ETV Bharat / entertainment

ଫାଇଟର ଗୀତରେ ଦୀପିକା-ରଣବୀରଙ୍କ ସାମ୍ନାରେ ନାଚିଲେ ପାପାରାଜି

author img

By ETV Bharat Odisha Team

Published : Jan 14, 2024, 2:19 PM IST

Deepika Padukone-Ranveer Singh: ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଏୟାରପୋର୍ଟ ଯାଉଥିବା ବେଳେ ତାଙ୍କ ସାମ୍ନାରେ ଜଣେ ପାପାରାଜି ଫାଇଟର ଫିଲ୍ମର ଏକ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ

paparazzi performing of fighter song
ଦୀପିକା-ରଣବୀରଙ୍କ ସାମ୍ନାରେ ନାଚିଲେ ପାପରାଜି

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ହ୍ରିତିକ ରୋଶନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଫାଇଟର' ରିଲିଜ ହେବାକୁ ପ୍ରସ୍ତୁତ । ନିକଟରେ ଫିଲ୍ମର ସହ ଟିଜର ଏବଂ ୩ଟି ଗୀତ ରିଲିଜ ହୋଇଥିଲା । ଯାହା ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଥିଲା । ଫିଲ୍ମର ଟ୍ରେଲର ରିଲିଜ ଡେଟ୍ ମଧ୍ୟ ସାମ୍ନାକୁ ଆସିଛି । ଏନେଇ ଟିମ୍ ଫିଲ୍ମ ରିଲିଜ ହେବାକୁ ନେଇ ଯେତିକି ଉତ୍ସାହିତ ଅଛନ୍ତି ସେତିକି ଫ୍ୟାନ୍ସ ମଧ୍ୟ ସେମାନଙ୍କ ସୁପରଷ୍ଟାରଙ୍କୁ ପରଦାରେ ଦେଖିବା ପାଇଁ ଅପେକ୍ଷାରେ ଅଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ସାମ୍ନାରେ 'ଶେର ଖୁଲ ଗୟେ' ଗୀତରେ ଜଣେ ପାପାରାଜି ନାଚୁଥିବାର ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ବିମାନବନ୍ଦରକୁ ଯାଉଛନ୍ତି । ଏହି ସମୟରେ ଜଣେ ପାପାରାଜି ଫାଇଟର ଫିଲ୍ମର ଗୀତ 'ଶେର୍ ଖୁଲ୍ ଗୟେ'ରେ ନାଚିବା ଆରମ୍ଭ କରିଥିଲେ । ତାଙ୍କର ନୃତ୍ୟ ଦେଖି କାରରେ ବସିଥିବା ରଣବୀର ସିଂ ଏବଂ ଦୀପିକା ପାଦୁକୋନ ମଧ୍ୟ ଡ୍ୟାନ୍ସ ଷ୍ଟେପ୍ କରିବା ଆରମ୍ଭ କରିଥିଲେ । ଫାଇଟର ଗୀତରେ ପାପାରାଜିଙ୍କ ଡ୍ୟାନ୍ସ ଆଉ ତାକୁ ନେଇ ଅଭିନେତାଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ ଥାଉକି, ଫିଲ୍ମର ଏ ପର୍ଯ୍ୟନ୍ତ ୩ଟି ଗୀତ ରିଲିଜ ହୋଇଛି । ଫିଲ୍ମର ତୃତୀୟ ଗୀତ 'ହିର ଆସମାନୀ ହାଲ୍' ଗତ ଜାନୁଆରୀ ୮ ତାରିଖରେ ରିଲିଜ ହୋଇଛି । ସେହିପରି ପୂର୍ବରୁ 'ଶେର ଖୁଲ ଗୟେ' ଏବଂ 'ଇଷ୍କ ଜୈସା କୁଛ୍' ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଆକ୍ସନ ଡ୍ରାମାର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ କରିଛନ୍ତି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ସୁନୀଲ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିବେ । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ ।

ଏହା ମଧ୍ୟ ପଢନ୍ତୁ- ହ୍ରିତିକଙ୍କ ଜନ୍ମଦିନ ପୂର୍ବରୁ ଫ୍ୟାନ୍ସଙ୍କୁ ଭେଟି, ଏହି ଦିନ ରିଲିଜ ହେବ 'ଫାଇଟର' ଟ୍ରେଲର

ତେବେ ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୪ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନା ଥାଉକି, ଚଳିତ ବର୍ଷ ଜାନୁଆରୀ ୨୫ରେ ସିଦ୍ଧାର୍ଥ ଆନନ୍ଦଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲା ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.