ETV Bharat / entertainment

Nayanthara Beyond The Fairytale: ନୟନତାରା-ବିଘ୍ନେଶଙ୍କ ଓ୍ବେଡିଂ ଟିଜର ଆଉଟ୍‌ - ନୟନତାରା ବିଘ୍ନେଶ ରିଲେସନସିପ୍‌

ସାଉଥ୍‌ ସୁନ୍ଦରୀ ନୟନତାରା ଏବଂ ବିଘ୍ନେଶ ଶିବନଙ୍କ ଓ୍ବେଡିଂ ଡକ୍ୟୁମେଣ୍ଟାରୀ ଖୁବ୍ ଶୀଘ୍ର OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଓ୍ବେଡିଂ ଡକ୍ୟୁମେଣ୍ଟାରୀର ନାମ ହେଉଛି 'Nayanthara: Beyond the Fairytale' । ଅଧିକ ପଢନ୍ତୁ

Etv Bharatନୟନତାରା-ବିଘ୍ନେଶଙ୍କ ଓ୍ବେଡିଂ ଟିଜର ଆଉଟ୍‌

author img

By

Published : Aug 9, 2022, 10:27 PM IST

ମୁମ୍ବାଇ: ଶେଷରେ ନୟନତାରାଙ୍କ ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି । ବର୍ତ୍ତମାନ ସାଉଥ୍‌ ସୁନ୍ଦରୀ ନୟନତାରା ଏବଂ ବିଘ୍ନେଶ ଶିବନଙ୍କ ଓ୍ବେଡିଂ ଡକ୍ୟୁମେଣ୍ଟାରୀ ଖୁବ୍ ଶୀଘ୍ର OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ଉଭୟ ତାରକାଙ୍କ ଓ୍ବେଡିଂ ଡକ୍ୟୁମେଣ୍ଟାରୀର ନାମ ହେଉଛି 'Nayanthara: Beyond the Fairytale' । ପ୍ରଶଂସକମାନେ ଏହି ଡକ୍ୟୁମେଣ୍ଟାରୀକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।

ଟିଜରରେ ନୟନତାରା-ବିଘ୍ନେଶଙ୍କ ଲୁକ୍

କିଛି ସମୟ ପୂର୍ବରୁ ଖବର ଆସିଥିଲା ​​ଯେ, ନେଟଫ୍ଲିକ୍ସ ଏହି ଦମ୍ପତିଙ୍କ ବିବାହ ବିଷୟରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରୁଛି । ବର୍ତ୍ତମାନ OTT ପ୍ଲାଟଫର୍ମ ଏହି 'ମ୍ୟାଜିକାଲ' ଡକ୍ୟୁମେଣ୍ଟାରୀର ଟିଜରକୁ ସୋସିଆଲ ମିଡିଆରେ ସେୟାର କରିଛି । ନେଟଫ୍ଲିକ୍ସ ଦ୍ୱାରା ଓ୍ବେଡିଂ ଡକ୍ୟୁମେଣ୍ଟାରୀର 21 ସେକେଣ୍ଡର ଟିଜର ଭିଡିଓ ରିଲିଜ୍ ହୋଇଛି । ଏହି ଟିଜରରେ ଉଭୟ ତାରକାଙ୍କର ଝଲକ ଦେଖିବାକୁ ମିଳୁଛି । ଟିଜରରେ ନୟନତାରା କହିଛନ୍ତି, "ମୁଁ କେବଳ କାମ କରିବାରେ ବିଶ୍ୱାସ ରଖେ । ନିଶ୍ଚିତ ରୂପେ ଏହା ଜାଣି ଭଲ ଲାଗୁଛି ଯେ ଆପଣଙ୍କ ଚାରିପାଖରେ ଏତେ ଭଲପାଇବା ଅଛି, ଯାହାକୁ ଆପଣ ପାଇପାରୁଛନ୍ତି।" ଏଥି ସହିତ ସାଉଥ ସିନେମାର ନିର୍ଦ୍ଦେଶକ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ କହିଛନ୍ତି, "ଜଣେ ମହିଳା ଭାବରେ ତାଙ୍କର ପ୍ରକୃତି ଏବଂ ଚରିତ୍ର ଅତ୍ୟନ୍ତ ପ୍ରେରଣାଦାୟକ ଅଟେ। ସେ ଭିତରୁ ବହୁତ ସୁନ୍ଦର ।"

Nayanthara Beyond The Fairytale
Nayanthara Beyond The Fairytale

ମହାବଲିପୁରମରେ ଦୁହେଁ କରିଥିଲେ ବିବାହ

ଚେନ୍ନାଇର ମହାବଲିପୁରମରେ ଏକ ମହାନ୍ ସମାରୋହରେ ନୟନତାରା ଏବଂ ବିଘ୍ନେଶ ଶିବନ 9 ଜୁନ୍ ରେ ବିବାହ କରିଥିଲେ। ବିବାହ ସମାରୋହରୁ କୌଣସି ପ୍ରକାରର ଭିଡିଓ ଏବଂ ଫଟୋ ଲିକ୍ ନହେବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ବିବାହ ଉତ୍ସବରେ ଶାହାରୁଖ ଖାନ, ରଜନୀକାନ୍ତ, ଏ.ଆର୍ ରହମାନ, ସୁରିଆ, କୀର୍ତ୍ତି, ବିଜୟ ସେଥୁପତି, ଗୌତମ ବାସୁଦେବ ମେନନ୍ ଏବଂ ଏଟଲିଙ୍କ ସମେତ ଭାରତୀୟ ସିନେମାର ପ୍ରମୁଖ ତାରକାମାନେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.