ETV Bharat / entertainment

କପୁର ସାହବ ତୁମ ସ୍ୱପ୍ନ ପୂରା ହେଲା, ଫଟୋ ସେୟାର କରି ଋଷିଙ୍କୁ ମନେ ପକାଇଲେ ନୀତୁ

author img

By

Published : Apr 15, 2022, 2:14 PM IST

ବାହାଘର ହସଖୁସି ମାହୋଲ ଭିତରେ ନୀତୁ କପୁର ସ୍ୱର୍ଗତ ଅଭିନେତା ଋଷି କପୁରଙ୍କୁ ମିସ୍‌ କରିଥିଲେ। ପୁଅ ରଣବୀରଙ୍କ ସହ ଏକ ଫଟୋ ସେୟାର କରି ନୀତୁ କପୁର ଲେଖିଛନ୍ତି- କପୁର ସାହବ ତୁମ ସ୍ୱପ୍ନ ପୂରା ହେଲା ।

କପୁର ସାହବ ତୁମ ସ୍ୱପ୍ନ ପୂରା ହେଲା
କପୁର ସାହବ ତୁମ ସ୍ୱପ୍ନ ପୂରା ହେଲା

ହାଇଦ୍ରାବାଦ: ରଣବୀର କପୁରଙ୍କ ବିବାହ କପୁର ପରିବାର ପାଇଁ ଏକ ବଡ଼ ସ୍ୱପ୍ନ ଥିଲା । ଆମେ ଏହା କହୁ ନାହୁଁ । ରଣବୀର କପୁରଙ୍କ ମାଆ ତଥା ଭେଟେରାନ ଅଭିନେତ୍ରୀ ନୀତୁ କପୁର ଏହାର ଖୁଲାସା କରିଛନ୍ତି । ନୀତୁ କପୁର ଏପ୍ରିଲ 14ରେ ତାଙ୍କ ପୁଅ ରଣବୀରଙ୍କ ପସନ୍ଦର ଝିଅ ଆଲିଆ ଭଟ୍ଟଙ୍କ ସହ ବିବାହ କରାଇଛନ୍ତି । ବିବାହର ହସଖୁସି ମାହୋଲ ଭିତରେ ଯଦି ନୀତୁ କପୁର କାହାକୁ ମିସ୍‌ କରିଥିଲେ, ତେବେ ସେ ହେଉଛନ୍ତି ସ୍ୱର୍ଗତ ଅଭିନେତା ଋଷି କପୁର ।

ନୀତୁ କପୁର ପୁଅ ରଣବୀର କପୁରଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯାହା ଗୋଟିଏ ପଟେ ଭାବପ୍ରବଣ କରିଦେଉଛି, ଅନ୍ୟ ପଟେ ଏହି ବଡ ସମାରୋହର ଖୁସିକୁ ବି ଅନୁଭବ କରାଉଛି । ପୁଅ ରଣବୀରଙ୍କ ବିବାହ କରିବା ପରେ ନୀତୁ କପୁର ବର୍ତ୍ତମାନ ଚିନ୍ତାମୁକ୍ତ ହୋଇଯାଇଛନ୍ତି । ନୀତୁ କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୁଅ ସହିତ ଏକ ଫଟୋ ସେୟାର କରି ସ୍ୱର୍ଗତ ସ୍ୱାମୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଏହା ସହିତ ତାଙ୍କ ସ୍ୱାମୀଙ୍କ ସ୍ୱପ୍ନ ମଧ୍ୟ ପୂରଣ କରିଛନ୍ତି । ଏହି ଫଟୋ ସେୟାର କରି ନୀତୁ କପୁର ଲେଖିଛନ୍ତି, 'ଏହି ଫଟୋ କପୁର ସାହେବଙ୍କୁ ସମର୍ପିତ, ତୁମ ସ୍ୱପ୍ନ ପୂରା ହେଲା'।

ବିବାହ ପରଠାରୁ କପୁର ପରିବାରର ପ୍ରତ୍ୟେକ ବ୍ୟକ୍ତି ଏବଂ ବିବାହରେ ଉପସ୍ଥିତ ଥିବା ସମସ୍ତ ଅତିଥି ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରୁଛନ୍ତି । ବିବାହ ପରେ ଆଲିଆ ଭଟ୍ଟ ନିଜେ ବିବାହର ଫଟୋ ସେୟାର କରି ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଥିଲେ । ଏହା ସହିତ ରଣବୀର ଏବଂ ଆଲିଆ ଗଣମାଧ୍ୟମ ସମ୍ମୁଖରେ ତାଙ୍କୁ ଅଭିବାଦନ ଜଣାଇବା ସହ ପ୍ରଶଂସକମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.