ETV Bharat / entertainment

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର' - ଫାଲଗୁନ ଚୈତ୍ର ରିଲିଜ

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର'। ଏହି ଫିଲ୍ମ ଓଡ଼ିଶା ସମେତ ସାରା ବିଶ୍ବରେ ରିଲିଜ ହେବ। ଫିଲ୍ମ ରିଲିଜକୁ ନେଇ ଫିଲ୍ମ କ୍ରୁ ଏବଂ କାଷ୍ଟ ଉତ୍ସାହିତ ଥିବା ବେଳେ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରିଛନ୍ତି । ଅଧିକ ପଢନ୍ତୁ

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର'

author img

By

Published : May 12, 2023, 5:26 PM IST

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର'

ଭୁବନେଶ୍ବର: ଫିଲ୍ମ ଫ୍ରାଇ ଡେ'ରେ ବଡ଼ ପରଦାରେ ରିଲିଜ ହେଲା ଫିଲ୍ମ 'ଫାଲଗୁନ ଚୈତ୍ର' । ପୂର୍ବରୁ ଦମନ ଏବଂ ଏଡିୟୁ ଗୋଦାର ଭଳି ଓଡ଼ିଆ ଫିଲ୍ମର ଜାତୀୟ ସ୍ତରରେ ସଫଳତା ହାସଲ ପରେ ବର୍ତ୍ତମାନ ସେହି ଧାରାରେ ସାମିଲ ହୋଇଛି ଫିଲ୍ମ 'ଫାଲଗୁନ ଚୈତ୍ର' । ଓଡ଼ିଶା ସମେତ ଏହି ଫିଲ୍ମ ସାରା ବିଶ୍ବରେ ରିଲିଜ ହେବାକୁ ଯାଉଛି । ଓଡ଼ିଶା ସମେତ ଆଗକୁ ଅଷ୍ଟ୍ରେଲିଆ, ଜର୍ମାନୀ, ମାଲେସିଆ, ଦୁବାଇ, ଇଂଲଣ୍ଡ, ଆମେରିକା ଓ କାନାଡାରେ ଭଳି ଦେଶରେ ରିଲିଜ କରିବ।

ଫିଲ୍ମର ଟ୍ରେଲର ଆସିବା ଦିନରୁ ବେଶ୍ ଚର୍ଚ୍ଚା ଲାଗି ରହିଥିଲା । ଏହାରି ମଧ୍ୟରେ ଆଜି ଫିଲ୍ମ ରିଲିଜ କରିଛି। ତେବେ ଏହି ଫିଲ୍ମରେ ମୌଳିକ ଓଡ଼ିଆ କାହାଣୀ ଏବଂ ସୁନ୍ଦର ପ୍ରେମ କାହାଣୀ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି କୁହାଯାଉଛି । ଆଜି ଓଡ଼ିଶାରେ ଫିଲ୍ମ ରିଲିଜ କରିଥିବା ବେଳେ ଖୁବଶୀଘ୍ର ବିଶ୍ବ ସ୍ତରରେ ଫିଲ୍ମ ରିଲିଜ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପିନାକୀ ସିଂହ ଓ ଶିଶିର କୁମାର ସାହୁ । ଶକ୍ତି ଜଗଦେବ ପ୍ରଯୋଜନା କରିଥିବା ବେଳେ ଏଥିରେ ସହ ପ୍ରଯୋଜକ ଭାବେ ଓଲିଉଡ ସୁପରଷ୍ଟାର ବାବୁଶାନ୍ ଦାୟିତ୍ବ ନିର୍ବାହ କରିଛନ୍ତି ।

ଏଥିସହ ଫିଲ୍ମର କାହାଣୀ ସୁଲଗ୍ନା ମହାନ୍ତି ରଚନା କରିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରଣବ ପ୍ରସନ୍ନ ରଥ । ଫିଲ୍ମରେ ପାର୍ଥ ସାରଥୀ ରାୟ, ଅନନ୍ୟା ମିଶ୍ର ଓ ବିଏମ୍ ବୈଶାଳୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଏଥିରେ ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ବତୀ ବସୁ, ପ୍ରଣବ ପ୍ରସନ୍ନ, ମନୀଷା ମଞ୍ଜରୀ ଓ ଚନ୍ଦନ ବିଶ୍ବାଳ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ।

ଏଥିସହ ଫିଲ୍ମରେ 5ଟି ଗୀତ ରହିଛି । ଟାଇଟଲ ଗୀତ ରହିଛି 'ଫାଲଗୁନ ଚୈତ୍ର' । ଏହା ବ୍ୟତୀତ 'ସ୍ମତି ବୁଣିଯାଏ ଜୀବନ', 'ଖୋଜି ଯାଏରେ', 'ସଖା' ଓ 'ପରିଚୟ' ଗୀତ ରହିଛି । ଏବେ ୟୁଟ୍ୟୁବରେ 'ସ୍ମୃତି ବୁଣିଯାଏ ଜୀବନ' ଏବଂ 'ପରିଚୟ' 2ଟି ଗୀତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତେବେ ଫିଲ୍ମଟି ମଧ୍ୟ ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି ।

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଫିଲ୍ମର କାହାଣୀ ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି । କାହାଣୀରେ ନାୟକ କାବ୍ୟ ଜଣେ ଆର୍କିଟେକ୍ଚର । ଗୃହ ନିର୍ମାଣ, ବାସ୍ତୁକଳା ତଥା ସ୍ଥାପତ୍ୟକଳାରେ ସେ ନିପୁଣ । ପାହାଡ଼ି ଅଞ୍ଚଳରେ ଥିବା ଛୋଟ ସହରରେ ଏକ ପ୍ରାଚୀନ କୋଠାର ପୁନଃନିର୍ମାଣ ଦାୟିତ୍ୱ କାବ୍ୟଙ୍କୁ ଦିଆଯାଏ । ସେଠାରେ ନାୟିକା ସ୍ମୃତିଙ୍କ ସହ ନାୟକଙ୍କ ଭେଟ ହୁଏ । ସ୍ମୃତି ହେଉଛି ଜଣେ ଇଣ୍ଟେରିୟର ଡେକୋରେଟର ତଥା ଉକ୍ତ କୋଠାର ମାଲିକ ଦାସ ବାବୁଙ୍କ ଝିଅ । ଉଭୟ ଏକାଠି କାମ କରିବା ସମୟରେ ଉଭୟ ପ୍ରେମରେ ପଡ଼ନ୍ତି । ହେଲେ ଏପରି କିଛି ଘଟୁଛି ଯାହା କାହାଣୀର ମୋଡ଼ ବଦଳାଇ ଦେଉଛି । କାହାଣୀର ମୋଡ଼ରେ ସ୍ମୃତି ମରି ଯାଉଛନ୍ତି । ଯେଉଁଠି ଅଭିନେତ୍ରୀ ବୈଶାଳୀଙ୍କର ଏଣ୍ଟ୍ରିି ହେଉଛି । ବୈଶାଳୀଙ୍କର ଏଣ୍ଟ୍ରି ପରେ ସିନେମାର ଟ୍ଵିଷ୍ଟ୍‌ରେ କଣ ହେଇଛି ତାହା ଦେଖିବାକୁ ମିଳିବ । ଏହା ଏକ ମୌଳିକ ସିନେମା ହୋଇଥିବାରୁ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.