ETV Bharat / entertainment

ଓସ୍କାର 2024 ପୁରସ୍କାର ତାରିଖ ଘୋଷଣା, ଜାଣନ୍ତୁ କେବେ ? - 96 ତମ ଓସ୍କାର ପୁରସ୍କାର ସମାରୋହ

ଓସ୍କାର 2024 ପୁରସ୍କାର ପାଇଁ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଦ୍ୱାରା ପ୍ରସ୍ତୁତି ଚାଲିଛି । ଏହି ସମୟରେ, ଆୟୋଜକ କମିଟି ଦ୍ୱାରା ଏକାଡେମୀ ପୁରସ୍କାର 2024 (96 ତମ ଏକାଡେମୀ ପୁରସ୍କାର) ପାଇଁ କାର୍ଯ୍ୟସୂଚୀ ଜାରି କରାଯାଇଛି। ଅଧିକ ପଢନ୍ତୁ,

ମାର୍ଚ୍ଚ 10, 2024ରେ 96 ତମ ଏକାଡେମୀ ପୁରସ୍କାର ସମାରୋହ

author img

By

Published : Apr 25, 2023, 10:43 AM IST

Updated : Apr 25, 2023, 10:58 AM IST

ଲସ୍ ଆଞ୍ଜେଲସ୍: ଓସ୍କାର 2023ର କ୍ରେଜ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଓସ୍କାର ପୁରସ୍କାର 2024 (96ତମ ସଂସ୍କରଣ) ପାଇଁ ତାରିଖ ଘୋଷଣା କରିଛି । ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଏବଂ ଏବିସି ସୋମବାର ଏହି ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀ ଦ୍ୱାରା ଏହା ଘୋଷଣା କରାଯାଇଛି ଯେ, ମାର୍ଚ୍ଚ 10, 2024ରେ 96 ତମ ଏକାଡେମୀ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ ।

ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଓସ୍କାର 2024 ଘୋଷଣା କରାଯାଇଛି । ମାର୍ଚ୍ଚ 10, 2024ରେ 96ତମ ଓସ୍କାର ପୁରସ୍କାର ସମାରୋହ ଅନୁଷ୍ଠିତ ହେବ । ଓସ୍କାର 2024 ପାଇଁ ସାଧାରଣ ବର୍ଗ ପାଇଁ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି 18 ନଭେମ୍ବର 2023। ସର୍ଟଲିଷ୍ଟ ପାଇଁ ପ୍ରାଥମିକ ମତଦାନ ଡିସେମ୍ବର 18 ରେ ଆରମ୍ଭ ହେବ ଏବଂ ଫଳାଫଳ ଡିସେମ୍ବର 21ରେ ଘୋଷଣା କରାଯିବ।

ସେହିପରି ଜାନୁଆରୀ 23ରେ ଅଫିସିଆଲ୍‌ ନାମାଙ୍କନ ଘୋଷଣା ହେବା ସହ 11 ଜାନୁଆରୀରୁ 16 ଜାନୁଆରୀ 2024 ଯାଏଁ ନାମାଙ୍କନ ପାଇଁ ଭୋଟିଂ କରାଯିବ । ତେବେ ନାମାଙ୍କନ ଏବଂ ଫେବୃଆରୀ 22ରୁ ଆରମ୍ଭ ହେବାକୁ ଥିବା ଚୂଡ଼ାନ୍ତ ଭୋଟ୍ ମଧ୍ୟରେ ଚାରି ସପ୍ତାହ ବ୍ୟବଧାନ ରହିବ । ଏହି ଶୋ’ ହଲିଉଡର ଡଲବି ଥିଏଟରରୁ ABC ଏବଂ ବିଶ୍ବର 200ରୁ ଅଧିକ ସ୍ଥାନରେ ସିଧା ପ୍ରସାରଣ ହେବ ।

ନିମ୍ନରେ 2024 ଓସ୍କାର ପାଇଁ ପ୍ରମୁଖ ତାରିଖଗୁଡିକର ସମ୍ପୂର୍ଣ୍ଣ ତାଲିକା:-

  • ରାଜ୍ୟପାଳ ପୁରସ୍କାର: ନଭେମ୍ବର 18 (2023 ଶନିବାର)
  • ପ୍ରାଥମିକ ମତଦାନ ଆରମ୍ଭ: 18 ଡିସେମ୍ବର 2023(ଗୁରୁବାର), ସକାଳ 9 ଟା
  • ପ୍ରାଥମିକ ଭୋଟ୍ ଶେଷ: 21 ଡିସେମ୍ବର 2023 (ସୋମବାର), ସନ୍ଧ୍ୟା 5ଟା
  • ଓସ୍କାର ସର୍ଟଲିଷ୍ଟ ଘୋଷଣା: 21 ଡିସେମ୍ବର 2023 (ଗୁରୁବାର)
  • ଯୋଗ୍ୟତା ଅବଧି ଶେଷ: 31 ଡିସେମ୍ବର 2023 (ରବିବାର)
  • ନାମାଙ୍କନ ଭୋଟ୍ ଆରମ୍ଭ: 11 ଜାନୁୟାରୀ 2024 (ଗୁରୁବାର) ସକାଳ 9ଟା
  • ନାମାଙ୍କନ ଭୋଟ୍ ସମାପ୍ତ: 16 ଜାନୁୟାରୀ 2024 (ମଙ୍ଗଳବାର) ସନ୍ଧ୍ୟା 5ଟା
  • ଓସ୍କାର ନାମାଙ୍କନ ଘୋଷଣା: 23 ଜାନୁୟାରୀ 2024 (ମଙ୍ଗଳବାର)
  • ଫାଇନାଲ୍ ଭୋଟିଂ ଆରମ୍ଭ: 22ଫେବୃଆରୀ 2024 (ଗୁରୁବାର) ସକାଳ 9ଟା
  • ସାଇଣ୍ଟିଫିକ୍‌ ଏବଂ ଟେକ୍ନିକାଲ ପୁରସ୍କାର: ଫେବୃଆରୀ 23, 2024(ଶୁକ୍ରବାର)
  • ଫାଇନାଲ୍ ଭୋଟିଂ ଶେଷ: 27 ଫେବୃଆରୀ 2024, ସନ୍ଧ୍ୟା 5ଟା
  • 96 ତମ ଓସ୍କାର ସମାରୋହ: 10 ମାର୍ଚ୍ଚ 2024 (ରବିବାର)

Last Updated : Apr 25, 2023, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.