ETV Bharat / entertainment

ଏ ଆର୍ ରେହମାନ୍‌ଙ୍କ ସୋ’ରେ ଅବ୍ୟବସ୍ଥା: ସୋ' ଦେଖିପାରିଲେନି ଅନେକ ପ୍ରଶଂସକ, ଟିକେଟ ଟଙ୍କା ଫେରାଇବ ଆୟୋଜକ - ଚେନ୍ନାଇରେ ଏ ଆର୍ ରହମାନ

ଗତ ରବିବାର ଦିନ ଚେନ୍ନାଇରେ ଏ ଆର ରେହମାନ୍‌ଙ୍କ ଏକ ଲାଇଭ୍ ସୋ’ ଥିଲା, ଯେଉଁଥିପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଅବଶ୍ୟ, ଯେତେବେଳେ ଏମିତି କିଛି ଘଟଣା ଘଟିଲା, ଯାହାଫଳରେ ପ୍ରଶଂସକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ଅଧିକ ପଢନ୍ତୁ

ଏ ଆର୍ ରହମାନ
ଏ ଆର୍ ରହମାନ
author img

By ETV Bharat Odisha Team

Published : Sep 11, 2023, 3:17 PM IST

ହାଇଦ୍ରାବାଦ: ଓସ୍କାର ପୁରସ୍କାର ବିଜେତା ତଥା ସଙ୍ଗୀତକାର ଏ ଆର ରେହମାନ୍‌ ସଂଗୀତ ଜଗତରେ ଏକ ବଡ଼ ନାମ । ତାଙ୍କ କାର୍ଯ୍ୟକ୍ରମକୁ ଯିବାକୁ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ୍ ଦେଖାଯାଏ । ରବିବାର(ସେପ୍ଟେମ୍ବର 10) ଚେନ୍ନାଇରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ବହୁ ପ୍ରଶଂସକଙ୍କ ଭିଡ଼ ଜମିଥିଲା । କିନ୍ତୁ, ସେଠାରେ ବ୍ୟବସ୍ଥା ଏତେ ଖରାପ ଥିଲା ଯେ ପ୍ରଶଂସକମାନେ ନିରାଶ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁତ ଝଗଡ଼ା ହୋଇଥିଲା ଏବଂ ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆରେ ଆୟୋଜକଙ୍କୁ ସମାଲୋଚନା କରୁଛନ୍ତି । ଏତଦ୍ ବ୍ୟତୀତ ଏ ଆର ରେହମାନ୍‌ଙ୍କ ଉପରେ ମଧ୍ୟ ନାନା କଥା କହି ରାଗୁଛନ୍ତି ଫ୍ୟାନ୍ସ ।

ଉଲ୍ଲେଖନୀୟ ଯେ, ଗତ ରବିବାର ଦିନ ଚେନ୍ନାଇରେ ରହମାନଙ୍କ ଏକ ଲାଇଭ୍ ସୋ' ଥିଲା । ଯେଉଁଥି ପାଇଁ ପ୍ରଶଂସକମାନେ ବହୁ ସମୟ ଅପେକ୍ଷା କରିଥିଲେ । ତେବେ ଆୟୋଜକ ଏହି ସୋ'କୁ ସଠିକ ଢଙ୍ଗରେ ପରିଚାଳନା କରି ପାରିନଥିଲେ । ରେହମାନଙ୍କ ଝଲକ ପାଇବାକୁ ଫ୍ୟାନ୍ସ ଅକୁଣ୍ଠ ଚିତ୍ତରେ ଅନାଇ ବସିଥିଲେ । ତେବେ ଏହି ସମୟରେ ଭିଡ଼ ନିୟଣନ୍ତ୍ରଣ କରିବାରେ ବିଫଳ ରହିଥିଲେ ଆୟୋଜକ । ପ୍ରଶଂସକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀମାନେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ସେୟାର କରି ଆୟୋଜକଙ୍କ ସୋ' ପରିଚାଳନା ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ କହିଛନ୍ତି ଯେ ସେମାନଙ୍କୁ ସେଠାରେ ଏକ ଭୟାବହ ସ୍ଥିତିର ସାମ୍ନା କରିବାକୁ ପଡିଲା ।

