ହାଇଦ୍ରାବାଦ: ହେଡଲାଇନରେ ଲୋକପ୍ରିୟ ସାଉଥ ଅଭିନେତ୍ରୀ ନୟନତାରା । ବର୍ତ୍ତମାନ ନିଜ ଫିଲ୍ମ ପାଇଁ ନୁହଁ ବରଂ ଫ୍ୟାନ୍ସକୁ ଧମକ ଦେବା ନେଇ ଚର୍ଚ୍ଚାରେ ଅଭିନେତ୍ରୀ । ସାଉଥ ଅଭିନେତ୍ରୀ ନୟନତାରା ତାଙ୍କ ସ୍ବାମୀ ତଥା ଫିଲ୍ମ ନିର୍ମାତା ବିଗ୍ନେଶ ଶିବନ କିଛି ଦିନ ପୂର୍ବରୁ କୁମ୍ଭକୋଣମ ମନ୍ଦିର ପରିଦର୍ଶନ ସମୟରେ ଜଣେ ଫ୍ୟାନ୍ସଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି। ସେହି ସମୟର ଏକ ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
-
Just In - #Nayanthara and #vigneshshivan spotted at Trichy Railway Station. It's a pilgrimage trip to Thanjavur Temple. pic.twitter.com/70ClyKUT31
— Studio Flicks (@StudioFlicks) April 5, 2023 " class="align-text-top noRightClick twitterSection" data="
">Just In - #Nayanthara and #vigneshshivan spotted at Trichy Railway Station. It's a pilgrimage trip to Thanjavur Temple. pic.twitter.com/70ClyKUT31
— Studio Flicks (@StudioFlicks) April 5, 2023Just In - #Nayanthara and #vigneshshivan spotted at Trichy Railway Station. It's a pilgrimage trip to Thanjavur Temple. pic.twitter.com/70ClyKUT31
— Studio Flicks (@StudioFlicks) April 5, 2023
ସୂଚନା ଅନୁସାରେ, ପଙ୍ଗୁନି ଉଥିରାମଙ୍କ ଅବସରରେ ପୂଜା କରିବାକୁ କୁମ୍ଭକୋଣମ ମନ୍ଦିର ପ୍ରାର୍ଥନା କରିବା ପରେ ଏହି ଦମ୍ପତି ବିଗ୍ନେଶ ଶିବନଙ୍କ ପୈତୃକ ମନ୍ଦିରକୁ ଯାଇଥିଲେ। ସେଠାରେ ନୟନତାରାଙ୍କ ଭିଡିଓ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଫୋନ୍ ଭାଙ୍ଗିବାକୁ ଧମକ ଦେଉଥିବା ଦେଖିବାକୁ ମିଳିଛି।
ସୂଚନା ଥାଉ କି, ମନ୍ଦିରରେ ନୟନତାରା ଏବଂ ଭିଗ୍ନେଶ ପୂଜାପାଠ କରିବା ମାତ୍ରେ ପ୍ରଶଂସକଙ୍କ ଭିଡ଼ ଜୟ ହୋଇ ନୟନତାରାଙ୍କ ଲୁକ ଦେଖିବାକୁ ମିଳିଥିଲା। ଏହି ସମୟରେ କିଛି ଲୋକ ଏହି ଦମ୍ପତିଙ୍କ ଭିଡିଓ ମଧ୍ୟ କରିବା ଆରମ୍ଭ କରିଥିଲେ। ଭାଇରାଲ୍ କ୍ଲିପରେ ଅଭିନେତ୍ରୀ ଫ୍ୟାନ୍ସଙ୍କୁ କହିଥିଲେ, 'ତୁମେ ଆଉ ଥରେ ଭିଡିଓ କର, ମୁଁ ତୁମର ଫୋନ୍ ଭାଙ୍ଗିବି'। ଏଥିସହ ଅଭିନେତ୍ରୀଙ୍କ ପ୍ରଶଂସକଙ୍କୁ ଚେତାବନୀ ଦେବା ପରେ ସେଠାରେ ତାଙ୍କର ଜଣେ କର୍ମଚାରୀ ଉପସ୍ଥିତ ଥିବା ଲୋକଙ୍କୁ ଭିଡିଓ ନ କରିବାକୁ ଅନୁରୋଧ କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
-
Romba cheap eecha character iva 💦
— Saala Nee Yaruda (@kamaleshjisettu) April 6, 2023 " class="align-text-top noRightClick twitterSection" data="
#WorstBehaviourNayanthara#Nayanthara pic.twitter.com/OFYhxRVPqc
">Romba cheap eecha character iva 💦
— Saala Nee Yaruda (@kamaleshjisettu) April 6, 2023
#WorstBehaviourNayanthara#Nayanthara pic.twitter.com/OFYhxRVPqcRomba cheap eecha character iva 💦
— Saala Nee Yaruda (@kamaleshjisettu) April 6, 2023
#WorstBehaviourNayanthara#Nayanthara pic.twitter.com/OFYhxRVPqc
ତେବେ ଏହି ଭିଡିଓ ଭାଇରାଲ ପରେ ଏହାକୁ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି। ଅନେକ ଫ୍ୟାନ୍ସ ଅଭିନେତ୍ରୀଙ୍କ ଏଭଳି ପ୍ରତିକ୍ରିୟା ନେଇ କ୍ରୋଧିତ ହୋଇଥିବା ବେଳେ ଅନ୍ୟ କେତେକ ଫ୍ୟାନ୍ସ ତାଙ୍କୁ ଦୋଷ ନ ଦେବାକୁ କହିଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ ତାଙ୍କୁ ସ୍ପେଶ ମିଳିବା ଦରକାର।
ତେବେ ଏହି ସମୟରେ ପୂଜା ପାଇଁ ନୟନତାରା ଏକ ଧଳା ସାଲୱାର ସୁଟ ସହ ନୀଳ ଡୁପାଟାରେ ନଜର ଆସିଥିଲେ। ଏଥିସହିତ ବିଗ୍ନେଶ ନୀଳ ଟି-ସାର୍ଟ, ଖାକି ପ୍ୟାଣ୍ଟ ଏବଂ ଧଳା ଜ୍ୟାକେଟ ପିନ୍ଧିଥିଲେ। ନିକଟରେ ଫିଲ୍ମ ନିର୍ମାତା ବିଗ୍ନେଶ ତାଙ୍କ ଯାଆଁଳା ସନ୍ତାନଙ୍କ ନାମ ପ୍ରକାଶ କରିଥିଲେ। ନାମ ସହ ବିଗ୍ନେଶ ଇନଷ୍ଟାଗ୍ରାମରେ ନୟନ୍ତାରାଙ୍କ କୋଳରେ ବିଶ୍ରାମ ନେଉଥିବା ଯାଆଁଳା ପୁଅଙ୍କ ଲୁକ ମଧ୍ୟ ସେୟାର କରିଥିଲେ। ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ବିଗ୍ନେଶ ତାଙ୍କ ପୁଅମାନଙ୍କୁ ଇଂରାଜୀ ଏବଂ ତାମିଲରେ କହିଥିବା ଦେଖିବାକୁ ମିଳିଛି।