ETV Bharat / entertainment

ଖୁବ୍‌ଶୀଘ୍ର ପରଦାକୁ ଆସିବ ନୂଆ ଓଡିଆ ଚଳଚ୍ଚିତ୍ର ମାୟାବିନୀ - ସିନେ ସମୀକ୍ଷକ ଦିଲୀପ ହାଲି

ମାୟାବିନୀଙ୍କ ମାୟାଜାଲରେ ଛନ୍ଦି ହେଉଥିବା ପୁରୁଷଙ୍କ କାହାଣୀଙ୍କ ନେଇ ପ୍ରସ୍ତୁତ ହେବ ଓଡ଼ିଆ ଚଳଚ୍ଚିତ୍ର ମାୟାବିନୀ । ଜାନୁଆରୀରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ । ଅଧିକ ପଢନ୍ତୁ

ଖୁବ୍‌ଶୀଘ୍ର ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ମାୟାବିନୀ

author img

By

Published : Oct 12, 2022, 8:48 PM IST

ଭୁବନେଶ୍ବର: ଖୁବଶୀଘ୍ର ମାୟାବିନୀଙ୍କ ମାୟାଜାଲରେ ଛନ୍ଦି ହେଉଥିବା ପୁରୁଷଙ୍କ କାହାଣୀଙ୍କ ନେଇ ପ୍ରସ୍ତୁତ ହେବ ଓଡ଼ିଆ ଚଳଚ୍ଚିତ୍ର 'ମାୟାବିନୀ'। ସଂପ୍ରତି ଖବରର ଶିରୋନାମା ପାଲଟିଥିବା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ଓ ପ୍ରଶାସନିକ ଅଧିକାରୀ ମାନେ ଯେଭଳି ଛନ୍ଦି ହୋଇଛନ୍ତି ତାହା ଏବେ ରାଜ୍ୟରେ ଚହଳ ପକାଇଛି । ଯଦିଓ ସିଧାସଳଖ କେଉଁ ବ୍ୟକ୍ତିଙ୍କ ଚରିତ୍ରକୁ ଆଧାର କରି ଏହି ଫିଲ୍ମଟି ନିର୍ମାଣ ହେଉନାହିଁ, କିନ୍ତୁ ସମାଜରେ ଯେଉଁ ନାରୀ ଚରିତ୍ର ପୁରୁଷଙ୍କୁ କରାୟତ କରି ସମାଜକୁ କଳୁଷିତ କରୁଛନ୍ତିି ତାଙ୍କ ଜୀବନଚର୍ଯ୍ୟାକୁ ନେଇ ଖୁବଶୀଘ୍ର ଏକ ଓଡ଼ିଆ ଚଳଚିତ୍ର ଆସିବାକୁ ଯାଉଛି ମାୟାବିନୀ । ଏହି ମାୟାବିନୀ ନାଁରେ ଫିଲ୍ମଟି ନିର୍ମାଣ କରାଯାଉଛି ।

ଖୁବ୍‌ଶୀଘ୍ର ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ମାୟାବିନୀ

ଏହାର ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା ଏବଂ କାହାଣୀ ଲେଖିଛନ୍ତି ଲିଟୁ ମହାନ୍ତି । କାହାଣୀ ଲେଖା ଆରମ୍ଭ ହେଇଥିବା ବେଳେ ଜାନୁଆରୀରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଯୋଜକ । ଜଣେ ମହିଳା କିଭଳି ସହରକୁ ଜୀବିକା ପାଇଁ ଆସୁଛି ଆଉ ସଂଘର୍ଷ କରି ଉପରକୁ ଉଠୁଥିବା ସମୟରେ ସେ ଲୋକଙ୍କ କୁଶ୍ଚିତ ମାନସିକତାର ଶିକାର ହୋଇ ଅତ୍ୟାଚାରିତ ହେଉଛି ଆଉ ସେହି ଅତ୍ୟାଚାର ନିଆଁରେ କିଭଳି ନିଜେ ଜାଳିବା ସହ ସମସ୍ତଙ୍କୁ ଜାଳୁଛି । ଆଉ ପ୍ରତିଷୋଧରେ ନିଆଁରେ ଅନ୍ଧ ହୋଇ କିଭଳି ସମାଜକୁ କଳୁଷିତ କରୁଛି ଆଉ ଶେଷରେ ତା ମାୟାଜାଲର ମାୟାବୀ ଚେହେରା ସାମ୍ନାକୁ ଆସୁଛୁ । ଏଭଳି କିଛି ଜଣା ଅଜଣା ଓ ଅକୁହା କଥାକୁ ନେଇ କାହାଣୀଟି ଗତିଶୀଳ ହେଉଛି। ତେଣୁ ସମାଜର ବର୍ତ୍ତମାନର ଘଟୁଥିବା ଘଟଣାକୁ ନେଇ ଏହି ଓଡ଼ିଆ କାହାଣୀଟି ଏକ ମୌଳିକ କଥାବସ୍ତୁ ଉପରେ ଆଧାରିତ ।

ଖାଲି ସେତିକି ନୁହେ ନାଗୁଣୀ ନାରୀ ଚରିତ୍ର କାହାଣୀ ସହ ଧୋକା ଓ ପ୍ରତାରଣାର ସଚେତନତା ମଧ୍ୟ ଏହି ଚଳଚିତ୍ରରେ ଦର୍ଶକ ଦେଖିବାକୁ ପାଇବେ। ତେଣୁ ଏକ ନିଚ୍ଛକ ଓଡ଼ିଆ କାହାଣୀଙ୍କ ନେଇ ସିନେମାଟି ଖୁବଶିଘ୍ର ନିର୍ମାଣ ହେବାକୁ ଯାଉଥିବା ବେଳେ ନିଶ୍ଚୟ ଓଡ଼ିଆ ଲୋକଙ୍କୁ ଭଲ ଲାଗିବ ବୋଲି କହିଛନ୍ତି କାହାଣୀକାର ଲିଟୁ ମହାନ୍ତି । ଅନ୍ୟପଟେ ଏଭଳି କାହାଣୀକୁ ବା ସମାଜର ସଦ୍ୟ ଘଟଣାକୁ ନେଇ ପ୍ରସ୍ତୁତ ମୌଳିକ ଓଡ଼ିଆ ସିନେମା ନିଶ୍ଚୟ ଲୋକଙ୍କୁ ଭଲ ଲାଗିବ ଆଉ ଲୋକାଦୃତ ହେବ । କାରଣ ଅନେକ ସତ କାହାଣୀ ଦର୍ଶନକ ହୃଦୟକୁ ଛୁଇଁ ଥାଏ । ଏହାସହ ପାଟଣା ଗଡ ପାର୍ସଲ ବୋମା କାହାଣୀ ମଧ୍ୟ ଖୁବଶିଘ୍ର ରିଲିଜ ହେବ କହିବା ସହ ଏହା ସିନେମା ପରି ମାୟାବୀ ମଧ୍ୟ ବେଶ ଦର୍ଶକା ମନୋରଞ୍ଜନ କରିବେ ବୋଲି କହିଛନ୍ତି ସିନେ ସମୀକ୍ଷକ ଦିଲୀପ ହାଲି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.