ହାଇଦ୍ରାବାଦ: ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟଣାରେ ସ୍ତବ୍ଧ ସାରା ବିଶ୍ବ । ଶୁକ୍ରବାର ସନ୍ଧ୍ୟାର ଘଟଣାରେ ସମସ୍ତଙ୍କୁ କନ୍ଦାଇ ଦେଇଛି କରମଣ୍ଡଳ । ତିନୋଟି ଟ୍ରେନ ଧକ୍କାରେ 238ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 900ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଅନେକ ଯାତ୍ରୀ ଏବେ ମଧ୍ୟ ଫସି ରହିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ବୀଭିଷିକା ଦେଖି ସମସ୍ତଙ୍କ ଆଖି ଛଳଛଳ ହୋଇଥିବା ବେଳେ ରାଜ୍ୟରେ ଶୋକ ପାଳନ କରାଯାଉଛି । ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ମଧ୍ୟ ଦୁଃଖପ୍ରକାଶ କରିଛନ୍ତି । ଚଳଚ୍ଚିତ୍ର ଜଗତର ତାରକାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
-
Really saddened to hear abt the accident,May God rest the souls of the deceased in peace,Protect n give strength to the families n the injured from this unfortunate accident.
— Salman Khan (@BeingSalmanKhan) June 3, 2023 " class="align-text-top noRightClick twitterSection" data="
">Really saddened to hear abt the accident,May God rest the souls of the deceased in peace,Protect n give strength to the families n the injured from this unfortunate accident.
— Salman Khan (@BeingSalmanKhan) June 3, 2023Really saddened to hear abt the accident,May God rest the souls of the deceased in peace,Protect n give strength to the families n the injured from this unfortunate accident.
— Salman Khan (@BeingSalmanKhan) June 3, 2023
ଦବଙ୍ଗ ଷ୍ଟାର ସଲମାନ ଖାନ୍ ଦୁଃଖପ୍ରକାଶ କରି ଟ୍ବିଟ କରି ଲେଖିଛନ୍ତି," ଓଡିଶାର ଏହି ଟ୍ରେନ ଦୁର୍ଘଟଣା ବିଷୟରେ ଶୁଣି ମୁଁ ସ୍ତବ୍ଧ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ । ଆହତ ହୋଇଥିବା ବ୍ୟକ୍ତିଙ୍କ ପରିବାର ପରିଜନଙ୍କୁ ଦୁଃଖ ସହିବା ପାଇଁ ଧୌର୍ଯ୍ୟ ଦିଅନ୍ତୁ। "
-
Heartbreaking to see the visuals from the tragic train accident in Odisha. Praying for the speedy recovery of the injured. My thoughts and condolences to the families of the affected during this difficult time. Om Shanti 🙏🏻
— Akshay Kumar (@akshaykumar) June 3, 2023 " class="align-text-top noRightClick twitterSection" data="
">Heartbreaking to see the visuals from the tragic train accident in Odisha. Praying for the speedy recovery of the injured. My thoughts and condolences to the families of the affected during this difficult time. Om Shanti 🙏🏻
— Akshay Kumar (@akshaykumar) June 3, 2023Heartbreaking to see the visuals from the tragic train accident in Odisha. Praying for the speedy recovery of the injured. My thoughts and condolences to the families of the affected during this difficult time. Om Shanti 🙏🏻
— Akshay Kumar (@akshaykumar) June 3, 2023
ଅନ୍ୟପଟେ ଖିଲାଡି ଷ୍ଟାର ଅକ୍ଷୟ କୁମାର କହିଛନ୍ତି, "ଓଡିଶାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଭିଡିଓ ଦେଖି ମୁଁ ପୁରା ସ୍ତବ୍ଧ। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ପ୍ରାଣ ହରାଇଥିବା ପରିବାରଙ୍କୁ ଏଭଳି ସ୍ଥିତି ସାମ୍ନା କରିବା ପାଇଁ ଧୌର୍ଯ୍ୟ ଦିଅନ୍ତୁ । ଓମ ଶାନ୍ତି।"
-
Heartfelt condolences to the families and their loved ones affected by the tragic train accident. My thoughts are with each and every person affected by this devastating incident. May strength and support surround them during this difficult time.
