ETV Bharat / entertainment

ଆନିମଲ ପାଇଁ ରଶ୍ମିକା ନଥିଲେ ପ୍ରଥମ ପସନ୍ଦ, ରଣବୀରଙ୍କ ବିପକ୍ଷରେ ନଜର ଆସିଥାନ୍ତେ ଏହି ଅଭିନେତ୍ରୀ

ଆଜି ରିଲିଜ ହୋଇଥିବା 'ଆନିମଲ' ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମର ନାୟିକାଙ୍କୁ ଏକ ଖବର ସାମ୍ନାକୁ ଆସିଛି । ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପରିବର୍ତ୍ତେ ପ୍ରଥମେ ପରିଣୀତି ଚୋପ୍ରାଙ୍କୁ ମିଳିଥିଲା ଫିଲ୍ମର ଅଫର । ଏହି କାରଣରୁ ସେ ଫିଲ୍ମକୁ ମନା କରିଦେଇଥିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 1, 2023, 4:29 PM IST

ଆନିମଲ ପାଇଁ ରଶ୍ମିକା ନଥିଲେ ପ୍ରଥମ ପସନ୍ଦ, ରଣବୀରଙ୍କ ବିପକ୍ଷରେ ନଜର ଆସିଥାନ୍ତେ ଏହି ଅଭିନେତ୍ରୀ
ଆନିମଲ ପାଇଁ ରଶ୍ମିକା ନଥିଲେ ପ୍ରଥମ ପସନ୍ଦ, ରଣବୀରଙ୍କ ବିପକ୍ଷରେ ନଜର ଆସିଥାନ୍ତେ ଏହି ଅଭିନେତ୍ରୀ

ହାଇଦ୍ରାବାଦ: ଲୋକଙ୍କ ମନ ଜିତୁଛି ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ଆନିମଲ' । ଫିଲ୍ମ ଆଜି ରିଲିଜ ହୋଇଥିବା ବେଳେ ଦର୍ଶକଙ୍କୁ ପସନ୍ଦ ଆସୁଛି ଫିଲ୍ମ । ଏହାରି ମଧ୍ୟରେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନୁହଁନ୍ତି ପ୍ରଥମ ପସନ୍ଦ । ରଶ୍ମିକାଙ୍କ ପୂର୍ବରୁ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଏହି ଫିଲ୍ମ ମିଳିଥିଲା ଅଫର ।

  • " class="align-text-top noRightClick twitterSection" data="">

ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଗୀତାଞ୍ଜଳି ସିଂଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଥିଲେ । 2021 ମସିହାରେ ଫିଲ୍ମର ଘୋଷଣା ସମୟରେ ଫିଲ୍ମ ସହ ପରିଣୀତିଙ୍କ ନାଁ ଯୋଡା ଯାଉଥିଲା । ସୂଚନା ଅନୁସାରେ, ପରିଣୀତି ଦିଲଜିତ ଦୋସାଞ୍ଜଙ୍କ ସହ 'ଚମକିଲା' ପାଇଁ ଆନିମଲକୁ ମନା କରିଥିଲେ । ତେବେ ଏହି ଅଫର ମନା କଲା ପରେ ନିର୍ମାତା ରଶ୍ମିକା ମନ୍ଦାନା ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିଥିଲେ ।

ନିକଟରେ ଏକ ସାକ୍ଷାତକାର ସମୟରେ ପରିଣୀତି ଚୋପ୍ରାଙ୍କୁ ରଣବୀର କପୁରଙ୍କ 'ଆନିମଲ' ଚଳଚ୍ଚିତ୍ର ଛାଡିବା ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା । ପରିଣୀତି ଚୋପ୍ରା ଏହାର ଉତ୍ତର ଦେଇ କହିଥିଲେ ଯେ ଯେତେବେଳେ ତୁମର ଅଧିକ ବିକଳ୍ପ ଅଛି । ତେଣୁ ତୁମ ଅନୁଯାୟୀ ସଠିକ୍ ବାଛିବା ତୁମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଏକ ଅଂଶ କିମ୍ବା ପାର୍ସଲ ଭାବେ ବିଚାର କରନ୍ତୁ । ଯାହାକୁ ଆପଣ ନିଜ ପସନ୍ଦ ଅନୁଯାୟୀ ବାଛିବାକୁ ପଡିବ । କୁହାଯାଉଛି ଯେ ନିର୍ଦ୍ଦେଶକ ଇମତିଆଜ ଅଲିଙ୍କ ଫିଲ୍ମ ଯୋଗୁଁ ପରିଣୀତି ଚୋପ୍ରା ଏହି ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ରଣବୀର କପୁର-ବିକି କୌଶଲ ଟକ୍କର, କିଏ ମାରିବ ବାଜି ?

ପରିଣୀତି ଚୋପ୍ରାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ପରିଣୀତିଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଉଞ୍ଚାଇ'ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ବିଗ ବି ଅମିତାଭ ବଚ୍ଚନ, ବୋମନ ଇରାନୀ ଏବଂ ଅନୁପମ ଖେର ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ତେବେ ତାଙ୍କୁ ଖୁବ୍ ଶୀଘ୍ର ଇମତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଚମକିଲା'ରେ ଦେଖିବାକୁ ମିଳିବ । ଏଥିରେ ଦିଲଜିତ ଦୋସାଞ୍ଜ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ପଞ୍ଜାବୀ ଗାୟକ ଅମର ସିଂ ଚମକିଲାଙ୍କ ବାୟୋପିକ୍ ଉପରେ ଆଧାରିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.