ETV Bharat / entertainment

NC23: ଏହି ଫିଲ୍ମରେ ନଜର ଆସିବେ ସାଇ ପଲ୍ଲବୀ ଏବଂ ନାଗା ଚୈତନ୍ୟ

author img

By ETV Bharat Odisha Team

Published : Sep 20, 2023, 8:30 PM IST

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ତାରକା ନାଗା ଚୈତନ୍ୟ ଏବଂ ସାଇ ପଲ୍ଲବୀ ପୁଣି ଥରେ ବଡ ପରଦାରେ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଚନ୍ଦୁ ମୋଣ୍ଡେତିଙ୍କ ନୂତନ ପ୍ରୋଜେକ୍ଟରେ ଉଭୟ ଏକାଠି କାମ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଏହି ଫିଲ୍ମରେ ନଜର ଆସିବେ ସାଇ ପଲ୍ଲବୀ ଏବଂ ନାଗା ଚୈତନ୍ୟ

ହାଇଦ୍ରାବାଦ: ସାଉଥ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ସାଉଥ ଲୋକପ୍ରିୟ ତାରକା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ସାଇ ପଲ୍ଲବୀ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଲଭ୍ ଷ୍ଟୋରୀ (2021)ରେ ଉଭୟ ତାରକାଙ୍କୁ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଏବେ ଉଭୟଙ୍କୁ ପୁଣି ଥରେ ଏକାଠି ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇବେ । ସାଉଥ ନିର୍ଦ୍ଦେଶକ ଚନ୍ଦୁ ମୋଣ୍ଡେତି ବୁଧବାର ତାଙ୍କର ଆଗାମୀ ଚଳଚ୍ଚିତ୍ର 'NC23' ଘୋଷଣା କରିଛନ୍ତି । ସେ ଉଭୟଙ୍କୁ କାଷ୍ଟ କରିଥିବା ସ୍ପଷ୍ଟ କରିଛନ୍ତି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ବୁଧବାର ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ସାଇ ପଲ୍ଲବୀ ଏବଂ ନାଗା ଚୈତନ୍ୟଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ସୂଚନା ଦେଇଛନ୍ତି । ତରଣ ଆଦର୍ଶଙ୍କ ପୋଷ୍ଟ ଅନୁଯାୟୀ ସାଇ ପଲ୍ଲବୀ, ନାଗା ଚୈତନ୍ୟ ଏବଂ ଅଲୁ ଅରବିନ୍ଦ ଚନ୍ଦୁ ମୋଣ୍ଡତିଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'NC23'ରେ ଏକାଠି ସ୍କ୍ରିନ୍ ସେୟାର୍ କରିବେ । ଏହି ଚଳଚ୍ଚିତ୍ରଟି ବନି ଭାସ୍ ଦ୍ୱାରା ନିର୍ମିତ ହେବ । ତରଣ ଆଦର୍ଶ ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମର କାମ ଶୀଘ୍ର ଆରମ୍ଭ ହେବ ।

ଫିଲ୍ମ ଘୋଷଣା ପରେ ସାଇ ପଲ୍ଲବୀ ଅଫିସିଆଲ୍ ଏକ୍ସ (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରି ଫିଲ୍ମରେ ନିର୍ମାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଭିନେତ୍ରୀ ଲେଖିଛନ୍ତି, 'ଏହି ସୁନ୍ଦର ଟିମର ଅଂଶ ହୋଇ ମୁଁ ବହୁତ ଖୁସି । ସ୍ୱାଗତ ପାଇଁ ଗୀତା ଆର୍ଟସ୍ ବନ୍ନି ଭାସ୍, ଚନ୍ଦୁ ମୋଣ୍ଡେତି, ଚୈତନ୍ୟଙ୍କୁ ଧନ୍ୟବାଦ । ମୁଁ ଖୁସି ଯେ ଆମେ ଏକାଠି ଆଉ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର କରିବୁ । ମୋର ପ୍ରିୟ ତେଲୁଗୁ ଦର୍ଶକ, ମୁଁ ତୁମକୁ ବହୁତ ମିସ୍ କଲି। ବର୍ତ୍ତମାନ NC23 ମାଧ୍ୟମରେ ତୁମକୁ ଭେଟିବା ମୋତେ ବହୁତ ଆନନ୍ଦ ଦେବ।

ଏହା ମଧ୍ୟ ପଢନ୍ତୁ: ନୂଆ ସଂସଦ ବୁଲିଲେ 'ଥ୍ୟାଙ୍କ ୟୁ ଫର୍ କମିଂ'ର ପୁରା କାଷ୍ଟ, ମହିଳା ସଂରକ୍ଷଣ ବିଲକୁ ନେଇ ରଖିଲେ ମତ

ଏହା ଘୋଷଣା ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଦେଇଛନ୍ତି । ଅନେକ ଫ୍ୟାନ୍ସ ଶୁଭକାମନା ଜଣାଇଥିବା ବେଳେ ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି । ପୁଣି ନିଜ ତାରକାଙ୍କୁ ପରଦାରେ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ । ଆଉ ଜଣେ ଫ୍ୟାନ ଲେଖିଛନ୍ତି, ବ୍ଲକବ୍ଲଷ୍ଟର କମ୍ବୋ । ଆଉ ଜଣେ ଲେଖିଛନ୍ତି, ବହୁତ ସୁନ୍ଦର ଯୋଡି । ପୁଣି ପରଦାରେ ଦେଖିବାକୁ ଉତ୍ସାହିତ।

ଏହା ମଧ୍ୟ ପଢନ୍ତୁ: ନାଗାର୍ଜୁନଙ୍କ ବାପା ANRଙ୍କ 100ତମ ଜନ୍ମବାର୍ଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚନ, ସାମିଲ ହେଲେ ଏହି ସେଲିବ୍ରିଟି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.