ETV Bharat / entertainment

HBD Riya Dey: ୩୨ ବର୍ଷରେ ପାଦ ଥାପିଲେ ଓଲିଉଡ ଅଭିନେତ୍ରୀ ରିୟା ଦେ

author img

By ETV Bharat Odisha Team

Published : Oct 12, 2023, 8:26 PM IST

ଆଜି ରିୟା ଦେ ତାଙ୍କ ୩୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ୍ ଅବସରରେ ସେ ନିଜ ସ୍ବାମୀ ଏବଂ ସାଙ୍ଗମାନଙ୍କ ଖୁବ ଧୁମଧାମରେ ଜନ୍ମଦିନ ପାଳନ କରିଛନ୍ତି । ଅଧିକ ପଢନ୍ତୁ, ଏହି ଅବସରରେ ଜାଣନ୍ତୁ ଅଭିନେତ୍ରୀଙ୍କ ବିଷୟରେ କିଛି ରୋଚକ କଥା

୩୨ ବର୍ଷରେ ପାଦ ଥାପିଲେ ଓଲିଉଡ ଅଭିନେତ୍ରୀ ରିୟା ଦେ

ଭୁବନେଶ୍ବର: ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କୁ କିଏ ବା ନ ଜାଣେ । ସେ ନିଜ ଅଭିନୟ ଯାଦୁରେ ଫ୍ୟାନ୍ସଙ୍କ ମନ ଜିତି ଆସୁଛନ୍ତି । ୧୨ ଅକ୍ଟୋବର ୧୯୯୧ରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ରିୟା ଆଜି ତାଙ୍କ 32ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେ ନିଜ ସ୍ବାମୀ ଏବଂ ସାଙ୍ଗମାନଙ୍କ ଖୁବ ଧୁମଧାମରେ ଜନ୍ମଦିନ ପାଳନ କରିଛନ୍ତି । ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ରିୟା ଇନଷ୍ଟାଗ୍ରାମରେ ନିଜ ଜନ୍ମଦିନ ପାଳନର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଅଭିନେତ୍ରୀ ଏହି ସମୟରେ ବ୍ଲାକ ଆଉଟଫିଟରେ ନଜର ଆସିଥିବା ବେଳେ କେକ୍ ସାମ୍ନାରେ ଖୁବ ସୁନ୍ଦର ପୋଜ ଦେଉଥିବା ନଜର ଆସିଛନ୍ତି । ଏଥିସହ ତାଙ୍କୁ ସ୍ବାମୀ ଏବଂ ସାଙ୍ଗମାନଙ୍କ ସହ ପୋଜ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ଅନେକ ଓଲିଉଡ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଫିଲ୍ମ କ୍ୟାରି ବିଷୟରେ କହିବାକୁ ଗଲେ, ରିୟା ଦେ ପ୍ରେମ ଅଢେଇ ଅକ୍ଷରରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସେ କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମେ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ, ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍‌ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି । ଶେଷଥର ପାଇଁ ତାଙ୍କୁ ବନ୍ଦିନୀରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କୁ କଟକ- ଶେଷରୁ ଆରମ୍ଭରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସେ ଆଇଟମ ସଙ୍ଗ ହାଏରେ ମୋ ରଙ୍ଗଲତା ଗୀତରେ ଅଭିନୟ କରିଛନ୍ତି । ଏହି ଗୀତ ଲୋକେ ବେଶ ପସନ୍ଦ କରିଥିବା ବେଳେ ବର୍ତ୍ତମାନ ଏହା ଟ୍ରେଣ୍ଡ କରୁଛି । ଏଥିସହ ରିୟାଙ୍କୁ ଅନେକ ରିଆଲିଟି ଶୋ'ରେ ମଧ୍ୟ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ: ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ରିୟା ଦେ, ସୁନିଲ ଦଲାଇଙ୍କୁ କଲେ ଜୀବନସାଥୀ

ବ୍ୟକ୍ତିଗତ ଜୀବନୀ ବିଷୟରେ କହିବାକୁ ଗଲେ, ଓଲିଉଡ ନାୟିକା ରିୟା ଦେ ବ୍ୟବସାୟୀ ସୁନିଲ କୁମାର ଦଲାଇଙ୍କୁ ବିବାହ କରିଛନ୍ତି । ଗତ ନଭେମ୍ବର 11 ତାରିଖରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା । ପରେ ଡିସେମ୍ବରରେ ଉଭୟ ବିବାହ କରିଥିଲେ । ପରିବାର ଲୋକ, ବନ୍ଧୁ ଏବଂ ଓଲିଉଡ ସେଲିବ୍ରିଟିଙ୍କ ଉପସ୍ଥିତିରେ ଉଭୟ ବିବାହ କରିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.