ETV Bharat / entertainment

ଆପ୍‌ ସାଂସଦ ରାଘବ ଚଢାଙ୍କ ସହ ପୁଣି ନଜର ଆସିଲେ ପରିଣୀତି, ପ୍ରେମ ସମ୍ପର୍କକୁ ନେଇ ଚାଲିଛି ଚର୍ଚ୍ଚା

author img

By

Published : Mar 24, 2023, 7:12 AM IST

ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆପ୍‌ ସାଂସଦ ରାଘବ ଚଢାଙ୍କ ସହିତ ପୁଣି ଆସିଲେ ନଜର । ଅଧିକ ପଢନ୍ତୁ

Parineeti Chopra
Parineeti Chopra
ପୁଣି ଆପ୍‌ ସାଂସଦ ରାଘବ ଚଢାଙ୍କ ସହ ନଜର ଆସିଲେ ପରିଣୀତି

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । କୌଣସି ଫିଲ୍ମକୁ ନୁହେଁ, ବରଂ ଜଣେ ରାଜନେତାଙ୍କ ସହିତ ରୁମର ରିଲେସନସିପକୁ ନେଇ ପରିଣୀତି ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି । ପରିଣୀତି ଆପ୍‌ ସାଂସଦ ରାଘବ ଚଢାଙ୍କ ସହିତ ପ୍ରଥମେ ଡିନର ଓ ଏବେ ଲଞ୍ଚ୍‌ ଡେଟ୍‌ରେ ନଜର ଆସିଛନ୍ତି । ଦୁଇ ଦୁଇ ଥର ରାଘବଙ୍କ ସହ ପରିଣୀତି ସ୍ପଟ ହେବା ପରେ ତାଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା ହେଉଛି ।

ରାଘବ ପଞ୍ଜାବରୁ ରାଜ୍ୟସଭା ସାଂସଦ ରହିଥିବା ବେଳେ ଗତକାଲି ଏକ ରେସ୍ତୋରାଁ ବାହାରେ ଉଭୟ ସାଥୀରେ ନଜର ଆସିଥିଲେ । ଏବେ ବାନ୍ଦ୍ରାରେ ଲଞ୍ଚ ପାର୍ଟିରେ ଏକା ସହିତ ପୁଣି ନଜର ଆସିବା ପରେ ବି-ଟାଉନରେ ଉଭୟ ହଙ୍ଗାମା ମଚାଇଛନ୍ତି । ପ୍ରଥମ ଥର ଲାଗି ପରିଣୀତିଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଆପ୍‌ ସାଂସଦ ରାଘବ ମଧ୍ୟ ଅବିବାହିତ ରହିଛନ୍ତି । ଏଣୁ ଉଭୟ ରିଲେସନସିପରେ ଥିବା ନେଇ ଆଲୋଚନା ହେଉଛି ।

ଏହା ବି ପଢନ୍ତୁ- କୋର୍ଟରେ ପାସପୋର୍ଟ ଜମା କଲେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, କାହିଁକି ଜାଣନ୍ତୁ

ଉଭୟ ଗୋଟିଏ କାରରେ ଲଞ୍ଚ୍‌ କରିବା ଲାଗି ଏକ ରେସ୍ତୋରାଁରେ ପହଞ୍ଚିଥିଲେ । ରାଘବ ବ୍ଲାକ ପ୍ୟାଣ୍ଟ ଓ ଲାଇଟ ବ୍ରାଉନ ରଙ୍ଗର ଶାର୍ଟ ପିନ୍ଧିଥିବା ବେଳେ ପରିଣୀତି ସମ୍ପୂର୍ଣ୍ଣ ବ୍ଲାକ ଆଉଟଫିଟରେ ନଜର ଆସିଥିଲେ । ସୂଚନା ଥାଉ କି ଗତ ଜାନୁଆରୀ ମାସରେ ଉଭୟଙ୍କୁ ଇଣ୍ଡିଆ ୟୁକେ ଆଉଟଷ୍ଟାଣ୍ଡିଂ ଆଚିଭର ଅନର୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଉଭୟ ଏ ନେଇ କୌଣସି ସ୍ପଷ୍ଟତା ରଖିନଥିବା ବେଳେ ପରସ୍ପରକୁ ଡେଟ୍‌ କରୁଥିବା ବେଶ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ରାଘବ କୌଣସି ବଲିଉଡ ଅଭିନେତାଙ୍କଠୁ କମ ନୁହେଁ । ଏହି ହ୍ୟାଣ୍ଡସମ ହଙ୍କ୍‌ ରାଜନେତା ନିଜ କଲେଜ ଟାଇମରେ ମଡେଲିଂ ମଧ୍ୟ କରିଛନ୍ତି । ଏବେ ସେ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି । ରାଘବ ଆପ୍‌ ପାର୍ଟିର ଜଣେ ଦକ୍ଷ ନେତା ଭାବେ ବେଶ ଜଣାଶୁଣା । ସେପଟେ ପରିଣୀତି ଚୋପ୍ରାଙ୍କୁ 'ଉଞ୍ଚାଇ'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରିେ ସେ ଅମିତାଭ ବଚ୍ଚନଙ୍କ ସହିତ କାମ କରିଥିଲେ । ଉଭୟଙ୍କୁ ୨ଥର ସ୍ପଟ କରିବା ପରେ ଉଭୟ ଡେଟ କରୁଥିବା ନେଇ ଚର୍ଚ୍ଚା ହେଉଛି । ଫଳରେ ଏହି କପଲ୍‌ ଏବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ହେଡଲାଇନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.