— Jr NTR (@tarak9999) June 3, 2023 " class="align-text-top noRightClick twitterSection" data="
">Heartfelt condolences to the families and their loved ones affected by the tragic train accident. My thoughts are with each and every person affected by this devastating incident. May strength and support surround them during this difficult time.
— Jr NTR (@tarak9999) June 3, 2023Heartfelt condolences to the families and their loved ones affected by the tragic train accident. My thoughts are with each and every person affected by this devastating incident. May strength and support surround them during this difficult time.
— Jr NTR (@tarak9999) June 3, 2023
ସାଉଥ୍ ସୁପରଷ୍ଟାର ଜୁନିଅର NTR ଦୁଃଖ ଜଣାଇ ଲେଖିଛନ୍ତି, "ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ଏହି ସ୍ଥିତିର ସାମ୍ନା କରିବା ପାଇଁ ଭଗବାନ ସାହାସ ଦିଅନ୍ତୁ।
-
Utterly shocked at the tragic Coromandel express accident in Orissa and the huge loss of lives! My heart goes out to the bereaved families.
— Chiranjeevi Konidela (@KChiruTweets) June 3, 2023 " class="align-text-top noRightClick twitterSection" data="
I understand there is an urgent demand for blood units to save lives. Appeal to all our fans and good samaritans in the nearby areas to…
">Utterly shocked at the tragic Coromandel express accident in Orissa and the huge loss of lives! My heart goes out to the bereaved families.
— Chiranjeevi Konidela (@KChiruTweets) June 3, 2023
I understand there is an urgent demand for blood units to save lives. Appeal to all our fans and good samaritans in the nearby areas to…Utterly shocked at the tragic Coromandel express accident in Orissa and the huge loss of lives! My heart goes out to the bereaved families.
— Chiranjeevi Konidela (@KChiruTweets) June 3, 2023
I understand there is an urgent demand for blood units to save lives. Appeal to all our fans and good samaritans in the nearby areas to…
ମେଗା ଷ୍ଟାର ଚିରଞ୍ଜିବି ମଧ୍ୟ ଟ୍ବିଟ କରି କହିଛନ୍ତି,"ଓଡିଶାରେ ହୋଇଥିବା ଟ୍ରେନ ଦୁର୍ଘଟଣା ବିଷୟରେ ଶୁଣି ମୁଁ ବହୁତ ଦୁଃଖିତ । ଅନେକ ଲୋକ ପ୍ରାଣ ହରାଇଛନ୍ତି । ମୁଁ ଜାଣିପାରୁଛି ଆହତ ଲୋକଙ୍କୁ ବଞ୍ଚାଇବା ପାଇଁ ରକ୍ତର ଆବଶ୍ୟକ ହେବ। ତେଣୁ ମୁଁ ସମସ୍ତ ଫ୍ୟାନ୍ସଙ୍କୁ ଅନୁରୋଧ କରୁଛି ଆପଣ ସମସ୍ତ ରକ୍ତ ଦେଇ ଜୀବନ ବଞ୍ଚାନ୍ତୁ ।"ଏମାନଙ୍କ ବ୍ୟତିତ ସୋନୁସୁଦ, ବରୁଣ ଧାୱନ, ରକୁଲ ପ୍ରିତ ଏବଂ କିରଣ ଖେର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ଗତକାଲି(ଶୁକ୍ରବାର) ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ଟ୍ରେନର ବଗି ତଳେ ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି । ସମସ୍ତ ବଗି ବାହାରିବା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ । ତେବେ ଖବର ଲେଖିବା ଯାଏଁ ଦୁର୍ଘଟଣାରେ ୨୩୮ ଜଣଙ୍କ ଜୀବନ ଯାଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଓଡିଶା ଆସି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