ମୁମ୍ବାଇ: ବଲିଉଡର 'ଦେଶୀ ଗାର୍ଲ' ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ ଅଧିକାଂଶ ସମୟରେ ନିଜ ଝିଅ ମାଲତୀ ମେରି ଚୋପ୍ରା ଜୋନ୍ସଙ୍କ ସହ ସମୟ ବିତାଇଥାନ୍ତି । ସୋସିଆଲ ମିଡିଆରେ ଝିଅ ମାଲତୀ ସହ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ନିକଟରେ ପ୍ରିୟଙ୍କା ମାଲତୀଙ୍କ ନୂଆ ଲୁକର ଫଟୋ ସେୟାର କରିଥିବା ବେଳେ ବର୍ତ୍ତମାନ ନିକ ଲାଡଲିଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ପ୍ରଶଂସକଙ୍କ ସମେତ ଅନେକ ସେଲିବ୍ରେଟି ପସନ୍ଦ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ।
ନିକ ନିଜ ରାଜକୁମାରୀ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ ମାଲତୀ କ୍ୟାମେରା ଆଡକୁ ଚାହିଁଥିବା ବେଳେ ନିକ ଲାଡଲିଙ୍କୁ କୋଳରେ ଧରି ଚାହୁଁଥିବା ନଜର ଆସିଛନ୍ତି । ମାଲତୀ ହ୍ବାଇଟ ଫ୍ରକ ପିନ୍ଧିଥିବା ବେଳେ ନିକ ବ୍ଲାକ ଆଉଟଫିଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି। ତେବେ ଏହି ଫଟୋ ସେୟାର ହେବା ପରେ ଉଭୟ ବାପା ଏବଂ ଝିଅଙ୍କ ଯୋଡିକୁ ଫ୍ୟାନ୍ସଙ୍କ ସମେତ ଅନେକ ତାରକା ଲାଇକ କରିବା ସହ ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ସହ ଫାୟାର ଇମୋଜି ଦେଇଛନ୍ତି।
ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶି ଏବଂ ସବା ପଟୋତି ଖାନ୍ ଲାଲ୍ ହାର୍ଟ ଇମୋଜି ସହ ଏହି ସୁନ୍ଦର ଫଟୋକୁ ନେଇ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ, ପ୍ରଶଂସକମାନେ ଏହି ଫଟୋକୁ ଲାଇକ୍ କରିଛନ୍ତି । 12 ଲକ୍ଷରୁ ଅଧିକ ପ୍ରଶଂସକ ଫଟୋକୁ ଲାଇକ କରିଛନ୍ତି । ଏଥି ସହିତ, ଅନେକ ପ୍ରଶଂସକ ନିକଙ୍କୁ ସୁପର ଡାଡ ଟ୍ୟାଗ୍ ମଧ୍ୟ ଦେଇଛନ୍ତି ଏବଂ ଅନେକ ଫ୍ୟାନ୍ସ ତାଙ୍କୁ ଶ୍ରେଷ୍ଠ ପିତାଙ୍କ ଟ୍ୟାଗ୍ ଦେଇଛନ୍ତି ।
ସୂଚନା ଥାଉ କି, 2013 ଜୁନ୍ 10ରେ ଅଶୋକ ଚୋପ୍ରାଙ୍କ ଦେହାନ୍ତ ହୋଇଥିଲା । ପିତାଙ୍କ ଦେହାନ୍ତ ଖବର ଶୁଣି ପ୍ରିୟଙ୍କା ଡିପ୍ରେସନକୁ ଚାଲିଯାଇଥିଲେ । ତେବେ ବର୍ତ୍ତମାନ ପ୍ରିୟଙ୍କା, ନିକ ଜୋନ୍ସଙ୍କ ସହ ବିବାହ କରି ଲଣ୍ଡନରେ ରହୁଛନ୍ତି । ପ୍ରିୟଙ୍କା ଏବଂ ନିକ୍ 2022 ମସିହାରେ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ମାଳତୀ ମେରୀ । ନିକ୍ ଏବଂ ପ୍ରିୟଙ୍କା ଏହାକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ । ଜନ୍ମ ହେବାର 3 ମାସ ପରେ ଲାଡଲିଙ୍କ ନାଁ ଘୋଷଣା କରିଥିଲେ ପ୍ରିୟଙ୍କା ଏବଂ ଏକ ବର୍ଷ ପରେ ମାଲତୀଙ୍କ ଚେହେରା ସାର୍ବଜନୀନ କରିଥିଲେ।
ମାର୍ଚ୍ଚ 31ରେ ପ୍ରିୟଙ୍କା ତାଙ୍କ ଝିଅକୁ ପ୍ରଥମ ଥର ପାଇଁ ଭାରତ ଆଣିଥିଲେ । ଏହି ସମୟରେ ସେ ତାଙ୍କ ଝିଅ ମାଲତୀଙ୍କ ସହ ସିଦ୍ଧିବିନାୟକ ମନ୍ଦିର ଆସି ଆଶୀର୍ବାଦ ନେଇଥିଲେ । ପରେ ପରେ ସେ ମାଲତୀଙ୍କ ଅନେକ ଫଟୋ ସେୟାର କରିଥିଲେ। ଏପରିକି ଜୁନ 10ରେ ବାପା ଅଶୋକ ଚୋପ୍ରାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଘରେ ସ୍ବତନ୍ତ୍ର ପୂଜା କରିଥିଲେ ପ୍ରିୟଙ୍କା। ଏହି ସମୟରେ ମାଲତୀଙ୍କୁ ସେ ପାରମ୍ପରିକ ପୋଷାକ ପିନ୍ଧାଇଥିଲେ। ଏବଂ ମାଲତୀଙ୍କ ଏହି ନୂଆ ଲୁକର ଫଟୋ ସେୟାର କରିଥିଲେ। ମାଲତୀ ପିଙ୍କ ଲେହେଙ୍ଗାରେ କ୍ୟୁଟ ଲୁକରେ ନଜର ଆସିଥିଲେ। ଏହି ଫଟୋ ଫ୍ୟାନ୍ସଙ୍କ ମନ ଜିତିଥିଲା।