ETV Bharat / entertainment

ଇଣ୍ଡୋନେସିଆରୁ ରିଲିଜ୍‌ ହେଲା ଓଡିଆ ଫିଲ୍ମ ମାଇଣ୍ଡ ଗେମ୍‌ର ଟିଜର

author img

By

Published : Nov 22, 2022, 8:51 PM IST

ରିଲିଜ୍‌ ହେଲା ଓଡିଆ ଫିଲ୍ମ ମାଇଣ୍ଡ ଗେମ୍‌ର ଟିଜର । ଇଣ୍ଡୋନେସିଆ ଓଡ଼ିଆ ସମାଜ ଦେଖିଲା ଓଡ଼ିଆ ଫିଲ୍ମ ମାଇଣ୍ଡ ଗେମ୍‌ (film mind game)ର ଟିଜର । ଯାହା ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ । ଅଧିକ ପଢନ୍ତୁ

ରିଲିଜ୍‌ ହେଲା ଓଡିଆ ଫିଲ୍ମ ମାଇଣ୍ଡ ଗେମ୍‌ର ଟିଜର

ଭୁବନେଶ୍ବର: ରିଲିଜ୍‌ ହେଲା ଓଡିଆ ଫିଲ୍ମ ମାଇଣ୍ଡ ଗେମ୍‌ର ଟିଜର । ଇଣ୍ଡୋନେସିଆ ଓଡ଼ିଆ ସମାଜ ଦେଖିଲା ଓଡ଼ିଆ ଫିଲ୍ମ 'ମାଇଣ୍ଡ ଗେମ୍‌' (film mind game)ର ଟିଜର । ଯାହା ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ । ଚଳଚ୍ଚିତ୍ରକୁ ନେଇ ଗତ ଦୁଇ ବର୍ଷ ହେବ ବିବାଦ ଲାଗି ରହିଥିଲା । କିନ୍ତୁ ବିବାଦ ପରେ ଫିଲ୍ମର ନା ପାଟଣାଗଡ ପରିବର୍ତ୍ତନ କରାଯାଇ 'ମାଇଣ୍ଡ ଗେମ୍’ ରଖାଯାଇଥିଲା । ଆଜି ଇଣ୍ଡୋନେସିଆ (INDONESIA)ର ଜାକର୍ତ୍ତା ଆସେମ୍ବ୍ଲି ହଲ (assembly hall )ରେ ଫିଲ୍ମର ଟିଜର ରିଲିଜ୍ କରଯାଇଛି ।

୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ । ଘଟଣାର ମୁଖ୍ୟ ଅପରାଧୀ ପୁଞ୍ଜିଲାଲ ମେହେର ଭୂମିକାରେ ନଜରକୁ ଆସିବେ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର । ସେହିପରି ସେତେବେଳେ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ଓଡ଼ିଶା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତା ଅତୁଲ୍ କୁଲକର୍ଣ୍ଣୀ । ଶ୍ରୀଧର ମାର୍ଥା ଏହାର ପ୍ରଯୋଜକ ଭାର ସମ୍ଭାଳିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ଟଚରିଭର୍ । ଆସନ୍ତା ଜାନୁୟାରୀରେ ଫିଲ୍ମ ରିଲିଜ ହେବ ବୋଲି ଶ୍ରୀଧର କହିଛନ୍ତି ।

ଉଲ୍ଲେଖନୀୟ ଯେ, ଚଳଚ୍ଚିତ୍ରକୁ ନେଇ ଗତ ତିନି ବର୍ଷ ହେବ ବିବାଦ ଲାଗିରହିଥିଲା । ପାର୍ସଲ ବୋମା ବିସ୍ଫୋରଣର ଶିକାର ହୋଇଥିବା ପରିବାର ଚଳଚ୍ଚିତ୍ରକୁ ବିରୋଧ କରିଥିଲେ । କିନ୍ତୁ ତିନି ବର୍ଷର ନ୍ୟାୟିକ ଲଢେଇ ପରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍’ । ଚଳଚ୍ଚିତ୍ରଟିରେ କୌଣସି ବ୍ୟକ୍ତିଗତ ଜୀବନକୁ ଦର୍ଶା ଯାଇନଥିବା ଅନୁଭବ କରି ସେନସର ବୋର୍ଡ ଏହି ଚଳଚ୍ଚିତ୍ରକୁ ସବୁଜ ସଂକେତ ଦେଇସାରିଛି । ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ବଲିଉଡ୍ ଅଭିନେତା ଅତୁଲ୍ କୁଲକର୍ଣ୍ଣୀ, ୟଶପାଲ ଶର୍ମା, ଓଡ଼ିଆ ଅଭିନେତା ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ଅନୁ ଚୌଧୁରୀ, ତେଲୁଗୁ ଅଭିନେତା ଥନିକେଲ୍ଲା ଭାରାଣୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.