ETV Bharat / entertainment

Parneeti and Raghav: ବିବାହ ଗୁଜବ ମଧ୍ୟରେ ପୁଣି ଏକାଠି ନଜର ଆସିଲେ ପରିଣୀତି-ରାଘବ

author img

By

Published : Mar 30, 2023, 12:31 PM IST

ବିବାହ ଗୁଜବ ମଧ୍ୟରେ ପୁଣି ଏକାଠି ନଜର ଆସିଲେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା । ଦିଲ୍ଲୀ ବିମାନବନ୍ଦରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଦିଲ୍ଲୀ ବିମାନବନ୍ଦରରେ ପୁଣି ଏକାଠି ନଜର ଆସିଲେ ପରିଣୀତି ଏବଂ ରାଘବ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା । ବିବାହ ଗୁଜବ ମଧ୍ୟରେ ପୁଣି ଏକାଠି ନଜର ଆସିଲେ ଏହି କପଲ । ବୁଧବାର ରାତିରେ ଉଭୟଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ପାପାରାଜି ଏବଂ ସାମ୍ବାଦିକମାନଙ୍କୁ ଏଡ଼ାଇ ପରିଣୀତି ଶୀଘ୍ର କାର ଭିତରକୁ ଚାଲିଯାଇଥିଲେ । ଏହି ଭିଡିଓ ଭାଇରାଲ ପରେ ଉଭୟଙ୍କ ବିବାହ ଖବର ଚର୍ଚ୍ଚା ଆହୁରି ବଢି ଯାଇଛି ।

ଦିଲ୍ଲୀ ବିମାନବନ୍ଦରରେ ପରିଣୀତି ଏବଂ ରାଘବଙ୍କୁ ଏକାଠି ଦେଖିବାକୁ ମିଳିଥିବା ବେଳେ ଅଭିନେତ୍ରୀଙ୍କୁ ବ୍ଲାକ ଡ୍ରେସ ସହ ଗଗଲ୍ସରେ ନଜର ଆସିଥିଲେ । ଏହାରି ମଧ୍ୟରେ ପାପାରାଜି ଏବଂ ସାମ୍ବାଦିକମାନଙ୍କୁ ଏଡ଼ାଇ ପରିଣୀତି ଶୀଘ୍ର କାର ଭିତରକୁ ଚାଲି ଯାଇଥିଲେ । ଏହି ସମୟରେ ତାଙ୍କ ସାଙ୍ଗରେ ରାଘବ ମଧ୍ୟ ରହିଥିବା ନଜର ଆସିଥିଲେ । ଏହି ଭିଡିଓ ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ନେଇ ହୋଇଥିବା ଚର୍ଚ୍ଚା ଏବେ ଫ୍ୟାନ୍ସଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମଙ୍ଗଳବାର ଦିନ AAP ନେତା ସଞ୍ଜୀବ ଆରୋରା ନିଜ ଟ୍ବିଟରରେ ପରିଣୀତି ଏବଂ ରାଘବଙ୍କ ଏକ ଫଟୋ ସେୟାର କରି ଉଭୟଙ୍କ ସମ୍ପର୍କ ପାଇଁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ କରିଥିଲେ । ଏହା ପରେ ଏହି ଶୁଭେଚ୍ଛା ଖୁବ ଭାଇରାଲ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଉଭୟଙ୍କୁ ଏକ ରେସ୍ତୋରାଁରେ ଏକାଠି ଦେଖିବାକୁ ମିଳିଥିଲା । ଏଥିସହ ସେଲିବ୍ରିଟି ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଘରେ ପରିଣୀତିଙ୍କୁ ନଜର ଆସିଥିବା ନେଇ ରାଘବଙ୍କ ସହ ତାଙ୍କ ବିବାହ କଳ୍ପନା ଜଳ୍ପନାର କାରଣ ହୋଇଥିଲା । ଏହାରି ମଧ୍ୟରେ ବୁଧବାର ମୁମ୍ବାଇ ବିମାନବନ୍ଦରରେ ପରିଣୀତିଙ୍କୁ ପାପରାଜି ନିଜ ବିବାହ ବିଷୟରେ ପଚାରିଥିଲେ । ସେହି ସମୟରେ ଅଭିନେତ୍ରୀ ଉତ୍ତର ନ ଦେଇ ହସି ସେଠାରୁ ଚାଲିଯାଇଥିଲେ । ତେବେ ଏହି ସମସ୍ତ ଫଟୋ ଏବଂ ଭିଡିଓ ଭାଇରାଲ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନେଇ ଚାଲିଥିବା ଗୁଜବ ସତ ଥିବା ଭଳି ମନେ ହେଉଛି ।

ସୂଚନା ଥାଉ କି, ପରିଣୀତି ଏବଂ ରାଘବ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଏକାଠି ଅଧ୍ୟୟନ କରିଥିଲେ ଏବଂ ଦୀର୍ଘ ଦିନ ଧରି ବନ୍ଧୁ ଥିଲେ । ଏଥିସହ ପରିଣୀତି ଏବଂ ରାଘବ ମଧ୍ୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଫୋଲୋ କରିଥିବା ଜଣାପଡିଛି । ପରିଣୀତି ଚୋପ୍ରାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ପରିଣୀତିଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଉଞ୍ଚାଇ'ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ବିଗ ବି ଅମିତାଭ ବଚ୍ଚନ, ବୋମନ ଇରାନୀ ଏବଂ ଅନୁପମ ଖେର ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ତେବେ ତାଙ୍କୁ ଖୁବ୍ ଶୀଘ୍ର ଇମତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଚମକିଲା'ରେ ଦେଖିବାକୁ ମିଳିବ । ଏଥିରେ ଦିଲଜିତ ଦୋସାଞ୍ଜ ମଧ୍ୟ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.