ହାଇଦ୍ରାବାଦ: ଖ୍ରୀଷ୍ଟୋଫର୍ ନୋଲାନ୍ ଅଭିନୀତ ଚଳଚ୍ଚିତ୍ର ଓପେନହାଇମର ଭାରତୀୟ ବକ୍ସ ଅଫିସରେ ଧମାକା କରୁଛି । ପ୍ରଥମ ଦିନର ସଂଗ୍ରହରେ ଏହି ଚଳଚ୍ଚିତ୍ର ହଲିଉଡ ଫିଲ୍ମ 'ମିଶନ ଇମ୍ପସିବଲ୍ 7' କୁ ପଛରେ ପକାଇଛି । ବର୍ତ୍ତମାନ ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମର ଆୟ ବହୁତ ଜବରଦସ୍ତ କରିଛି । ଫିଲ୍ମଟି 2ୟ ଦିନରେ 17 କୋଟି ଆୟ କରି ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି ।
ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ 13.50 କୋଟି ଟଙ୍କା ଆୟ କରିଥିବାବେଳେ ଦ୍ୱିତୀୟ ଦିନରେ 17 କୋଟି ଟଙ୍କା ସଂଗ୍ରହ କରିଥିଲା । ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ମିଶନ୍ ଇମ୍ପସିବଲ୍ 7 ଏବଂ ଫାଷ୍ଟ ଏକ୍ସର ରେକର୍ଡ ଭାଙ୍ଗିଥିଲା । ଯାହା ପରେ ଏହି ଚଳଚ୍ଚିତ୍ର ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ହଲିଉଡ ଚଳଚ୍ଚିତ୍ରରେ ପରିଣତ ହୋଇଛି । ଦୁଇ ଦିନ ମଧ୍ୟରେ ଏହି ଫିଲ୍ମ ମୋଟ ପ୍ରାୟ 30 କୋଟି ରୋଜଗାର କରି ସଫଳତା ହାସଲ କରିଛି । IMDb ରେଟିଂ ଅନୁସାରେ ଫିଲ୍ମ 'ଓପେନହାଇମର'ର 10 ରେଟିଂ ମଧ୍ୟରୁ 9 ଟି ମିଳିଛି । 61.7% ଲୋକ ଚଳଚ୍ଚିତ୍ରକୁ 10 ରେଟିଂ ଦେଇଛନ୍ତି, 18.7% ଦର୍ଶକ 9, 10.5% ଦର୍ଶକ 8 ଏବଂ 1.9% ଦର୍ଶକ 1 ରେଟିଂ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ହଲିଉଡ ଫିଲ୍ମ 'ଓପେନହାଇମର' ରିଲିଜ, ଜାଣନ୍ତୁ ଫିଲ୍ମର କାହାଣୀ
ଫିଲ୍ମର କାହାଣୀ କ’ଣ?
'ଓପେନହାଇମର' ଏକ ଜୀବନୀ ନାଟକ । ଯାହା ପରମାଣୁ ବୋମାର ପିତା 'ଜେ ରୋବର୍ଟ ଓପେନହାଇମର'ଙ୍କ ଜୀବନ ଉପରେ ଆଧାରିତ । ଜୁଲିୟସ୍ ରୋବର୍ଟ ଓପେନହାଇମର ଜଣେ ଆମେରିକୀୟ ଥିଓରିଟିକାଲ୍ ଫିଜିକ୍ ଥିଲେ । ଏହି ଚଳଚ୍ଚିତ୍ରଟିରେ ଓପେନହାଇମର ପ୍ରଥମ ପରମାଣୁ ପରୀକ୍ଷଣ 'ଟ୍ରିନିଟି' ବିଷୟରେ ଦର୍ଶାଯାଇଛି । ଯେଉଁଥିରେ ପରୀକ୍ଷା ପୂର୍ବରୁ ଏବଂ ପରେ ଘଟଣା ଗୁଡ଼ିକର ଏକ ଆକର୍ଷଣୀୟ ବର୍ଣ୍ଣନା କରାଯାଇଛି ।
ଅଗଷ୍ଟ 6 ଏବଂ 9, 1945ରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା । ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହି ଘଟଣାରୁ ବାହାରିବାରୁ ଜାପାନକୁ ବହୁତ ବର୍ଷ ଲାଗିଲା । ଏହାର ଏକ ଅଂଶ ଚଳଚ୍ଚିତ୍ର 'ଓପେନହାଇମର'ରେ ଦର୍ଶାଯାଇଛି ଯେ, କିପରି ଜଣେ ବ୍ୟକ୍ତିର ଇଚ୍ଛା ମାନବ ଜୀବନର ବିନାଶର କାରଣ ହୋଇପାରେ। ତେବେ ଓପେନହାଇମରରେ ସିଲିୟନ୍ ମର୍ଫି ଏବଂ ରୋବର୍ଟ ଡାଉନି ଜୁନିୟର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଜେ ରୋବର୍ଟ ଓପେନହାଇମର ଭୂମିକାରେ ସିଲିୟନ୍ ମର୍ଫିଙ୍କ ଅଭିନୟକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି ।