ETV Bharat / entertainment

Allu-Sneha 12th wedding anniversary: କ୍ୟୁଟ୍‌ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ଅଲ୍ଲୁ ଅର୍ଜୁନ

ଆଜି ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ପତ୍ନୀ ଅଲ୍ଲୁ ସ୍ନେହା ରେଡ୍ଡୀଙ୍କ ବିବାହକୁ 12 ବର୍ଷ ପୂରିଛି। ଏହି ଅବସରରେ ଅଲ୍ଲୁ ଅର୍ଜୁନ ତାଙ୍କ ପତ୍ନୀ ସ୍ନେହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 6, 2023, 3:24 PM IST

ଆଜି ଅଲ୍ଲୁ ଅର୍ଜୁନ ଏବଂ ସ୍ନେହା ରେଡ୍ଡୀ ଦ୍ବାଦଶ ବିବାହ ବାର୍ଷିକୀ

ହାଇଦ୍ରାବାଦ: ପୁଷ୍ପା ତାରକା ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ପତ୍ନୀ ଅଲ୍ଲୁ ସ୍ନେହା ରେଡ୍ଡୀ ଆଜି ଦ୍ବାଦଶ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହି ଅବସରରେ ଅଲ୍ଲୁ ଅର୍ଜୁନ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତା ସ୍ନେହାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସେମାନଙ୍କର ବିଶେଷ ଦିନ ପାଳନ କରଛନ୍ତି ।

ଦ୍ବାଦଶ ବିବାହ ବାର୍ଷିକୀରେ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ଅଲ୍ଲୁ ଅର୍ଜୁନ

ଏଥିପାଇଁ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଲ୍ଲୁ ଅର୍ଜୁନ ତାଙ୍କ ପତ୍ନୀ ସ୍ନେହାଙ୍କ ସହ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି । ଯାହା ତାଙ୍କ ଛୁଟିଦିନର ଡାଏରୀର ଫଟୋ ବୋଲି ମନେ ହେଉଛି । ଅନେକ ସମୟରେ ଏହି ଯୋଡ଼ି ଏକ ହୋଇ ବିଶେଷ ମୂହୁର୍ତ୍ତ ବାଣ୍ଟିଥାଆନ୍ତି। ଏହି ପୋଷ୍ଟକୁ ସେୟାର କରି ଅଲ୍ଲୁ ଅର୍ଜୁନ ଲେଖିଛନ୍ତି, "ଶୁଭ ବିବାହ ବାର୍ଷିକୀ କ୍ୟୁଟି" ସହ ହାର୍ଟ ଇମୋଜି ଦେଇଛନ୍ତି । ସ୍ନେହା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀକୁ ନେଇ ଫୁଲ ଓ ହାର୍ଟ ଇମୋଜି ସହ ସ୍ବାମୀଙ୍କ ପୋଷ୍ଟକୁ ପୁଣି ସେୟାର କରିଛନ୍ତି ।

ଅଲ୍ଲୁ ଅର୍ଜୁନ ଏବଂ ସ୍ନେହା କିଛି ବର୍ଷ ପାଇଁ ଡେଟିଂ କରିବା ପରେ 2011ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆମେରିକାର ଏକ ସାଧାରଣ ବନ୍ଧୁଙ୍କ ବିବାହରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ଯଦିଓ ଅଲ୍ଲୁ ଅର୍ଜୁନ ପ୍ରଥମ ଦେଖାରେ ସ୍ନେହାଙ୍କ ପ୍ରେମରେ ପଡିଯାଇଥିଲେ। ପରେ ଉଭୟଙ୍କ ସମ୍ପର୍କକୁ ନେଇ ପରିବାରର ସହମତ ମିଳିନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ପରିବାର ସହମତି ପ୍ରକାଶ କରିଥିଲେ । ତାପରେ ଏହି ଲଭବାର୍ଡଙ୍କ ବଳକା ଜୀବନକୁ ଏକାଠି ବିତାଇବାକୁ ନିଷ୍ପତ୍ତି ନେଲେ । ଏହି ଯୋଡ଼ି ବର୍ତ୍ତମାନ ଦୁଇଟି ସୁନ୍ଦର ପିଲାଙ୍କ ପିତାମାତା ଅଟନ୍ତି ।

ଅଲ୍ଲୁ ଅର୍ଜୁନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅଲ୍ଲୁ ଅର୍ଜୁନ ବହୁ ପ୍ରତୀକ୍ଷିତ ପୁଷ୍ପା: ଦି ରୁଲ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁକୁମାରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ପ୍ରସ୍ତୁତ ହେଉଛି । ଫିଲ୍ମ ନିର୍ମାତା ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଏପ୍ରିଲ୍ 8ରେ ପ୍ରଶଂସକଙ୍କ ପାଇଁ ଫିଲ୍ମକୁ ନେଇ ଏକ ଟ୍ରିଟ୍ ରିଲିଜ୍ କରିବେ ବୋଲି କୁହାଯାଉଛି । ଏହି ଅଭିନେତା ଆଗାମୀ ଫିଲ୍ମ ପାଇଁ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ସହ ମଧ୍ୟ ଯୋଗଦେବେ ।

ସୂଚନା ଥାଉ କି, ହାଇଦ୍ରାବାଦର ସନ୍‌ବର୍ଣ୍ଣ ଫେଷ୍ଟିଭାଲରେ ଡିଜେ ମାର୍ଟିନ ଗାରିକ୍ସଙ୍କ ସହ ନଜର ଆସିଲେ ଅଲ୍ଲୁ ଅର୍ଜୁନ । ଉଭୟଙ୍କୁ ସୁପରହିଟ୍‌ ଫିଲ୍ମ ପୁଷ୍ପାର ହିଟ୍ ଗୀତ 'ଉ ଆଣ୍ଟାଭା' ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମର କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ ଅଲ୍ଲୁ । ଯାହାକୁ ଫ୍ୟାନ୍ସ ଲାଇକ୍‌ କରିବା ସହ କମେଣ୍ଟ୍‌ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.