଣୀତି ଏବଂ ରାଘବ ଆଶୀର୍ବାଦ ପାଇବା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ, ସେମାନେ ମନ୍ଦିର ପରିସରରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା ​। ଏହି କପଲ ଉଦୟପୁରରେ ବିବାହ କରିବେ ବୋଲି କୁହାଯାଉଛି । ପୂର୍ବରୁ ଦୁହେଁ ଲଣ୍ଡନ ଯାଇ ବିବାହର ସପିଂ କରିଥିଲେ । ତେବେ ଲଣ୍ଡନରେ ରହିଥିବା ବେଳେ ଦୁହିଁଙ୍କର ଅନେକ ଭିଡିଓ ଭାଇରାଲ ହୋଇଥିଲା । ସେପଟେ ପରିଣୀତିଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ଖୁବ୍‌ଶୀଘ୍ର ପରିଣୀତିଙ୍କୁ ଇମତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଚମକିଲା'ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦିଲଜିତ୍‌ ଦୋସାଞ୍ଜଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.