ETV Bharat / entertainment

ନୱାଜୁଦ୍ଦିନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ ଆଲିଆ

author img

By

Published : Feb 12, 2023, 6:06 PM IST

ନୱାଜୁଦ୍ଦିନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ ଆଲିଆ । ଦ୍ବିତୀୟ ସନ୍ତାନଙ୍କୁ ନଓ୍ବାଜ ଗ୍ରହଣ କରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ନୱାଜୁଦ୍ଦିନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ
ନୱାଜୁଦ୍ଦିନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ
ନୱାଜୁଦ୍ଦିନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ବଲିଉଡ ଷ୍ଟାରଙ୍କ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଏବେ ସାମ୍ନାକୁ ଆସିଛି । ନୱାଜୁଦ୍ଦିନଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ । ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ଦ୍ବିତୀୟ ସନ୍ତାନଙ୍କୁ ନଓ୍ବାଜ ଗ୍ରହଣ କରୁନଥିବା କହୁଛନ୍ତି । ଯେଉଁଥିରେ ନୱାଜୁଦ୍ଦିନ ଘର ବାହାର ଗେଟ ଛିଡା ହୋଇଥିବା ନଜର ଆସିଛନ୍ତି । ଭିଡିଓରେ ଆଲିଆ ନୱାଜୁଦ୍ଦିନଙ୍କ ସହ କଥା ବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଯେଉଁରେ ସେ କହୁଛନ୍ତି ତୁମ ଉପରେ ଟିକିଏବି ଭରସା ନାହିଁ । ତୁମେ ମୋର ପିଲାକୁ ଗ୍ରହଣ କରୁନାହଁ । ଏହାର ଉତ୍ତରରେ ନୱାଜୁଦ୍ଦିନ କହୁଛନ୍ତି କୋର୍ଟରେ ବିଚାର ଚାଲିଛି ।

ଏଥି ସହ ସେ ଆଲିଆ ଦୁଇଟି ଦସ୍ତାବିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ସେଥିରେ ଉଲ୍ଲେଖ ରହିଛି "୧୮ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ନଜରରେ ମୋର ଲୁହର ମୂଲ୍ୟ କଛିବି ନୁହେଁ । ଯେତେବେଳେ ମୁଁ ୨୦୦୪ ମସିହାରେ ନୱାଜୁଦ୍ଦିନଙ୍କୁ ଭେଟିଥିଲି ସେତେବେଳେ ତାଙ୍କ ପାଖରେ କିଛି ନଥିଲା । ଆମେ ସେତେବେଳେ ଲିଭଇନ ରିଲେସନ ସିପରେ ରହିଥିଲୁ । ତାଙ୍କ ଭାଇଙ୍କୁ ଆମେ ରହୁଥିବା ଫ୍ଲାଟରେ ଗୋଟିଏ ରୁମ ସେୟାର କରିଥିଲୁ । ଗୋଟିଏ ରୁମରେ ଆମେ ରହୁଥିବା ବେଳେ ଖୁସିରେ ଆମ ଦିନ ଅତିବାହିତ ହେଉଥିଲା । ମୋର ବିଶ୍ବାସ ଆସିଲାକୁ ସେ ମୋତେ ସେ ସତରେ ଭଲପାଆନ୍ତି । ସେହି ସମୟରେ ତାଙ୍କ ପାଖରେ ଖାଇବା ପାଇଁ ମଧ୍ୟ ଟଙ୍କା ନଥିଲା । ତେଣୁ ମୁଁ ଏବଂ ତାଙ୍କ ଭାଇ ତାଙ୍କୁ ସାହାଯ୍ୟ କରିଥିଲୁ ।"

ନୱାଜୁଦ୍ଦିନ ଓ ଆଲିଆ ୨୦୧୦ରେ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ଉଭୟ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ଶେଷ ପୋଷ୍ଟରେ ଆଲିଆ କହିଛନ୍ତି ଯେ, ନଓ୍ବାଜ ମୋର ଦ୍ବିତୀୟ ସନ୍ତାନକୁ ଗ୍ରହଣ କରୁନାହାନ୍ତି । ପ୍ରଥମେ କନ୍ୟା ସନ୍ତାନ ଜନ୍ମ ହେବା ପରେ ସୋ ମୋତେ ଛାଡପତ୍ର ଦେଇଥିଲେ । ଛାତ୍ରପତ୍ର ପରେ ବି ମୁଁ ତାଙ୍କ ସହ ସମ୍ପର୍କରେ ଥିଲି । ଏହି ସମୟରେ ଆମର ଦ୍ବିତୀୟ ସନ୍ତାନ ଜନ୍ମ ନେଇଥିଲା । କିନ୍ତୁ ସେ ମୋତେ କେବେବି ଚାହାନ୍ତି ନାହିଁ ବୋଲି ମୁଁ ପରେ ଜାଣିଲି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆର୍ଥିକ ସଙ୍କଟ କାରଣରୁ ପ୍ରଥମ ପ୍ରସବ ସମୟରେ ମୁଁ ମାଙ୍କୁ ଦେଇଥିବା ଫ୍ଲାଟକୁ ବିକ୍ରି କରିଥିଲି । ଫ୍ଲାଟ ବିକ୍ରୟ କରିବା ପରେ ପାଇଥିବା ଟଙ୍କାରେ ନୱାଜଙ୍କ ପାଇଁ ସ୍କୋଡା ଫାବିଆ କିଣିଥିଲି ।"

ଆଲିଆ ନୱାଜୁଦ୍ଦିନଙ୍କ ଦ୍ବିତୀୟ ପତ୍ନୀ । ବିବାହ ପୂର୍ବରୁ ତାଙ୍କ ନାମ ଅଞ୍ଜନା କିଶୋର ପାଣ୍ଡେ ଥିଲା । ତାଙ୍କର ଗୋଟିଏ ପୁଅ ୟାନି ସିଦ୍ଦିକି ଏବଂ ଝିଅ ଶୋରା ସିଦ୍ଦିକି ଅଛନ୍ତି । ନୱାଜୁଦ୍ଦିନ ସିଦ୍ଦିକି ବଲିଉଡରେ ଜଣାଶୁଣା ଅଭିନେତାରୁ ଜଣେ । ତାଙ୍କ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.