ହାଇଦ୍ରାବାଦ: ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ କୁଇନ କଙ୍ଗନା ରଣାୱତ। ସେ ସବୁ ଘଟଣା ଉପରେ ନିଜର ରାୟ ଦେଇଥାଆନ୍ତି । ଏଥିପାଇଁ ସେ ବେଳେବେଳେ ଟ୍ରୋଲ୍ର ଶିକାର ମଧ୍ୟ ହୋଇଥାଆନ୍ତି । ବର୍ତ୍ତମାନ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ଜଣେ ପାକିସ୍ତାନୀ ଅଭିନେତ୍ରୀ । ଏକ ସାକ୍ଷାତକାରରେ ପାକିସ୍ତାନୀ ଅଭିନେତ୍ରୀ ନୌଶିନ ଶାହା କଙ୍ଗନାଙ୍କ ଉପରେ ବର୍ଷିଛନ୍ତି । ସେ କଙ୍ଗନାଙ୍କୁ ଚାପୁଡା ମାରିବାକୁ ଚାହୁଁଥିବା କଥା କହିଛନ୍ତି । ଏଥିସହ ସେ କାହିଁକି ଏପରି କହିଛନ୍ତି ତାହାର କାରଣ କହିଛନ୍ତି ।
ଏକ ଶୋ' ରେ କେଉଁ ବଲିଉଡ ଅଭିନେତ୍ରୀଙ୍କୁ ସେ ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି ପଚରାଯିବାରୁ ନୌଶିନ କହିଥିଲେ ଯେ ସେ କଙ୍ଗନାଙ୍କୁ ଭେଟିବାକୁ ଚାହୁଁଛି ଏବଂ ତାଙ୍କୁ ଦୁଇଥର ଚାପୁଡ଼ା ମାରିବାକୁ ଚାହୁଁଥିବା କହିଛନ୍ତି । ସେ କହିଛନ୍ତି, “ମୋ ଦେଶ ବିଷୟରେ ସେ ଯେଉଁଭଳି ଭାବରେ ଖରାପ କଥା କହୁଛନ୍ତି ଏବଂ ପାକିସ୍ତାନୀ ସେନା ବିଷୟରେ ସେ ଅନେକ ଖରାପ କଥା କହୁଛନ୍ତି, ମୁଁ ତାଙ୍କ ସାହସକୁ ନମସ୍କାର କରୁଛି । ସେ ନିଜ ଦେଶ ଏବଂ ନିଜ ଅଭିନୟ ଉପରେ ଧ୍ୟାନ ଦେବା ଦରକାର। ନିଜର ବିବାଦ, ପୂର୍ବ ପ୍ରେମିକ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ଜ୍ଞାନ ନାହିଁ କିନ୍ତୁ ଦେଶ ବିଷୟରେ ଅନେକ କଥାବାର୍ତ୍ତା କରୁଛନ୍ତି ତାହା ବି ଅନ୍ୟ ଦେଶ ବିଷୟରେ ।“
ନୌଶିନ କଙ୍ଗନାଙ୍କ ଜ୍ଞାନ ଉପରେ ଅଧିକ ପ୍ରଶ୍ନ କରି କହିଥିଲେ, “ପାକିସ୍ତାନରେ ଲୋକଙ୍କୁ ଅସଦାଚରଣ କରାଯାଉଥିବା ଆପଣ କିପରି ଜାଣନ୍ତି ? ଆପଣ ପାକିସ୍ତାନୀ ସେନା ବିଷୟରେ କିପରି ଜାଣନ୍ତି ? ଆପଣ ଆମର ଏଜେନ୍ସିଗୁଡିକ ବିଷୟରେ କିପରି ଜାଣନ୍ତି ? ଆମେ ନିଜେ ଜାଣିନାହୁଁ । ଏଜେନ୍ସିଗୁଡିକ ଆମ ଦେଶରେ ଅଛି, ସେନା ଆମ ଦେଶର, ସେମାନେ ଏହି ଜିନିଷଗୁଡିକ ଆମ ସହ ସେୟାର କରନ୍ତି ନାହିଁ । ତାହା ଗୁପ୍ତ ରଖନ୍ତି । ଆପଣ କିପରି ଏସବୁ ଜାଣିଛନ୍ତି । ଶେଷରେ ସେ କଙ୍ଗନାଙ୍କୁ ପ୍ରଶଂସା ମଧ୍ୟ କରି କହିଛନ୍ତି ଯେ ସେ ଜଣେ ମହାନ ଅଭିନେତ୍ରୀ । ସୁନ୍ଦର ଏବଂ ବହୁତ ସୁନ୍ଦର ମହିଳା । କିନ୍ତୁ ମୁଁ ଦୁଃଖିତ, ଯେତେବେଳେ ଅନ୍ୟ ଲୋକ ଏବଂ ଦେଶକୁ ସମ୍ମାନ କରିବା କଥା ଆସେ, ସେତେବେଳେ ସେ ବହୁତ ଖରାପ । ସେ ଜଣେ ଉଗ୍ର ବ୍ୟକ୍ତିତ୍ୱ ।“
ଏହା ମଧ୍ୟ ପଢନ୍ତୁ: କଙ୍ଗନା ରଣାୱତଙ୍କ ପ୍ରତିକ୍ରିୟା, ମହିଳା ବୈଜ୍ଞାନିକଙ୍କ ପ୍ରଶଂସା କଲେ ଅଭିନେତ୍ରୀ
ସୂଚନା ଥାଉ କି, କଙ୍ଗନା ରଣାୱତ ପଡୋଶୀ ଦେଶ ପାକିସ୍ତାନକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଅଭିନେତ୍ରୀ ଏବେ କଙ୍ଗନାଙ୍କ ଉପରେ ତାତିଛନ୍ତି । କଙ୍ଗନାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ ଚନ୍ଦ୍ରମୁଖୀ 2 ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମ ସହ ଅଭିନେତ୍ରୀ ସାଉଥରେ ଡେବ୍ୟୁ କରିବେ। ଏହି ଚଳଚ୍ଚିତ୍ର 19 ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ବ୍ୟତୀତ ସେ ତେଜସ ଏବଂ ଏମରଜେନ୍ସିରେ ମଧ୍ୟ ନଜର ଆସିବେ।