ETV Bharat / entertainment

Adipurush New Poster: ପ୍ରଭାସଙ୍କ ଜନ୍ମଦିନରେ ରିଲିଜ୍‌ ହେଲା ଆଦିପୁରୁଷର ପୋଷ୍ଟର

ବାହୁବଳୀ ଷ୍ଟାର୍‌ ପ୍ରଭାସ ଆଜି ତାଙ୍କର 43ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ୍‌ ଦିନରେ ଆଦିପୁରୁଷର ନିର୍ମାତା ଫିଲ୍ମ ସହ ଜଡିତ ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି(Adipurush New Poster) । ଅଧିକ ପଢନ୍ତୁ

author img

By

Published : Oct 23, 2022, 5:57 PM IST

ପ୍ରଭାସଙ୍କ ଜନ୍ମଦିନରେ ରିଲିଜ୍‌ ହେଲା ଆଦିପୁରୁଷର ପୋଷ୍ଟର

ହାଇଦ୍ରାବାଦ: ବାହୁବଳୀ ଷ୍ଟାର୍‌ ପ୍ରଭାସ ଆଜି ତାଙ୍କର 43ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ୍‌ ଦିନରେ ସହ-ତାରକା, ବନ୍ଧୁ ଏବଂ ପରିବାରବର୍ଗ ପ୍ରଭାସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଆଜିକାଲି ପ୍ରଭାସ ତାଙ୍କର ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଖାସ୍‌ ଅବସରରେ ଆଦିପୁରୁଷର ନିର୍ମାତା ଫିଲ୍ମ ସହ ଜଡିତ ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି(Adipurush New Poster) । ଏହି ପୋଷ୍ଟରରେ ପ୍ରଭୁ ରାମଙ୍କ ରୂପରେ ତାଙ୍କର ଏକ ଆକର୍ଷଣୀୟ ଫଟୋ ଦେଖିବାକୁ ମିଳୁଛି । ଏଥିରେ ପ୍ରଭାସ ଭଗବାନ ରାମଙ୍କ ଆଦର୍ଶ ଅବତାରରେ ନଜର ଆସିଛନ୍ତି ।

ଆଦିପୁରୁଷ ପୋଷ୍ଟର
ଆଦିପୁରୁଷ ପୋଷ୍ଟର

ଆଦିପୁରୁଷର ନିର୍ମାତା ଅକ୍ଟୋବର 23ରେ ପ୍ରଭାସଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ଏହି ପୋଷ୍ଟର ସେୟାର କରିଛନ୍ତି । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓମ୍ ରାଉତ କହିଛନ୍ତି, "ଆଜିର ସମୟରେ ପ୍ରଭାସ ବହୁତ ପରିଶ୍ରମୀ ଅଭିନେତା । ଆମେ ଆପଣଙ୍କୁ କହି ରଖୁଛୁ, ଯେବେଠାରୁ ଫିଲ୍ମର ଟ୍ରେଲର ରିଲିଜ ହେଲା ସେବେଠାରୁ ଏହି ଚଳଚ୍ଚିତ୍ରଟି ଅନେକ ଚର୍ଚ୍ଚାରେ ରହିଆସିଛି।"

ଆଦିପୁରୁଷ ପୋଷ୍ଟର
ଆଦିପୁରୁଷ ପୋଷ୍ଟର

କିଛି ଦିନ ପୂର୍ବରୁ ଆଦିପୁରୁଷର ଟିଜର ରିଲିଜ ହୋଇଥିଲା । ସିନେମାର ଟିଜରଟି ସାମ୍ନାକୁ ଆସିବା ପରେ ଏହାକୁ ଅନେକ ବିରୋଧ କରିଥିଲେ । ଏହି ଚଳଚ୍ଚିତ୍ର ପୌରାଣିକ କଥାବସ୍ତୁ ରାମାୟଣ ଉପରେ ଆଧାରିତ ହୋଇଛି । ଯେଉଁଥିରେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ତୁଲାଉଥିବାବେଳେ ରାବଣ ଚରିତ୍ରରେ ନଜର ଆସିବେ ସୈଫ୍‌ ଅଲ୍ଲି ଖାନ୍‌ । ତେବେ ଟିଜରରେ ରାବଣ ଚରିତ୍ରକୁ ଯେଉଁଭଳି ଭାବେ ରୂପ ଦିଆଯାଇଛି, ତାହାକୁ ନେଇ ବିବାଦ ଦେଖାଇଥିଲା। କେବଳ ଏତିକି ନୁହେଁ, 'ଆଦିପୁରୁଷ' ନିର୍ମାତା ଓମ୍‌ ରାଉତ, ପ୍ରଭାସ, ସୈଫ୍‌ ଅଲି ଖାନ୍‌ଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ ଅଭିଯୋଗ ଆସିଛି ।

ଆଦିପୁରୁଷ ପୋଷ୍ଟର
ଆଦିପୁରୁଷ ପୋଷ୍ଟର

ଏହାର VFX ପାଇଁ ଆଦିପୁରୁଷକୁ ମଧ୍ୟ ଟ୍ରୋଲ୍‌ କରାଯାଉଛି । ସୋସିଆଲ ମିଡିଆରେ ୟୁଜର୍ସ 'ରାବଣ'ର ଲୁକ୍‌କୁ ନେଇ ବହୁତ ସମାଲୋଚନା କରିଛନ୍ତି । ଦର୍ଶକ ଏହି ଚଳଚ୍ଚିତ୍ରରେ ଦେଖାଯାଇଥିବା VFXକୁ ମଧ୍ୟ ସମାଲୋଚନା କରିଥିଲେ । VFXକୁ ଟେମ୍ପଲ୍‌ ରନ୍ ଖେଳ ସହିତ ତୁଳନା କରିଥିଲେ । ଟ୍ରେଲରର ନକାରାତ୍ମକ ପ୍ରତିକ୍ରିୟା ପରେ ଓମ୍ ରାଉତ ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ । ଏବେ ପୋଷ୍ଟରକୁ ନେଇ ଦର୍ଶକଙ୍କ କଣ ପ୍ରତିକ୍ରିୟା ରହିବ ତାହାକୁ ଅପେକ୍ଷା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.