ETV Bharat / entertainment

ରାଘବଙ୍କ ସହ ମିଶି ରାଜନୀତି କରିବେ ପରିଣୀତି ! କହିଲେ ଏପରି ସ୍ବାମୀ ପାଇ...

author img

By ETV Bharat Odisha Team

Published : Dec 11, 2023, 10:26 AM IST

Parineeti Chopra will Joins Politics ?: ପରିଣୀତି ଚୋପ୍ରା ଆପ୍ ସାଂସଦ ରାଘବ ଚଢାଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ପରିଣୀତି ଅଭିନୟ ଛାଡି ରାଜନୀତିରେ ସାମିଲ ହେବା ନେଇ କୁୁହାଯାଉଛି । ଏନେଇ ଅଭିନେତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ରାଘବଙ୍କ ସହ ମିଶି ରାଜନୀତି କରିବେ ପରିଣୀତି! କହିଲେ ଏପରି ସ୍ବାମୀ ପାଇ....

ହାଇଦ୍ରାବାଦ: ତିନି ମାସ ପୂର୍ବେ(ସେପ୍ଟମ୍ବର ୨୪ରେ) ରାଜସ୍ଥାନରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ କରିଥିଲେ । ବିବାହର କିଛି ଦିନ ପରେ ଉଭୟ ନିଜ ନିଜ କାମକୁ ଫେରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ପରିଣୀତି ନିଜ ବୈବାହିକ ଜୀବନୀ ନେଇ କିଛି ଖୁଲାସା କରିଛନ୍ତି । ଅଭିନୟ ଛାଡି ରାଜନୀତିରେ ଯୋଗ ଦେବା ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ବୈବାହିକ ଜୀବନ ହିଁ ଶ୍ରେଷ୍ଠ ।'

ନିକଟରେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ ପରିଣୀତି ଚୋପ୍ରା । ଏହି ସମୟରେ ଯେତେବେଳେ ପରିଣୀତିଙ୍କୁ ବିବାହ ପରେ ରାଜନୀତିରେ ଯୋଗଦେବାର ସମ୍ଭାବନା ବିଷୟରେ ପଚରାଯାଇଥିଲା, ସେତେବେଳେ ଅଭିନେତ୍ରୀ ଏକ ମଜାଦାର ଉତ୍ତର ଦେଇଥିଲେ । ସେ କହିଥିଲେ, 'ମୁଁ ଜଣେ ଅଭିନେତ୍ରୀ, ସେ ଜଣେ ରାଜନେତା । ସେ ବଲିଉଡ ବିଷୟରେ କିଛି ଜାଣନ୍ତି ନାହିଁ ଏବଂ ମୁଁ ରାଜନୀତି ବିଷୟରେ କିଛି ଜାଣେ ନାହିଁ । ଏହି କାରଣରୁ ଆମର ବିବାହ ବହୁତ ଭଲରେ ଚାଲିଛି ଏବଂ ମୋ ଫ୍ୟାନ୍ସ ମୋତେ ରାଜନୀତିରେ ସାମିଲ ହେବା ଦେଖିପାରିବେ ନାହିଁ ।

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମେ ଦୁହେଁ ପ୍ଲବିକ ଲାଇଫରେ ଅଛୁ, କିନ୍ତୁ ଆମକୁ ଏହି କଥାର ଧାରଣା ନଥିଲା ଯେ ଆମେ ସମଗ୍ର ଦେଶରୁ ଏତେ ଭଲପାଇବା ପାଇବୁ । ମୁଁ ଭାବୁଛି ଯଦି ଆପଣ ସଠିକ୍ ବ୍ୟକ୍ତିଙ୍କ ସହ ଅଛନ୍ତି ତେବେ ବୈବାହିକ ଜୀବନ ହିଁ ଶ୍ରେଷ୍ଠ ।" ଏଥିସହ କାମ ଏବଂ ତାଙ୍କ ଜୀବନ ମଧ୍ୟରେ ଏକ ସମନ୍ବୟ ରକ୍ଷା ବିଷୟରେ ପରିଣୀତି କହିଛନ୍ତି, 'କର୍ମ ଏବଂ ଜୀବନ ମଧ୍ୟରେ ଏକ ସନ୍ତୁଳନ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ କଠିନ ପରିଶ୍ରମ କରିବାରେ ପ୍ରକୃତରେ ବିଶ୍ବାସ କରେ, କିନ୍ତୁ ମୁଁ ମୋର ସାଙ୍ଗମାନଙ୍କୁ ଭେଟିବାକୁ ଏବଂ ଛୁଟିଦିନରେ ଯିବାକୁ ମଧ୍ୟ ଭଲ ପାଏ । ଯେତେବେଳେ ମୋତେ ୮୫ କିମ୍ବା ୯୦ ବର୍ଷ ହେବ, ସେତେବେଳେ ମୁଁ ପଛକୁ ଚାହିଁ ଅନୁଭବ କରିବି ଯେ, ମୁଁ ମୋ ଜୀବନକୁ ଏଭଳି ଜୀବନଯାପନ କରିଥିଲି ।

ଏହା ମଧ୍ୟ ପଢନ୍ତୁ: ପାରୁ ତମେ ମୋ ଜୀବନରେ ଆଲୋକ ଭରି ଦେଇଛ, ଏପରି ଶୁଭେଚ୍ଛା ଜଣାଇଲେ ରାଘବ

ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ପରିଣୀତି ଚୋପ୍ରାଙ୍କୁ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ମିଶନ ରାନିଗଞ୍ଜ'ରେ ଦେଖିବାକୁ ମିଳିଥିଲା, ଯାହା ବକ୍ସ ଅଫିସରେ ଏକ ଫ୍ଲପ୍ ଥିଲା । ବର୍ତ୍ତମାନ ତାଙ୍କୁ ଚମକିଲାରେ ଦେଖିବାକୁ ମିଳିବ । ବିବାହ ପୂର୍ବରୁ ଦିଲଜିତ ଦୋସାଞ୍ଜଙ୍କ ସହ ଇମତିଆଜ ଅଲିଙ୍କ 'ଚମକିଲା'ର ସୁଟିଂ ଶେଷ କରିଥିଲେ । ଏହି ଚଳଚ୍ଚିତ୍ରଟି ଏକ ବାୟୋପିକ୍ ଯାହା ପଞ୍ଜାବୀ ଗାୟକ ଅମର ସିଂ ଚମକିଲା ଏବଂ ତାଙ୍କ ପତ୍ନୀ ଅମରଜୋତ ଚମକିଲାଙ୍କ ଜୀବନ କାହାଣୀ ଉପରେ ଆଧାରିତ । ପରିଣୀତି ଏହି ଫିଲ୍ମ ୧୫ କିଲୋ ଓଜନ ବଢ଼ାଇଥିଲେ । ନିକଟରେ ଅଭିନେତ୍ରୀ ତାଙ୍କର ଏକ ୱାର୍କଆଉଟ୍ ଭିଡିଓ ସେୟାର କରି ଏହାର ସୂଚନା ଦେଇଥିଲେ । ଭିଡିଓରେ ତାଙ୍କ ୱାର୍କ୍ ଆଉଟ କରୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଅଭିନେତ୍ରୀ କହିଥିଲେ ଯେ ସେ ୧୫ କିଲୋଗ୍ରାମ ଓଜନ ବଢ଼ାଇଥିଲେ । ଯାହାକୁ ବର୍ତ୍ତମାନ ସେ ଏହାକୁ ହ୍ରାସ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.