ETV Bharat / entertainment

ବିଦେଶ ଯାତ୍ରା କରିପାରିବେ ଆର୍ଯ୍ୟନ ଖାନ୍, ପାସପୋର୍ଟ ଫେରେଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jul 14, 2022, 12:43 PM IST

କ୍ଲିନ୍ ଚିଟ୍ ପାଇବା ପରେ ଆର୍ଯ୍ୟନ୍ ପାସପୋର୍ଟ ଫେରସ୍ତ କରିବାକୁ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ବିଚାର କରି କୋର୍ଟ ଆର୍ଯ୍ୟନଙ୍କୁ ପାସପୋର୍ଟ ଫେରାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ବିଦେଶ ଯାତ୍ରା କରିପାରିବେ ଆର୍ଯ୍ୟନ ଖାନ୍, କୋର୍ଟ ଦେଲା ପାସପୋର୍ଟ ଫେରେଇବାକୁ ନିର୍ଦ୍ଦେଶ

ମୁମ୍ବାଇ: ଆର୍ଯ୍ୟନ ଖାନ୍‌ଙ୍କୁ କୋର୍ଟରୁ ଆଶ୍ବସ୍ତି । ଏଣିକି ସେ ବିନା ସର୍ତ୍ତରେ କରିପାରିବେ ବିଦେଶ ଯାତ୍ରା । ଆଜି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଏକ ମାମଲାର ଶୁଣାଣି କରି ପାସପୋର୍ଟ ଫେରସ୍ତ କରିବାକୁ NCBକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଦାଖଲ କରିଥିବା ଜାମିନ ବଣ୍ଡକୁ ମଧ୍ୟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆର୍ଯ୍ୟନ ଖାନ ଗତ ବର୍ଷ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଧରାପଡିଥିଲେ । ତାଙ୍କୁ 2 ଅକ୍ଟୋବର 2021ରେ ଗିରଫ କରାଯାଇଥିଲା । ସେ 28 ଦିନ ଜେଲରେ ରହିଲେ । ମାସେ ଧରି ଚାଲିଥିବା ଆଇନଗତ ଲଢେଇ ପରେ ଶେଷରେ ଆର୍ଯ୍ୟନ୍ ଖାନଙ୍କୁ ଚଳିତ ବର୍ଷ ମେ ମାସରେ ଏନସିବି ଦ୍ୱାରା ଏକ କ୍ଲିନ୍‌ ଚିଟ୍ ଦିଆଯାଇଥିଲା । ତେବେ ଗିରଫ ବେଳେ ତାଙ୍କ ପାସପୋର୍ଟ ଜବତ କରାଯାଇଥିଲା । ଆଜି ବିଚାରପତି ଭିଭି ପାଟିଲ କୋର୍ଟର ରେଜିଷ୍ଟ୍ରାରଙ୍କୁ ସ୍ଥାୟୀ ଭାବେ ଆର୍ଯ୍ୟନ ଖାନଙ୍କୁ ପାସପୋର୍ଟ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଆର୍ଯ୍ୟନ ଖାନଙ୍କ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ।

କୋର୍ଟରେ ଏନସିବି କ’ଣ କହିଥିଲା ?

ଆର୍ଯ୍ୟନ ଖାନଙ୍କ ପାସପୋର୍ଟ ଫେରସ୍ତ ପାଇଁ ଆବେଦନ ପରେ କୋର୍ଟ ଏନସିବିରୁ ଜବାବ ମାଗିଥିଲେ । ଏନସିବି ପକ୍ଷରୁ ହାଜର ହୋଇଥିବା ସ୍ୱତନ୍ତ୍ର ପବ୍ଲିକ ଓକିଲ ଅଦ୍ବୈତ ସେଠନା କୋର୍ଟରେ ଦୁଇ ପୃଷ୍ଠାର ଉତ୍ତର ଦାଖଲ କରିଥିଲେ । ପାସପୋର୍ଟ ଫେରସ୍ତ ପାଇଁ ସେମାନଙ୍କର କୌଣସି ଆପତ୍ତି ନାହିଁ ବୋଲି ଏନସିବି କହିଛି । କିନ୍ତୁ ଅର୍ଡରରେ ଲେଖାଯାଇଥିବା "ଡିସଚାର୍ଜ" ଶବ୍ଦକୁ ଏନସିବି ଆପତ୍ତି କରିଛି ।

ଆର୍ଯ୍ୟନ୍ ଖାନଙ୍କ ଓକିଲ ତାଙ୍କ ପକ୍ଷ ରଖିଛନ୍ତି

ଆର୍ଯ୍ୟନ୍ ଖାନଙ୍କ ତରଫରୁ ଆଡଭୋକେଟ୍ ଅମିତ ଦେଶାଇ କହିଥିଲେ, ଯେତେବେଳେ ଜଣେ ଅଭିଯୁକ୍ତକୁ ପ୍ରକ୍ରିୟାରୁ ହଟାଇ ଦିଆଯାଏ, ସେତେବେଳେ ଯାହା ବି ଆଦେଶ ପାସ କରିବାକୁ ହୁଏ ତାହା ପାସ୍‌ କରାଯାଇପାରିବ । ଏହାର ଉତ୍ତରରେ ସ୍ପେଶାଲ ଜଜ୍ ଭି.ଭି ପାଟିଲ ଅମିତ ଦେଶାଇଙ୍କୁ ପଚାରିଥିଲେ- ଆପଣ ପାସପୋର୍ଟ ଫେରାଇବାକୁ ଚାହୁଁଛନ୍ତି କି ? ଅମିତ ଦେଶାଇ କହିଛନ୍ତି- ଏନସିବିର ଉତ୍ତର ସ୍ପଷ୍ଟ ଅଛି । ସେମାନେ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ, କାରଣ ତାଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ ଏବଂ ଆର୍ଯ୍ୟନ୍ ଖାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ତଦନ୍ତ ଆଉ ବାକି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.