ETV Bharat / entertainment

Adipurush Controversy: ନେପାଳରେ ହଟିଲା ବ୍ୟାନ, ଟିକେଟ ଦର ହ୍ରାସ ପରେ ବି ବଢୁନି ଆଗ୍ରହ

author img

By

Published : Jun 23, 2023, 12:19 PM IST

ନେପାଳରେ ସାଉଥ ସୁପରଷ୍ଟାର ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ଆଦିପୁରୁଷ ଉପରେ ପ୍ରତିବନ୍ଧକ ହଟାଯାଇଛି । ନେପାଳ କୋର୍ଟର ଏହି ନିଷ୍ପତ୍ତି ଯୋଗୁଁ ହଟିଲା ବ୍ୟାନ । ସେପଟେ କାମ ଦେଉନି ନର୍ମାତାଙ୍କ ପ୍ଲାନ । ଟିକେଟ୍ ମୂଲ୍ୟ ହ୍ରାସ ପରେ ବି ଫିଲ୍ମ ଦେଖିବାକୁ ଯାଉନାହାନ୍ତି ଲୋକେ । ସପ୍ତମ ଦିନରେ ଫିଲ୍ମ ମାତ୍ର 5.50କୋଟି ଆୟ କରିଛି । ଅଧିକ ପଢନ୍ତୁ

ନେପାଳରେ ହଟିଲା ବ୍ୟାନ, ଟିକେଟ ଦର ହ୍ରାସ ପରେ ବି ବଢୁନି ଆଗ୍ରହ

ମୁମ୍ବାଇ: 'ଆଦିପୁରୁଷ'କୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ସବୁଆଡେ ଫିଲ୍ମକୁ ନେଇ ବିରୋଧ ସହ ସମାଲୋଚନା କରାଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଆଦିପୁରୁଷକୁ ପଡୋଶୀ ଦେଶ ନେପାଳରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ନେପାଳ କୋର୍ଟ ଆଦିପୁରୁଷଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ହେଲେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ନେପାଳର କାଠମାଣ୍ଡୁ ମେୟର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଚେତାବନୀ ଦେଇ କହିଛନ୍ତି ଯେ, ଯାହା ବି ହେଉ ଫିଲ୍ମ ଏଠାରେ ଚାଲିବାକୁ ଦେବି ନାହିଁ ।

ଆଦିପୁରୁଷ ଫିଲ୍ମ ଦେଖିବା ପରେ ନେପାଳ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ କାଠମାଣ୍ଡୁ ମେୟର ବାଲେନ୍ ଶାହା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହ ଫିଲ୍ମକୁ ନେଇ ଚେତାବନୀ ଦେଇଛନ୍ତି । ମୁଁ ଦଣ୍ଡର ସାମ୍ନା କରିବାକୁ ପ୍ରସ୍ତୁତ, କିନ୍ତୁ ଫିଲ୍ମ ଚାଲିବାକୁ ଦେବି ନାହିଁ । ନେପାଳ କୋର୍ଟର ଏହି ନିଷ୍ପତ୍ତି ପରେ କାଠମାଣ୍ଡୁ ମେୟର ନେପାଳ ସରକାର ଏବଂ କୋର୍ଟଙ୍କୁ ଭାରତର ଦାସ ବୋଲି କହିଛନ୍ତି ।

ସୂଚନା ଥାଉ କି, ଆଦିପୁରୁଷ ଫିଲ୍ମରେ ମାତା ସୀତାଙ୍କୁ ଭାରତର ଝିଅ ଭାବରେ ବର୍ଣ୍ଣନା କରାଯାଇଥିଲା । ଏହାକୁ ନେଇ ନେପାଳରେ ବିରୋଧ କରାଯାଇଥିଲା । ଏହାସହ ମେୟର ଏହି ଆଦିପୁରୁଷ ସହିତ ସମସ୍ତ ହିନ୍ଦୀ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ନେପାଳ ମେୟର କହିଥିଲେ ଯେ ସୀତା ନେପାଳର ଜନକପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ନେପାଳର ଝିଅ । ଏହି ବିବାଦୀୟ ସଂଳାପ ପାଇଁ ଫିଲ୍ମରୁ ନ ହଟାଯିବା ପର୍ଯ୍ୟନ୍ତ ନେପାଳରେ ଫିଲ୍ ଚଳାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି ମେୟର କହିଥିଲେ ।

ସେପଟେ ରାମାୟଣ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଯୋଗୁଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ବର୍ତ୍ତମାନ ଫିଲ୍ମ ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ଯଦିଓ ଏହି ଚଳଚ୍ଚିତ୍ର ଏକ ସପ୍ତାହ ମଧ୍ୟରେ ବିଶ୍ବର 400 କୋଟି ଟଙ୍କା ଅତିକ୍ରମ କରିଛି, କିନ୍ତୁ ନିର୍ମାତାମାନେ ଫିଲ୍ମ ବଜେଟ ମୂଲ୍ୟ ବର୍ତ୍ତମାନ ଯାଏଁ ହାସଲ କରିପାରିନାହାନ୍ତି । ଏନେଇ ନିର୍ମାତାମାନେ ଫିଲ୍ମ ଟିକେଟର ମୂଲ୍ୟ ହ୍ରାସ କରିଥିଲେ ସୁଦ୍ଧା ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଛି ।

ଏହି ଫିଲ୍ମଟି ଜୁନ୍ 22 ଏବଂ 23 ରେ 150 ଟଙ୍କା ଟିକେଟର ଏକ ସ୍ୱତନ୍ତ୍ର ଅଫର୍ ଦିଆଯାଇଛି । ତଥାପି ବିବାଦ ଯୋଗୁଁ ଫିଲ୍ମର ଆୟ ଦିନକୁ ଦିନ କମିବାରେ ଲାଗିଛି । 7ମ ଦିନରେ ଫିଲ୍ମ ମାତ୍ର 5.50କୋଟି ଆୟ କରିଛି। ଫିଲ୍ମର ମୋଟ ଆୟ 260କୋଟି ଟଙ୍କାକୁ ବୃଦ୍ଧି ପାଇଛି। 600 କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ଆଦିପୁରୁଷ ଉଦଘାଟନୀ ଦିନରେ 88 କୋଟି ଟଙ୍କା ସଂଗ୍ରହ କରିଥିଲା ​​ଏବଂ ବର୍ତ୍ତମାନ ସପ୍ତମ ଦିନର ସଂଗ୍ରହ ଏକକ ସଂଖ୍ୟାରେ ଆସିଛି । ସିନେମାହଲରେ ଆଦିପୁରୁଷଙ୍କ 7ଦିନର ମୋଟ ସଂଗ୍ରହ 260 କୋଟିରୁ ଅଧିକ ଟଙ୍କା ଆୟ କରିଛି ଏବଂ ବିଶ୍ବ ବକ୍ସ ଅଫିସରେ 410 କୋଟି ଟଙ୍କା ରୋଜଗାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.