ETV Bharat / entertainment

The Vaccine War: ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ ପଲ୍ଲବୀ, କହିଲେ- ସେମାନେ ମୋ ଦର୍ଶକ ନୁହଁନ୍ତି - ଦି ଭ୍ୟାକସିନ୍ ୱାର୍‌ ବିବେକ ରଂଜନ ଅଗ୍ନିହୋତ୍ରୀ

ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରଠାରୁ କିଛି ଲୋକ ‘ଦି ଭ୍ୟାକସିନ୍ ୱାର୍‌’କୁ ବିବେକ ଅଗ୍ନିହୋତ୍ରୀଙ୍କ ପୂର୍ବ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ ଭଳି ଏଜେଣ୍ଡା ଉପରେ ନିର୍ମିତ ଚଳଚ୍ଚିତ୍ର ବୋଲି କହୁଛନ୍ତି । ଏହି ଲୋକଙ୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପଲ୍ଲବୀ ଯୋଶୀ ସେମାନଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

ପଲ୍ଲଭୀ ଯୋଶୀ
ପଲ୍ଲଭୀ ଯୋଶୀ
author img

By ETV Bharat Odisha Team

Published : Sep 20, 2023, 8:47 AM IST

ହାଇଦ୍ରାବାଦ: ଗତ ବର୍ଷ ମୁକ୍ତିଲାଭ କରିଥିବା 'ଦ କାଶ୍ମୀର ଫାଇଲ୍ସ' ସହିତ ଧମାଲ ମଚାଇଥିବା ପଲ୍ଲବୀ ଯୋଶୀ ଖୁବ୍ ଶୀଘ୍ର 'ଦି ଭ୍ୟାକସିନ୍ ୱାର୍‌'ରେ ପୁଣି ନିଜର ଯାଦୁ ଦେଖାଇବେ । ଅଭିନେତ୍ରୀ ଫିଲ୍ମର ନିର୍ମାତା ମଧ୍ୟ ଅଟନ୍ତି । ଗୋଟିଏ ପଟେ ଅଭିନେତ୍ରୀ ତାଙ୍କ ସ୍ୱାମୀ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଅନ୍ୟ ପଟେ ସେ ଏହି ଚଳଚ୍ଚିତ୍ରର ନିରନ୍ତର ପ୍ରମୋସନ ମଧ୍ୟ କରୁଛନ୍ତି । କୋଭିଡ-19ରେ ଭାରତର ଟୀକାକରଣ ଅବଦାନକୁ ଦେଖାଉଥିବା ଏହି ଫିଲ୍ମକୁ ଅନେକ ଲୋକ ପ୍ରୋପଗାଣ୍ଡା ଚଳଚ୍ଚିତ୍ର ବୋଲି କହୁଛନ୍ତି । ଯାହାକୁ ପଲ୍ଲବୀ ଯୋଶୀ ଆଦୌ ପସନ୍ଦ କରୁନାହାନ୍ତି । ଏକ ସାକ୍ଷାତକାରରେ ଟ୍ରୋଲରମାନଙ୍କୁ ଅଭିନେତ୍ରୀ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି।

  • " class="align-text-top noRightClick twitterSection" data="">

ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ ପଲ୍ଲଭୀ

ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବା ପରଠାରୁ କିଛି ଲୋକ 'ଦି ଭ୍ୟାକସିନ୍ ୱାର୍‌'କୁ ବିବେକ ଅଗ୍ନିହୋତ୍ରୀଙ୍କ ପୂର୍ବ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ' ଭଳି ଏଜେଣ୍ଡା ଉପରେ ନିର୍ମିତ ଚଳଚ୍ଚିତ୍ର ବୋଲି କହୁଛନ୍ତି । ଏଭଳି ଲୋକଙ୍କୁ ଜବାବ ଦେଇ ପଲ୍ଲବୀ ଯୋଶୀ ନିକଟରେ ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, 'ମୋର ସେମାନଙ୍କୁ କିଛି କହିବାର ନାହିଁ କାରଣ ସେମାନେ ମୋର ଦର୍ଶକ ନୁହଁନ୍ତି । ସେମାନେ ସେହି ପ୍ରକାରର ଲୋକ ନୁହଁନ୍ତି ଯେଉଁମାନେ ଦେଶର ଭାବନାକୁ ବୁଝିବେ । ଅନେକ ଲୋକ ତ ‘ଦ ତାସ୍‌କେଣ୍ଟ ଫାଇଲ୍ସ’କୁ ଏକ ପ୍ରୋପଗାଣ୍ଡା ଚଳଚ୍ଚିତ୍ର ବୋଲି ମଧ୍ୟ କହିଥିଲେ, କାରଣ ଲାଲ ବାହାଦୂର ଶାସ୍ତ୍ରୀ ଜଣେ କଂଗ୍ରେସ ନେତା ଥିଲେ । ମୁଁ ବୁଝିପାରୁନି ।'

