ETV Bharat / entertainment

ଲତା ମଙ୍ଗେସକରଙ୍କ ଗୀତ ଗାଇଲେ ପରିଣୀତି, ଭାବିସ୍ବାମୀଙ୍କ ନାଁରେ ଟ୍ରୋଲ୍‌ କଲେ ଫ୍ୟାନ୍ସ

author img

By

Published : Aug 9, 2023, 7:03 PM IST

ପରିଣୀତି ଚୋପ୍ରା ନିଜ ଭଏସରେ ଲତା ମଙ୍ଗେସକରଙ୍କ ଏକ ସୁନ୍ଦର ଗୀତକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ବର୍ତ୍ତମାନ ପ୍ରଶଂସକମାନେ ତାଙ୍କୁ ଭାବିସ୍ବାମୀ ରାଘବ ଚଢାଙ୍କ ନାମରେ ଥଟ୍ଟା କରିବାରେ ଲାଗିଛନ୍ତି । ଅଧିକ ପଢନ୍ତୁ

ଲତା ମଙ୍ଗେସକରଙ୍କ ଗୀତ ଗାଇଲେ ପରିଣୀତି ଚୋପ୍ରା, ଭାବିସ୍ବାମୀ ରାଘବଙ୍କ ନାଁରେ ଥଟ୍ଟା କଲେ ଫ୍ୟାନ୍ସ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ହେଲେ ଏବେ ବିବାହକୁ ନେଇ ନିଜ ଗୀତକୁ ନେଇ ଲାଇମ୍‌ଲାଇଟ୍‌ରେ ଅଛନ୍ତି ଅଭିନେତ୍ରୀ । ପରିଣୀତି ଚୋପ୍ରା ବର୍ତ୍ତମାନ ସୋସିଆଲ ମିଡିଆରେ 1996ର ଲତା ମଙ୍ଗେସକରଙ୍କ ଗୀତ 'ରହେ ନା ରହେ ହମ୍'କୁ ନିଜ ଭଏସ୍‌ରେ ରେକର୍ଡ କରି ସେୟାର କରିଛନ୍ତି । ତେବେ ଏହା ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ରାଘବଙ୍କ ନାଁରେ ପରିଣୀତିଙ୍କୁ ଥଟ୍ଟା କରୁଥିବାର ଦେଖିବାକୁ ମିଳିଛି ।

ପରିଣୀତି ଚୋପ୍ରା ଦକ୍ଷ ଅଭିନେତ୍ରୀ ସହ ଜଣେ ଭଲ ଗାୟିକା ମଧ୍ୟ ଅଟନ୍ତି । ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ମମତା (1996) ଚଳଚ୍ଚିତ୍ରରୁ ସୁପରହିଟ୍ ଗୀତ 'ରହେ ନା ରହେ'କୁ ନିଜ ଶୈଳୀରେ ସୁନ୍ଦର ଭାବେ ଗାଇଥିବା ଦେଖିବାକୁ ମିଳିଛି । ଏହି ଗୀତଟିକୁ ସ୍ବର୍ଗତ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଗାଇଥିଲେ । ବର୍ତ୍ତମାନ ପରିଣୀତି ଏହି ଗୀତକୁ ନିଜ ଶୈଳୀରେ ଗାଇବାକୁ ଚେଷ୍ଟା କରିଛନ୍ତି । ଏହି ସମୟରେ ପରିଣୀତି ଗ୍ରୀନ୍‌ ରଙ୍ଗର ସାଲୱାର୍‌ ସୁଟରେ ଏକ ସୋଫାରେ ବସି ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ଅଭିନେତ୍ରୀ ନିଜେ ପ୍ରଶଂସକଙ୍କ ମନ ଜିତିପାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପରିଣୀତିଙ୍କ ସହ ନିର୍ବନ୍ଧ ପରେ ବଦଳିଗଲା ରାଘବଙ୍କ ଲାଇଫ୍‌, ଖୁଲାସା କଲେ ଆପ୍ ନେତା

ଅନେକ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ଏହାକୁ ଲାଇକ୍‌ କରିବା ସହ ଲାଲ ହାର୍ଟ ଇମୋଜି ଦେଇଛନ୍ତି । ଅଭିନେତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟ କେତେକ ଫ୍ୟାନ୍ସ ତାଙ୍କୁ ଭାବିସ୍ବାମୀ ରାଘବ ଚଢାଙ୍କ ନାମରେ ଥଟ୍ଟା କରିଛନ୍ତି । ଓସ୍କାର ବିଜେତା ନିର୍ମାତା ଗୁନୀତ ମୋଙ୍ଗା, ଟିଭି ଅଭିନେତ୍ରୀ ଦୀପିକା ସିଂ, ଅଭିନେତ୍ରୀଙ୍କ ଭାଇ ଶିବଙ୍ଗ ଚୋପ୍ରା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଏଥିସହିତ ଜଣେ ପ୍ରଶଂସକ ଲେଖିଛନ୍ତି, ଚଢା ଜୀଙ୍କର ଅବସ୍ଥା କ’ଣ ? ଏଥି ସହିତ, ଅନେକ ପ୍ରଶଂସକ ସୁପର, ଉତ୍କୃଷ୍ଟ, ୱା, ସୁନ୍ଦର ଏବଂ ଚମତ୍କାର ଭଳି ମନ୍ତବ୍ୟ ଦେଇ ଅଭିନେତ୍ରୀଙ୍କ ଗୀତ ପ୍ରତିଭାକୁ ପ୍ରଶଂସା କରିଛନ୍ତି ।

ପରିଣୀତି ଚୋପ୍ରା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କୁ ବିବାହ କରିବେ । ନିକଟରେ ଏହି କପଲଙ୍କ ନିର୍ବନ୍ଧ ହୋଇଥିଲା । ବର୍ତ୍ତମାନ ପ୍ରଶଂସକମାନେ ଏହି ହାଇ-ପ୍ରୋଫାଇଲ୍ କପଲଙ୍କ ବିବାହକୁ ଅପେକ୍ଷା କରିଛନ୍ତି । କୁହାଯାଉଛି ଯେ, ଏହି କପଲ ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବେ । ପୂର୍ବରୁ ଉଭୟ ଲଣ୍ଡନରେ ବିବାହ ସପିଂ କରୁଥିବା ନଜର ଆସିଥିଲେ ଏବଂ ପରିଣୀତି ମଧ୍ୟ ତାଙ୍କ ଭାବିସ୍ବାମୀ ରାଘବଙ୍କୁ ଭେଟିବା ପାଇଁ ବାରମ୍ବାର ଦିଲ୍ଲୀ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.