ETV Bharat / entertainment

ଓସ୍କାର 2023: ମନୋନୀତ କଳାକାରଙ୍କୁ କୋଟିଏ ଟଙ୍କାର ଉପହାର

author img

By

Published : Mar 14, 2023, 12:18 PM IST

ଓସ୍କାର 2023ର ବିଭିନ୍ନ କାଟାଗୋରୀରେ ମନୋନୀତ ହୋଇ ପୁରସ୍କାର ପାଇବାରୁ ଅନେକ ବଞ୍ଚିତ ହୋଇଛନ୍ତି । ସେମାନଙ୍କୁ ମିଳିଛି ଅଷ୍ଟ୍ରେଲିଆରେ ଘର ଏବଂ ଇଟାଲୀ ଟ୍ରିପ୍ ସମେତ କୋଟିଏ ଟଙ୍କାର ଉପହାର ବ୍ୟାଗ । ଅଧିକ ପଢନ୍ତୁ

ଓସ୍କାର ହାରିଥିବା ମନୋନୀତ କଳାକାରଙ୍କୁ କୋଟିଏ ଟଙ୍କାର ଉପହାର

ଲସ୍ ଆଞ୍ଜେଲସ୍: ଆମେରିକାର ଲସ୍‌ ଆଞ୍ଜେଲସ ସ୍ଥିତ ଡୋଲବୀ ଥିଏଟରରେ ସମାପ୍ତ ହୋଇଛି ୯୫ ତମ ଓସ୍କାର ପୁରସ୍କାର ସମାରୋହ । ଭାରତକୁ 2ଟି ଓସ୍କାର ମିଳିଥିବା ନେଇ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ଏହାରି ମଧ୍ୟରେ ବିଭିନ୍ନ କାଟାଗୋରୀରେ ଅନେକ ମନୋନୀତ କଳାକାର ପୁରସ୍କାର ଜିତିଥିବା ବେଳେ ଅନେକ ନିରାଶ ମଧ୍ୟ ହୋଇଛନ୍ତି । ତେବେ ମନୋନୀତ ବ୍ୟକ୍ତି ଖାଲି ହାତରେ ଫେରି ନାହାଁନ୍ତି । ସେମାନଙ୍କୁ ମଧ୍ୟ ମିଳିଛି କୋଟିଏ ଟଙ୍କାର ଉପହାର ।

ଓସ୍କାରରେ ଯେଉଁ କଳାକାର ମନୋନୀତ ହୋଇଥିଲେ ସୁଦ୍ଧା ପୁରସ୍କାର ଜିତିନଥିଲେ । ସେମାନେ ଖାଲି ହାତରେ ନ ଫେରି ପାଇଛନ୍ତି ବଡ଼ ଉପହାର । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଓସ୍କାରରେ ହାରିଥିବା ମନୋନୀତ କଳାକାରଙ୍କୁ 1 ଲକ୍ଷ 26 ହଜାର ଡଲାର ଅର୍ଥାତ୍ 1 କୋଟି ଟଙ୍କାର ଏକ ଉପହାର ବ୍ୟାଗ ଦିଆଯାଇଛି । ଯାହା ପ୍ରତିବର୍ଷ ଓସ୍କାରରେ ମନୋନୀତ କଳାକାରମାନଙ୍କୁ ଉପହାର ସ୍ବରୂପ ଦିଆଯାଏ । ଏଥିରେ ମନୋନୀତ ଥିବା ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ସହ ଅଭିନେତା ଏବଂ ଶ୍ରେଷ୍ଠ ସହ ଅଭିନେତ୍ରୀ ସାମିଲ ରହିଛନ୍ତି ।

ସୂଚନା ଅନୁସାରେ, ଏକ ମାର୍କେଟିଂ କମ୍ପାନୀ `ଡିଷ୍ଟିନ୍ଟିଭ୍ ଆସେଟସ୍` ହାରିଥିବା ମନୋନୀତ କଳାକାରଙ୍କୁ ଏହି ଉପହାର ବ୍ୟାଗ୍ ବଣ୍ଟନ କରିଛି। ତେବେ ଏହି କମ୍ପାନୀ ଓସ୍କାର ସଂଗଠନ ଦ୍ବାରା ସାର୍ଟିଫିକେଟ୍ ହୋଇନାହିଁ। କିନ୍ତୁ 2002 ମସିହାରୁ ଏହା ଓସ୍କାରରେ ହାରିଥିବା ଲୋକଙ୍କୁ ବହୁମୂଲ୍ୟ ଉପହାର ଦେଇଆସୁଛି ।

ସୂଚନା ଥାଉ କି, ଏହି ଉପହାର ବ୍ୟାଗରେ ଜାପାନ ମିଲ୍କ ବ୍ରେଡ୍, ଇଟାଲୀ ଯାତ୍ରା, କସମେଟିକ୍ ଟ୍ରିଟ୍‌ମେଣ୍ଟ ଏବଂ ଅଷ୍ଟ୍ରେଲିଆରେ ଏକ ଘର ଭଳି ଉପହାର ସାମିଲ ଅଛି । ଏହି ବ୍ୟାଗରେ ସମୁଦାୟ 60ଟି ଉପହାର ରହିଥିବା ବେଳେ ଓସ୍କାର ମନୋନୀତ କଳାକାରମାନେ ଇଟାଲୀର ଆଇସଲ୍ୟାଣ୍ଡରେ 3 ରାତିର ରହଣୀ ପ୍ୟାକେଜର ମଜା ନେଇପାରିବେ। ଯାହାର ମୂଲ୍ୟ ପ୍ରାୟ 7.3 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ତେବେ ଏହି ଉପହାର ବ୍ୟାଗ୍‌ ପାଇ ଓସ୍କାର ପାଇଁ ମନୋନୀତ ହୋଇ ପୁରସ୍କାର ପାଇନଥିବା ବ୍ୟକ୍ତିବିଶେଷ ଖୁସି ଜାହିର କରିଛନ୍ତି ।

୯୫ତମ ଓସ୍କାର ପୁରସ୍କାର ହାତେଇଛନ୍ତି 23 ବର୍ଗର ବିଜେତା । ଏହାରି ମଧ୍ୟରେ ଭାରତ ଦୁଇଟି ଓସ୍କାର ପୁରସ୍କାର ଜିତି ଇତିହାସ ରଚିଛି । ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସକୁ ଓସ୍କାର ଆୱାର୍ଡ ମିଳିଥିବା ବେଳେ ଦ୍ୱିତୀୟଟି ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR'ର ଗୀତ ନାଟୁ ନାଟୁକୁ ମିଳିଥିଲା । ଏଥିସହ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ ମଧ୍ୟ ଓସ୍କାର ପୁରସ୍କାରରେ ଉପସ୍ଥାପିକା ଭାବେ ଯୋଗ ଦେଇ ଦେଶ ପାଇଁ ଗୌରବ ଆଣିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.