ETV Bharat / entertainment

RagNeeti wedding: ସାତଜନ୍ମର ସାଥୀ ହେଲେ ରାଘବ-ପରିଣୀତି, ସରିଲା ବିବାହ - ଉଦୟପୁରରେ ପଡ଼ିଲା ହାତଗଣ୍ଠି

ସରିଲା ବିବାହ । ସାତଜନ୍ମର ସାଥୀ ହେଲେ ରାଘବ-ପରିଣୀତି । ଅଧିକ ପଢନ୍ତୁ

RagNeeti wedding
RagNeeti wedding
author img

By ETV Bharat Odisha Team

Published : Sep 24, 2023, 8:19 PM IST

ଜୟପୁର: ରାଜସ୍ଥାନର ଐତିହାସିକ ସହର ଉଦୟପୁର ରହିଲା ସାକ୍ଷୀ । ପରସ୍ପରକୁ ସାତ ଜନ୍ମର ସାଥୀ କଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ ସାଂସଦ ରାଘବ ଚଢା । ରବିବାର ଧୁମଧାମରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ପରିଣୀତି ମନୀଷ ମଲହୋତ୍ରାଙ୍କ ଡିଜାଇନର ବ୍ରାଇଡାଲ ଲେହେଙ୍ଗା ପରିଧାନ କରିଥିବା ବେଳେ ତାଙ୍କୁ ମ୍ୟାଚ୍‌ କରି ଶେରୱାନୀ ପିନ୍ଧିଛନ୍ତି ଦୁଲହା ରାଘବ । ଦିଲ୍ଲୀରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ବେଳେ ରାଜସ୍ଥାନର ଏକ ବିଳାସମୟ ରାଜପ୍ରସାଦରେ ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।

ଏବେ ଫ୍ୟାନ୍ସ କେବଳ ଦୁଲହା ଦୁଲହନଙ୍କ ପ୍ରଥମ ଫଟୋକୁ ଅପେକ୍ଷା କରିଛନ୍ତି । ଗତକାଲିଠୁ ବିବାହ ରୀତିନୀତି ଆରମ୍ଭ ହୋଇଥିବା ବେଳେ ପରିଣୀତିଙ୍କ ମେହେନ୍ଦୀ ଓ ସଙ୍ଗୀତ ସେରିମନିର କିଛି ଫଟୋ ସାମ୍ନାକୁ ଆସିଛି । ମେହେନ୍ଦୀ ଲାଗି ପରିଣୀତି ଏକ ନୀଳ ରଙ୍ଗର କୁର୍ତ୍ତୀ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହାସହିତ ସେ ରାଜସ୍ଥାନୀ ଚୋକର ପିନ୍ଧିଛନ୍ତି । ସେପଟେ ପରିଣୀତିଙ୍କ ଘନିଷ୍ଠ ବନ୍ଧୁ ଟେନିସ ତାରକା ସାନିଆ ମିର୍ଜା ମଧ୍ୟ ଏହି ବିବାହ ଉତ୍ସବରେ ସାମିଲ ହୋଇଛନ୍ତି । ସାନିଆ ୱେଡିଂ ସେରିମନିରେ ଯୋଗ ଦେବା ପୂର୍ବରୁ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହା ବି ପଢନ୍ତୁ- Ragneeti Wedding: 18ଟି ନୌକାରେ ବରଯାତ୍ରୀଙ୍କୁ ନେଇ ଲୀଲା ପ୍ୟାଲେସକୁ ଆସିଲେ ରାଘବ

ସେପଟେ ମନୀଷ ମଲହୋତ୍ରା ମଧ୍ୟ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ସେ ଏକ ଗ୍ରେ ରଙ୍ଗରେ କୁର୍ତ୍ତା ଓ ପଜାମା ପିନ୍ଧିଥିବା ଦେଖିବାକୁ ମିଳିଛି । ସୂଚନା ଥାଉ କି ଗତ ମେ ମାସରେ ପରିଣୀତି ଓ ରାଘବ ଦିଲ୍ଲୀରେ ନିର୍ବନ୍ଧ କରିଥିଲେ । ରବିବାର ବିବାହ ଉତ୍ସବ ପୂର୍ବରୁ ଶନିବାର ସକାଳୁ ସେଲିବ୍ରେସନ ଆରମ୍ଭ ହୋଇଥିଲା । ଶନିବାର ରାତିରେ 90s ଥିମ ପାର୍ଟିର ମଧ୍ୟ ଆୟୋଜନ ହୋଇଥିଲା ।

ଏହା ବି ପଢନ୍ତୁ- Parineeti Chopra-Raghav Chadha wedding: ଚୁଡା ସେରିମନିରୁ ଆରମ୍ଭ ହେଲା ପରିଣୀତି-ରାଘବଙ୍କ ବିବାହ ରୀତିନୀତି

ଆଜି ବିବାହ ପୂର୍ବରୁ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ନୌକାରେ ବରଯାତ୍ରୀଙ୍କୁ ନେଇ ତାଜ ଲେକ ପ୍ୟାଲେସରୁ ଲୀଲା ପ୍ୟାଲେସରେ ପହଞ୍ଚିଲେ ଦୁଲ୍ହେ ରାଜା ରାଘବ । ସମୁଦାୟ 18ଟି ନୌକାରେ ଆସିଲେ ବରଯାତ୍ରୀ । ଏହି ବରଯାତ୍ରୀରେ ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ସିଏମ ଭଗବନ୍ତ ମାନ, କ୍ରିକେଟର ହରଭଜନ ସିଂଙ୍କ ସହ ଜଣାଶୁଣା ବ୍ୟକ୍ତିତ୍ୱମାନେ ଅଂଶଗ୍ରହଣ କରିଥିଲେ । ବରଯାତ୍ରୀଙ୍କୁ ସ୍ବାଗତ କରିବା ସମୟରେ ଅତିଥିମାନଙ୍କୁ ଥଣ୍ଡା ପାନୀୟ ଏବଂ ମିଠା ସହିତ ଡ୍ରାଏଫ୍ରୁଟ୍ସ ଦିଆଯାଇଥିଲା । ପୂର୍ବ ଯୋଜନା ଅନୁଯାୟୀ ବିବାହ ଶେଷ ହେବା ପରେ ସନ୍ଧ୍ୟା 6ଟା 30 ମିନିଟରେ ବିଦାୟୀ କରାଯାଇଥିଲା । ଏହାପରେ ଲିଲି ପ୍ୟାଲେସରେ ରାତି 8ଟା 30 ମିନିଟରୁ ରିସେପସନ ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.