ETV Bharat / entertainment

ଗଦର 2ରେ ନାନା ପାଟେକରଙ୍କ ଏଣ୍ଟ୍ରି, ଜାଣନ୍ତୁ କ'ଣ ରହିଛି ଅଭିନେତାଙ୍କ ରୋଲ

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ନାମ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ଗଦର ୨ରେ ସାମିଲ ହେଲା । ଜାଣନ୍ତୁ ଏହି ଫିଲ୍ମରେ ନାନା ପାଟେକରଙ୍କ ଭୂମିକା କ’ଣ ହେବ ?

author img

By

Published : Jul 3, 2023, 11:34 AM IST

ଗଦର 2 ରେ ନାନା ପାଟେକରଙ୍କ ଏଣ୍ଟ୍ରି, ଜାଣନ୍ତୁ କ'ଣ ରହିଛି ଅଭିନେତାଙ୍କ ରୋଲ

ହାଇଦ୍ରାବାଦ: ଚଳିତ ବର୍ଷ ଅଗଷ୍ଟ 11ରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଗଦର 2 ରିଲିଜ ହେବାକୁ ଯାଉଛି । ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ବଲିଉଡ ଲୋକପ୍ରିୟ ଅଭିନେତା ନାନା ପାଟେକର ଏହି ଫିଲ୍ମରେ ଏଣ୍ଟ୍ରି ହୋଇଛି । ଫିଲ୍ମରେ ତାଙ୍କର ଭୂମିକା କ’ଣ ରହିଛି । ଜାଣନ୍ତୁ

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ କିଛି ସମୟ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ନାନା ପାଟେକର ଡବିଂ କରୁଥିବା ଦେଖିବାକୁ ମିଳିଛି। ଏହା ସହିତ ସେ କ୍ୟାପସନରେ ସେ ଲେଖିଛନ୍ତି, "ନାନା ପାଟେକର 'ଗଦର ୨' ପାଇଁ ସ୍ୱର ଦେଇଛନ୍ତି। ଫିଲ୍ମର ଆରମ୍ଭରେ ନାନାଙ୍କ ସ୍ୱର। ଦର୍ଶକଙ୍କୁ Gadar2 ସହିତ ପରିଚିତ କରାଇବ। ସୂଚନା ଥାଉ କି, 2001 ମସିହାରେ ଓମ ପୁରୀ ଗଦର ଏକ ପ୍ରେମ କଥାରେ ନିଜର ସ୍ୱର ଦେଇଥିଲେ, ସେ ଆଜି ଏହି ଦୁନିଆରେ ନାହାଁନ୍ତି ଏବଂ ତାଙ୍କ ସ୍ଥାନରେ ନାନା ପାଟେକର ତାଙ୍କ ଦମଦାର ସ୍ୱର ସହ ଚଳଚ୍ଚିତ୍ରକୁ ଦମଦାର କରିବେ।

ଫିଲ୍ମ କେବେ ରିଲିଜ ହେବ?

ଗଦର 2 ଚଳଚ୍ଚିତ୍ର ପାଇଁ ଫ୍ୟା୍ନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଅଗଷ୍ଟ 11ରେ ରିଲିଜ ହେବାକୁ ଯାଉଛି । ସନ୍ନି ଦେଓଲ ଏବଂ ଅମୀଷାଙ୍କ ଅଭିନୀତ ଏହି ଫିଲ୍ମରେ ଏବେ ନାନା ପାଟେକରଙ୍କ ଏଣ୍ଟ୍ରି ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ସେପଟେ ଏହି ଦିନ ଅକ୍ଷୟ କୁମାର ଫିଲ୍ମ 'ଓ ମାଇ ଗଡ 2' ମଧ୍ୟ ରିଲିଜ ହେବାକୁ ଯାଉଛି । ତେବେ ସ୍ବାଧୀନତା ଦିବସ ଅବସରରେ ରିଲିଜ ହେଉଥିବା ଏହି 2 ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ନୂଆ ଭର୍ସନରେ ରିଲିଜ ହେଲା ଫିଲ୍ମର ଗୀତ 'ଉଡ ