ETV Bharat / entertainment

NMACC GALA: ମଞ୍ଚରେ ନିଆଁ ଲଗାଇଲା ଶାହାରୁଖ ଖାନ, ରଣଭୀର ଏବଂ ବରୁଣଙ୍କ ଦମଦାର ଡ୍ୟାନ୍ସ

author img

By

Published : Apr 2, 2023, 10:33 AM IST

NMACC ଗାଲାର ଦ୍ବିତୀୟ ଦିନରେ ଶାହରୁଖ ଖାନ, ରଣଭୀର ସିଂ ଏବଂ ବରୁଣ ଧୱନଙ୍କ ଦମଦାର ପରଫରମାନ୍ସ । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଡ୍ୟାନ୍ସ ଭିଡିଓ । ଅଧିକ ପଢନ୍ତୁ,

NMACC ଗଲା ମଞ୍ଚରେ ଶାହାରୁଖ ଖାନ, ରଣଭୀର ଏବଂ ବରୁଣଙ୍କ ଦମଦାର ଡ୍ୟାନ୍ସ

ମୁମ୍ବାଇ: ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ହଲିଉଡ ବଲିଉଡର ଅନେକ ସେଲିବ୍ରିଟି ଏବଂ ଅନେକ ଶିଳ୍ପପତି ମାନେ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ସେଲିବ୍ରିଟି ନିଜର ଗର୍ଜିୟସ ଲୁକରେ ଲୋକଙ୍କୁ ଆକୃଷ୍ଟ କରିଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବଲିଉଡ ଅଭିନେତା ବରୁଣ ଧୱନ, ଅଭିନେତା ରଣଭୀର ସିଂଙ୍କ ସହ କିଙ୍ଗଖାନ ଶାହାରୁଖ ଖାନଙ୍କ ଦମଦାର ପରଫରମାନ୍ସ ଦେଖିବାକୁ ମିଳିଥିଲା । ଯାହା ମଞ୍ଚରେ ନିଆଁ ଲଗାଇବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲା । ବର୍ତ୍ତମାନ ଏହି ଷ୍ଟାରମାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

NMACC ଗାଲା ମ୍ୟୁଜିକାଲ୍ ଇଭେଣ୍ଟ ମଞ୍ଚରେ ଶାହରୁଖ ଖାନହଙ୍କ ବ୍ଲକବଷ୍ଟର ଫିଲ୍ମ 'ପଠାନ'ର ଗୀତ 'ଝୁମେ ଜୋ ପଠାନ'ରେ ଦମଦାର ପରଫରମାନ୍ସ ଦେଇଥିଲେ । ଏହି ସମୟରେ ତାଙ୍କ ସହ ବଲିଉଡ ଅଭିନେତା ବରୁଣ ଧୱନ, ଅଭିନେତା ରଣଭୀର ସିଂ ମଧ୍ୟ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ସେମାନଙ୍କ ଏହି ଦମଦାର ପରଫରମାନ୍ସରେ ଦର୍ଶକଙ୍କ ହୃଦୟ ଜିତିଥିଲେ । ଦର୍ଶକ ମଧ୍ୟ ତାଙ୍କ ପରଫରମାନ୍ସ ଦେଖି ଝୁମିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଷ୍ଟାରମାନଙ୍କ ଦମଦାର ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସମାନେ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ସୁପରଷ୍ଟାରଙ୍କ ଭିଡିଓ ସେୟାର କରି ଶାହାରୁଖ ଖାନଙ୍କ ଏକ ପ୍ରଶଂସକ କ୍ୟାପସନରେ ଲେଖିଛନ୍ତି, ଝୁମେ ଜୋ ପଠାନରେ ଶାହରୁଖ ଖାନଙ୍କ ଦମଦାର ଡ୍ୟାନ୍ସ ମୋର ରାତିକୁ ଚମତ୍କାର କରିଥିଲା । ଏଥିସହିତ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ପଠାନ ନିଜର ଉପସ୍ଥିତି ସହ ଦମଦାର ଡ୍ୟାନ୍ସରେ ମଞ୍ଚରେ ନିଆଁ ଲଗାଇ ଦେଇଛନ୍ତି ।' SRKର ଭାଇରାଲ୍ ଭିଡିଓ ସେୟାର କରି ଅନ୍ୟ ଜଣେ ଲେଖିଛନ୍ତି, 'ଝୁମେ ଜୋ ପଠାନରେ ଶାହାରୁଖ ଖାନଙ୍କ ପରଫରମାନ୍ସ । ଆମର ପଠାନ ସମସ୍ତଙ୍କ ଉପରେ ଶାସନ କରୁଛନ୍ତି ।

ଶାହାରୁଖଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ କିଙ୍ଗଖାନଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ ପଠାନ ରିଲିଜ କରିଥିଲା । ଯାହା ବକ୍ସ ଅଫିସରେ ବେଶ ଲୋକପ୍ରିୟତା ହାସଲ କରିବା ସହ ଅଧିକ ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ପରବର୍ତ୍ତୀ ସମୟରେ ଶାହରୁଖ ଖାନଙ୍କୁ ଏଟଲିଙ୍କ ଯବାନ ଏବଂ ରାଜକୁମାର ହିରାନୀଙ୍କ 'ଡଙ୍କି'ରେ ଦେଖିବାକୁ ମିଳିବ ।

ସେହିପରି ରଣଭୀର ସିଂ ଏବଂ ବରୁଣ ଧାୱନଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ରଣଭୀର ସିଂ ଖୁବଶୀଘ୍ର କରଣ ଜୋହରଙ୍କ 'ରକି ଅର ରାନୀ କି ପ୍ରେମ କାହାନି'ରେ ନଜର ଆସିବେ । ଯେଉଁଥିରେ ଆଲିଆ ଭଟ୍ଟ ତାଙ୍କ ବିପକ୍ଷରେ ନଜର ଆସିବେ । ଅନ୍ୟପକ୍ଷରେ ନୀତୀଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର 'ବାୱଲ'ରେ ବରୁଣ ଧୱନଙ୍କୁ ଦେଖିବାକୁ ମିଳିବ । ଯେଉଁଥିରେ ସେ ପ୍ରଥମ ଥର ପାଇଁ ଜାନଭୀ କପୁରଙ୍କ ସହ ସ୍କ୍ରିନ ସେୟାର କରିବେ ବରୁଣ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.