  • Dearest Chennai Makkale, those of you who purchased tickets and weren’t able to enter owing to unfortunate circumstances, please do share a copy of your ticket purchase to arr4chennai@btos.in along with your grievances. Our team will respond asap🙏@BToSproductions @actcevents

    — A.R.Rahman (@arrahman) September 11, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ବାପା ମହେଶ ଭଟ୍ଟଙ୍କ ସହ ଚର୍ଚ୍ଚିତ କିସ୍‌ ସିନକୁ ନେଇ ମୁହଁ ଖୋଲିଲେ ପୂଜା ଭଟ୍ଟ

ଟିକେଟ୍ ଥାଇ ମଧ୍ୟ ଏଣ୍ଟ୍ରି ପାଇନାହାଁନ୍ତି

କିଛି ଲୋକ ଏହି କାର୍ଯ୍ୟକ୍ରମରେ ପ୍ରବେଶ କରିପାରିନଥିବାରୁ ଆୟୋଜକମାନଙ୍କ ନାଁରେ ଅଭିଯୋଗ କରିଛନ୍ତି । କେହି କେହି କହିଥିଲେ ଯେ ଧ୍ୱନି ବହୁତ କମ୍ ଥିଲା ଏବଂ ଯେଉଁମାନେ ମଞ୍ଚଠାରୁ ଦୂରରେ ଥିଲେ ସେମାନେ ଖୁବ୍ କମ୍ ଶୁଣି ପାରୁଥିଲେ । ଇଣ୍ଡଷ୍ଟ୍ରି ଟ୍ରାକର୍ ତଥା ଜଣାଶୁଣା ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ୍ ଟ୍ୱିଟ୍ କରି କହିଛନ୍ତି, 'ଏ ଆର୍ ରହମାନଙ୍କ କନସର୍ଟରେ ମୁହାଁମୁହିଁ ଭଳି ପରିସ୍ଥିତି ଥିଲା। ଅନେକଙ୍କୁ କନସର୍ଟରୁ ବାହାରକୁ ପଠାଯାଇଥିଲା । ପାସ୍ ସତ୍ତ୍ୱେ ଅନେକ ଲୋକଙ୍କୁ ଭିତରକୁ ଅନୁମତି ଦିଆଯାଇନଥିଲା ।

ମିଳିବ କି ଟିକେଟ୍ ଟଙ୍କା ?

ଜଣେ ୟୁଜର ଲେଖିଛନ୍ତି, 'ରେହମାନ ଲୋକଙ୍କୁ ଦେଇଥିବା ସବୁଠାରୁ ଖରାପ ଉପହାର ।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଅର୍ଥ ଏବଂ ଶକ୍ତିର ଅପଚୟ । ଆମକୁ ବିଶ୍ୱାସଘାତକତା କଲା ଭଳି ଲାଗିଲା । ସେପଟେ ଆର୍ ରହମାନ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମରେ ଟିକେଟ ଥାଇ ପ୍ରବେଶ କରି ପାରିନଥିବା ଲୋକଙ୍କୁ ଟିକେଟ୍ ଟଙ୍କା ଫେରସ୍ତ କରାଯିବ। 'ଯେଉଁମାନେ ଟିକେଟ୍ କିଣିଛନ୍ତି ଏବଂ ଦୁର୍ଭାଗ୍ୟଜନକ ପରିସ୍ଥିତି ଯୋଗୁଁ ପ୍ରବେଶ କରିବାକୁ ସକ୍ଷମ ହୋଇନାହାଁନ୍ତି, ଦୟାକରି ଆପଣଙ୍କର ଟିକେଟ୍‌ କପି ଅଭିଯୋଗ ସହିତ arr4chennai @btosରେ ସେୟାର କରନ୍ତୁ । ଆମ ଟିମ୍‌ ଯଥାଶୀଘ୍ର ଜବାବ ଦେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.