ETV Bharat / entertainment

Ragneeti Weeding: ପରିଣୀତି-ରାଘବଙ୍କ ପ୍ରିୱେଡିଂ ଇଭେଣ୍ଟ୍‌ ଆରମ୍ଭ, ଦେଶୀ ଗାର୍ଲଙ୍କ ମା' ଆସିଲେ ନଜର

author img

By ETV Bharat Odisha Team

Published : Sep 21, 2023, 12:32 PM IST

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇଛି । ଯାହାର ଭିଡିଓ ଏବଂ ଫଟୋ ଏବେ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ,

ପରିଣୀତି-ରାଘବଙ୍କ ପ୍ରିୱେଡିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ, ଦେଶୀ ଗାର୍ଲଙ୍କ ମା' ଆସିଲେ ନଜର

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କ ବିବାହ ତାରିଖ ପାଖେଇ ଆସୁଛି । 24 ସେପ୍ଟେମ୍ବରରେ ଉଦୟପୁରର ଲୀଲା ପ୍ୟାଲେସରେ ଏହି କପଲ ବିବାହ କରିବାକୁ ଯାଉଛନ୍ତି । ସମସ୍ତ ବିବାହ ପ୍ରସ୍ତୁତି ସରିଥିବା ବେଳେ କପଲଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇଛି । ସେପ୍ଟେମ୍ବର 19ରେ ମେହେନ୍ଦୀ ସରିଥିବା ବେଳେ 20ରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ତେବେ ବିବାହ ଉତ୍ସବର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

20 ସେପ୍ଟେମ୍ବର ରାତିରେ ଦିଲ୍ଲୀରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ସୁଫି ନାଇଟ୍ ଅର୍ଥାତ୍ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସୁଫି ନାଇଟ୍ ଉତ୍ସବ ରାଘବଙ୍କ ଘରେ ଆୟୋଜିତ ହୋଇଥିଲା । ଏଥିରେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ସାମିଲ ହୋଇଥିଲେ । ଏଥିସହ ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ବି ତାଙ୍କ ପରିବାର ସହ ଏଠାରେ ଦେଖିବାକୁ ମିଳିଛି । ସେପଟେ ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିନଥିବା ବେଳେ କିନ୍ତୁ ପ୍ରିୟଙ୍କାଙ୍କ ମା' ମଧୁ ଚୋପ୍ରାଙ୍କୁ ଏଠାରେ ଦେଖିବାକୁ ମିଳିଛି ।

ଝିଅ ପରିଣୀତି ଚୋପ୍ରାଙ୍କ ବିବାହରେ ପିତା ପୱନ ଚୋପ୍ରା ବହୁତ ଖୁସି ନଜର ଆସୁଥିଲେ । ସଂଗୀତ ଦିନ ସେ ଗ୍ରୀନ ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧିଥିଲେ । ଏବଂ ପାପାରାଜି ପାଇଁ କ୍ୟାମେରା ଆଗରେ ପୋଜ୍ ମଧ୍ୟ ଦେଇଥିଲେ । ତେବେ ପାରିଣୀତି ଏବଂ ରାଘବ ଫିକା ପିଙ୍କ୍‌ ରଙ୍ଗର ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ସୁଫି ନାଇଟ୍ ଅର୍ଥାତ୍ ସଙ୍ଗୀତ କାର୍ଯ୍ୟକ୍ରମରେ ବଲିଉଡ୍‌ ଗୀତଗୁଡିକୁ ବେଶ ଉପଭୋଗ କରିଥିଲେ ପୁରା ପରିବାର ଏବଂ ଉପସ୍ଥିତ ଲୋକେ । ଏନେଇ ଦିଲ୍ଲୀର କାପୁରଥାଲା ହାଉସର ଅନେକ ଭିଡିଓ ଏବଂ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି ।

ଅଧିକ ପଢନ୍ତୁ: ପରିଣୀତିଙ୍କ ହାତରେ ଲାଗିଲା ରାଘବଙ୍କ ନାଁର ମେହେନ୍ଦି

ସୂଚନା ଥାଉ କି, ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା 23 ସେପ୍ଟେମ୍ବରରେ ଦିଲ୍ଲୀରେ ପହଞ୍ଚି ବିବାହ ଉତ୍ସବରେ ଯୋଗଦେବେ । ଏଥିସହ ପ୍ରିୟଙ୍କାଙ୍କ ମା' ମଧୁ ଚୋପ୍ରା ଏବଂ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କୁ ସଙ୍ଗୀତରେ ଦେଖିବାକୁ ମିଳିଥିଲା । ସୁଫି ନାଇଟରେ ଫ୍ୟାଶନ୍ ଡିଜାଇନର୍ ପୱନ୍ ସଚ୍ଚଦେବ ଏବଂ ଫ୍ୟାଶନ୍ ଡିଜାଇନ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଭାପତି ସୁନୀଲ ସେଠୀ ମଧ୍ୟ ସାମିଲ ହୋଇଥିଲେ । ଏହି ଲଭବାର୍ଡଙ୍କ ହାଇପ୍ରୋଫାଇଲ ବିବାହ କାର୍ଯ୍ୟକ୍ରମରେ ରାଜନୀତି, କ୍ରୀଡ଼ା ଏବଂ ମନୋରଞ୍ଜନ ସହ ଜଡ଼ିତ ବ୍ୟକ୍ତିବିଶେଷ ଯୋଗ ଦେବେ ବୋଲି ଜଣାପଡ଼ିଛି । କୁହାଯାଉଛି ଯେ ଏହି ବିବାହ କଡ଼ା ସୁରକ୍ଷା ମଧ୍ୟରେ ହେବ ଏବଂ ବିବାହ ଉତ୍ସବକୁ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ଦିଆଯିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.