ETV Bharat / entertainment

Sushant Singh Rajput Case: ରିୟା ଚକ୍ରବର୍ତ୍ତୀ ଓ ଶୋଭିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

author img

By

Published : Jun 23, 2022, 10:22 AM IST

14 ଜୁନ୍ 2020 ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ମୁମ୍ବାଇ ଘରୁ ମିଳିଥିଲା । ଏହା ପରେ ଏନସିବି ଏହି ମାମଲାରେ ଡ୍ରଗ୍ ଲିଙ୍କର ଯାଞ୍ଚ କରିଥିଲା । NCB ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଅଧିକ ପଢନ୍ତୁ

ରିୟା ଚକ୍ରବର୍ତ୍ତୀ ଏବଂ ଶୋଭିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନ୍‌ସିବି

ହାଇଦ୍ରାବାଦ: ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCBବି) ଅଭିଯୋଗ ଆଣିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 12ରେ ହେବ । ବର୍ତ୍ତମାନ କୋର୍ଟ ଏହି ମାମଲାରେ କୌଣସି ଅଭିଯୋଗ କରିନାହାଁନ୍ତି ।

ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅତୁଲ ସରପଣ୍ଡେ କହିଛନ୍ତି ଯେ, "କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଉଲ୍ଲେଖିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସମର୍ଥନ କରାଯାଇଛି । ରିୟା ଏବଂ ଶୋଭିକଙ୍କ ବିରୋଧରେ ଡ୍ରଗ୍ସ ସେବନ ତଥା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଏହିପରି ପଦାର୍ଥ କ୍ରୟ ଏବଂ ଦେୟ ପ୍ରଦାନ ଅଭିଯୋଗରେ କୋର୍ଟଙ୍କୁ ଅନୁରୋଧ କରାଯାଇଛି ।"

ଅତୁଲ ସରପଣ୍ଡେ ଆହୁରି କହିଛନ୍ତି ଯେ, "ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଉଥିଲା, କିନ୍ତୁ କିଛି ଅଭିଯୁକ୍ତ ଡିସଚାର୍ଜ ଆବେଦନ କରିବା ଦ୍ବାରା ଏହା ହୋଇପାରିଲାନାହିଁ । ଡିସଚାର୍ଜ ଆବେଦନ ପରେ ହିଁ ଚାର୍ଜସିଟ ଗଠନ କରାଯିବ ବୋଲି କୋର୍ଟ କହିଛନ୍ତି ।"

ସୂଚନାଯୋଗ୍ୟ ଯେ, ରିୟା ଏବଂ ତାଙ୍କ ଭାଇ ଗତ ବୁଧବାର ଦିନ କୋର୍ଟରେ ହାଜର ହୋଇଥିଲେ । ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମ ସମ୍ବନ୍ଧୀୟ ମାମଲାର ଶୁଣାଣି କରିଥିବା ସ୍ୱତନ୍ତ୍ର ବିଚାରପତି ଭି.ଜି ରଘୁବଂଶୀ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ 12କୁ ସ୍ଥିର କରିଛନ୍ତି । ସୂଚନାଯୋଗ୍ୟ ଯ, ସେପ୍ଟେମ୍ବର 2020 ରେ ରିୟାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ଏଥିସହ ବମ୍ବେ ହାଇକୋର୍ଟ ତାଙ୍କୁ ଏକ ମାସ ପରେ ଏହି ମାମଲାରେ ଜାମିନ ପ୍ରଦାନ କରିଥିଲେ । 14 ଜୁନ୍ 2020 ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ମୁମ୍ବାଇ ଘରୁ ମିଳିଥିଲା । ଏହା ପରେ NCB ଏହି ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଯାଞ୍ଚ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.