ଏହା ମଧ୍ୟ ପଢନ୍ତୁ: The Vaccine War: ସ୍ପେଶାଲ ସ୍କ୍ରିନିଂରେ ସାମିଲ ହେଲେ ସୁଧା ମୂର୍ତ୍ତୀ, କହିଲେ ଆମେ ଭାରତୀୟ ବୋଲି ଗର୍ବିତ

ପଲ୍ଲବୀ ଯୋଶୀ ଆହୁରି କହିଛନ୍ତି କି, ‘ଯଦି ସେମାନେ ମୋ କଥା ଶୁଣୁଛନ୍ତି, ତାହେଲେ ମୁଁ ସେମାନଙ୍କୁ ଥରେ ଭ୍ୟାକସିନ୍ ୱାର୍‌ ଦେଖିବା ପାଇଁ କହିବି ଏବଂ ତା’ପରେ ନିର୍ଣ୍ଣୟ କରିବେ ଏହା କ’ଣ ? କିନ୍ତୁ ମୁଁ ଜାଣିଛି ସେମାନେ ଏହି ଫିଲ୍ମ ଦେଖିବେ ନାହିଁ, କାରଣ ଯେତେବେଳେ ସେମାନେ ଏହାକୁ ଦେଖିବେ ସେମାନେ ପରିବର୍ତ୍ତିତ ହେବେ ।’ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନାନା ପାଟେକର, ରାଇମା ସେନ୍, ଅନୁପମ ଖେର, ଗିରିଜା ଓକ, ସପ୍ତମି ଗୌଡା ଏବଂ ମୋହନ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମ 10ଟି ବିଭିନ୍ନ ଭାଷାରେ ସେପ୍ଟେମ୍ବର 28ରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: The Vaccine War: ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମର ଟ୍ରେଲର ରିଲିଜ, ଏମିତି ପ୍ରସ୍ତୁତ ହୋଇଥିଲା କୋରୋନା ଟିକା

'ଫୁକରେ 3'କୁ ଟକ୍କର ଦେବ ଭ୍ୟାକସିନ୍ ୱାର୍‌

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର 'ଦି ଭ୍ୟାକସିନ୍‌ ୱାର' ହେଉଛି ଭାରତର ପ୍ରଥମ ବାୟୋ ସାଇନ୍ସ ଫିଲ୍ମ । ଯାହାକି 2020 ଏବଂ 2021ରେ ପ୍ରଭାବିତ କୋରୋନା ଭାଇରସ୍ ଲଢ଼େଇ ପାଇଁ ପ୍ରସ୍ତୁତ କୋରୋନା ଟିକା ଉପରେ ଆଧାରିତ । ଏହି ଟିକା ତିଆରି କରିବାରେ ଭାରତର ଭୂମିକାକୁ ଫିଲ୍ମରେ ଦର୍ଶାଯାଇଛି । 'ଦି ଭ୍ୟାକସିନ୍ ୱାର୍‌' ବକ୍ସ ଅଫିସରେ 'ଫୁକରେ 3' ସହିତ ଟକ୍କର ଦେବ । ମୁଖ୍ୟ ଭୂମିକାରେ ରିଚା ଚଢା, ବରୁଣ ଶର୍ମା, ମଞ୍ଜୋତ୍ ସିଂ, ପୁଲକିତ ସମ୍ରାଟ ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ 'ଫୁକରେ' କମେଡି ଫ୍ରାଞ୍ଚାଇଜ୍‌ର ତୃତୀୟ ଭାଗ ଅଟେ। ଏହାପୂର୍ବରୁ ପ୍ରଭାସ ଏବଂ ପ୍ରଶାନ୍ତ ନୀଲଙ୍କ ସାଲାର ମଧ୍ୟ ସେପ୍ଟେମ୍ବର 28 ରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି। ମୁଖ୍ୟ ଭୂମିକାରେ ପୁଲକିତ ସମ୍ରାଟ ଏବଂ ପଙ୍କଜ ତ୍ରିପାଠୀ ଅଛନ୍ତି । ଏହାପୂର୍ବରୁ ପ୍ରଭାସ ଏବଂ ପ୍ରଶାନ୍ତ ନୀଲଙ୍କ ସାଲାର ମଧ୍ୟ ସେପ୍ଟେମ୍ବର 28 ରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । ମୁଖ୍ୟ ଭୂମିକାରେ ପୁଲକିତ ସମ୍ରାଟ ଏବଂ ପଙ୍କଜ ତ୍ରିପାଠୀ ଅଛନ୍ତି । ଏହାପୂର୍ବରୁ ପ୍ରଭାସ ଏବଂ ପ୍ରଶାନ୍ତ ନୀଲଙ୍କ ସାଲାର ମଧ୍ୟ ସେପ୍ଟେମ୍ବର 28ରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.