ETV Bharat / entertainment

'ଅନ୍ନପୁରାନୀ' ଫିଲ୍ମରେ ରାମଙ୍କୁ ଅପମାନ ! କ୍ଷମା ମାଗିଲେ ନୟନତାରା

author img

By ETV Bharat Odisha Team

Published : Jan 19, 2024, 12:50 PM IST

Annapoorani Controversy: ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ବିବାଦ ମାମଲା । ପ୍ରଥମେ ନିର୍ମାତା କ୍ଷମା ପ୍ରାର୍ଥନା କରିବା ସହ ଓଟିଟି ଫ୍ଲାଟଫର୍ମରୁ ଫିଲ୍ମକୁ ହଟାଇଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ ନୟନତାରା କ୍ଷମା ମାଗିଛନ୍ତି । ଅଧିକ ପଢନ୍ତୁ

'ଅନ୍ନପୁରାନୀ' ବିବାଦ ମାମଲା; କ୍ଷମା ପ୍ରାର୍ଥନା କଲେ ନୟନତାରା

ହାଇଦ୍ରାବାଦ: ଲୋକପ୍ରିୟ ସାଉଥ ଅଭିନେତ୍ରୀ ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ରିଲିଜ ହେବା ପରେ ବିବାଦ ଘେରରେ ଛନ୍ଦି ହୋଇଥିଲା । ଏହି ଫିଲ୍ମକୁ ହିନ୍ଦୁ ବିରୋଧୀ କହି ଏହାର ସମସ୍ତ କାଷ୍ଟ ଏବଂ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଯାହା ପରେ ପ୍ରଥମେ ନିର୍ମାତା ଆଉ ଏବେ ଅଭିନେତ୍ରୀ ନୟନତାରା କ୍ଷମା ପ୍ରାର୍ଥନା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି ।

ନୟନତାରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଲେଖାଅଛି, ଆମର ଫିଲ୍ମ ଅନ୍ନପୁରାନୀକୁ ନେଇ ଗତ କିଛି ଦିନ ହେଲା ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରୁଛି । ଆମେ ଏହି ଫିଲ୍ମକୁ କଠିନ ପରିଶ୍ରମ ଏବଂ ଭଲ ଉଦ୍ଦେଶ୍ୟ ନେଇ କରିଥିଲୁ । ମୁଁ ନିଜେ ଭଗବାନଙ୍କ ଉପରେ ଆସ୍ଥା ରଖେ ଏବଂ ମନ୍ଦିର ଯାଉଛି । ଏହା ଶେଷ ଜିନିଷ ହେବ ଯାହା ମୁଁ ଜାଣି ଜାଣି କାହାକୁ ଦୁଃଖ ଦେଇଥିବି । ଏହି ଫିଲ୍ମ ଜରିଆରେ କାହାକୁ ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନଥିଲା । ହେଲେ ଜାଣ ଅଜାଣତରେ ଏହା ଅନେକଙ୍କୁ ଆଘାତ ଦେଇଥିବାରୁ ମୁଁ ଏବଂ ମୋର ଟିମ୍ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛୁ । ଅନ୍ନପୁରାନୀ ଫିଲ୍ମ କରିବାର ଉଦ୍ଦେଶ୍ୟ ଲୋକଙ୍କୁ ପ୍ରେରଣା ଯୋଗାଇବାର ଥିଲା, ଲୋକଙ୍କୁ କଷ୍ଟ ପହଞ୍ଚାଇବାକୁ ନୁହେଁ ।

ସୂଚନା ଥାଉକି, ଗତ ଡିସେମ୍ବର ୧ରେ ରିଲିଜ ହୋଇଥିଲା ନୟନତାରାଙ୍କ ଏହି ଫିଲ୍ମ ଅନ୍ନପୁରାନୀ । ଏହି ଫିଲ୍ମ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଲଭ ଜିହାଦକୁ ପ୍ରତ୍ସୋହିତ ଦେଉଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଫିଲ୍ମର ନିର୍ମାତା ଏବଂ ସମସ୍ତ ଷ୍ଟାର କାଷ୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପରେ ଏହାକୁ ନେଇ ବିବାଦ ଜୋର ଧରିଥିବା ବେଳେ ବର୍ତ୍ତମାନ ସମସ୍ତ ଓଟିଟି ପ୍ଲାଟଫର୍ମ ଫିଲ୍ମକୁ ନିଜ ସାଇଟରୁ ହଟାଇ ଦେଇଥିଲେ । ଜିଓ ଷ୍ଟୁଡିଓ ଏବଂ ନେଟଫ୍ଲିକ୍ସ କ୍ଷମା ପ୍ରାର୍ଥନା କରିବା ସହ ଫିଲ୍ମକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବିବାଦ ପରେ ଓଟିଟି ପ୍ଲାଟଫର୍ମରୁ ହଟିଲା ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ'

କହିରଖୁଛୁ କି, ଅନ୍ନପୁରାନୀ ଫିଲ୍ମର ଗୋଟିଏ ସିନରେ ଭଗବାନ ଶ୍ରୀରାମ ମାଂସ ଖାଉଥିଲେ କହି ଅଭିନେତ୍ରୀଙ୍କୁ ମାଂସ ଖାଇବାକୁ ଉସୁକାଯାଇଛି । ଏଥିସହ ଫିଲ୍ମରେ ଅଭିନେତ୍ରୀଙ୍କ ବାପା ବିଷ୍ଣୁ ପୂଜକ ଥିବାବେଳେ ତାଙ୍କ ଝିଅ ମାଂସ ରାନ୍ଧିବା, ଜଣେ ମୁସଲିମ ବ୍ୟକ୍ତିକୁ ଭଲପାଇବା ଏବଂ ନମାଜ ପଢୁଥିବା ନଜର ଆସିଛନ୍ତି । ଯାହାପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇଥିଲା । ତେବେ ଏହି ଫିଲ୍ମ ନୟନତାରାଙ୍କ ୭୫ତମ ଫିଲ୍ମ ରହିଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ନିଲେଶ କ୍ରିଷ୍ଣା ଦେଇଥିବା ବେଳେ ଏହା ଜଣେ ରୋଷେୟାଙ୍କ କାହାଣୀ ଉପରେ ଆଧାରିତ । ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ନୟନତାରା, ଜୟ, ସତ୍ୟରାଜ, କାର୍ତ୍ତିକ କୁମାର ଏବଂ ରେଣୁକା ଭଳି ତାରକା ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.