ETV Bharat / entertainment

'R' ନାଁର କ୍ୟାପ ପିନ୍ଧି ବିମାନବନ୍ଦରରେ ନଜର ଆସିଲେ ପରିଣୀତି ଚୋପ୍ରା, ଫ୍ୟାନ୍ସ କହିଲେ ଏମିତି

author img

By ETV Bharat Odisha Team

Published : Sep 17, 2023, 3:12 PM IST

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଜନେତା ରାଘବ ଚଢା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ପରିଣୀତି ବିମାନବନ୍ଦରରେ ନଜର ଆସିଥିବା ବେଳେ ସେ ରାଘବଙ୍କ ନାଁର କ୍ୟାପ ପିନ୍ଧିଥିବା ନଜର ଆସିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

'R' ନାଁର କ୍ୟାପ ପିନ୍ଧି ବିମାନବନ୍ଦରରେ ନଜର ଆସିଲେ ପରିଣୀତି ଚୋପ୍ରା, ଫ୍ୟାନ୍ସ କହିଲେ ଏମିତି
'R' ନାଁର କ୍ୟାପ ପିନ୍ଧି ବିମାନବନ୍ଦରରେ ନଜର ଆସିଲେ ପରିଣୀତି ଚୋପ୍ରା, ଫ୍ୟାନ୍ସ କହିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବଶୀଘ୍ର ଆପ୍ ନେତା ରାଘବ ଚଢାଙ୍କୁ ବିବାହ କରିବେ । ସେ ଆସନ୍ତା ସପ୍ତାହରେ ଉଦୟପୁରରେ ରାଘବଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ବର୍ତ୍ତମାନ ପରିଣୀତିଙ୍କୁ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍‌ ହୋଇଛନ୍ତି । ଏହି ଅଭିନେତ୍ରୀ ଏଠାରେ 'R' ଲେଖାଥିବା କ୍ୟାପ୍ ପିନ୍ଧିଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଏକ ପାପାରାଜିଙ୍କ ଦ୍ବାରା ସେୟାର ହୋଇଥିବା ଭିଡିଓରେ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିଛି । ବିମାନବନ୍ଦରରେ ପରିଣୀତି ଚୋପ୍ରା ବହୁତ ଖୁସି ଥିବା ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ଡେନିମ୍ ଜିନ୍ସ, ନୀଳ ରଙ୍ଗର ସାର୍ଟ ଏବଂ ହ୍ବାଇଟ୍ ଟି ସାର୍ଟରେ ଖୁବ ସୁନ୍ଦର ଲାଗୁଛନ୍ତି । ଏଥିସହ ପରିଣୀତି ରାଘବଙ୍କ ନାଁର ଏକ ବ୍ଲାକ୍‌ କ୍ୟାପ୍‌ ମଧ୍ୟ ପିନ୍ଧିଛନ୍ତି । ସୋସିଆଲ ମିଡିଆରେ ଏହି ବିଡିଓ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରିତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, ବହୁତ ସୁନ୍ଦର । ଆଉ ଜଣେ ଲେଖିଛନ୍ତି, ମୁଁ ପ୍ରାର୍ଥନା କରୁଛି କି ତୁମ ଦୁହିଁଙ୍କ ଯୋଡ଼ି ରିତେଶ ଏବଂ ଜେନିଲିଆ ଦେଶମୁଖଙ୍କ ଭଳି ଯୋଡ଼ିଙ୍କ ଭଳି ହେଉ। ଅନ୍ୟ କେତେକ ଫ୍ୟାନ୍ସ ଲାଲ ହାର୍ଟ ଇମୋଜି ସେୟାର କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର 24ରେ ଏହି ଲଭବାର୍ଡ ବିବାହ କରିବେ, କିନ୍ତୁ ବିବାହ ପୂର୍ବର କାର୍ଯ୍ୟ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ। ଯାହା ଉଦୟପୁରର ଲୀଲା ପ୍ୟାଲେସରେ ଅନୁଷ୍ଠିତ ହେବ। ଏବଂ ବିବାହ ପରେ ଏହି କପଲଙ୍କ ରିସେପ୍ସନ୍ ପାର୍ଟି 30 ସେପ୍ଟେମ୍ବରରେ ଦ ତାଜ ହିଲରେ ହେବ। ସେପ୍ଟେମ୍ବର 23 ରେ ଅତିଥିଙ୍କ ସ୍ବାଗତ ପାଇଁ ୱେଲକମ୍ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି। ତେବେ ଏହି ଲଭବାର୍ଡଙ୍କ ହାଇପ୍ରୋଫାଇଲ ବିବାହ କାର୍ଯ୍ୟକ୍ରମରେ ରାଜନୀତି, କ୍ରୀଡ଼ା ଏବଂ ମନୋରଞ୍ଜନ ସହ ଜଡ଼ିତ ବ୍ୟକ୍ତିବିଶେଷ ଯୋଗ ଦେବେ ବୋଲି ଜଣାପଡିଛି । ଏବଂ କୁହାଯାଉଛି ଯେ ଏହି ବିବାହ କଡ଼ା ସୁରକ୍ଷା ମଧ୍ୟରେ ହେବ ଏବଂ ବିବାହ ଉତ୍ସବକୁ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ଦିଆଯିବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ପରିଣୀତି ରାଘବଙ୍କ ବିବାହ କାର୍ଡ ଭାଇରାଲ, ଏହି ଦିନ ହେବ ୱେଡିଂ ରିସେପ୍ସନ

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବିବାହ ମଧ୍ୟରେ ପରିଣୀତିଙ୍କ ଆଗାମୀ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ରହିଛି । ତାଙ୍କୁ ଅକ୍ଷୟ କୁମାରଙ୍କ ସହ 'ମିଶନ ରାନିଗଞ୍ଜ'ରେ ଦେଖିବାକୁ ମିଳିବ । କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରଟି ଅକ୍ଟୋବର 6ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଏଥିସହ ପରିଣୀତିଙ୍କୁ ଇମତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଚମକିଲା'ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦିଲଜିତ୍‌ ଦୋସାଞ୍ଜଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ । 2024ରେ ଓଟିଟିରେ ଷ୍ଟ୍ରିମିଂ ହେବ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.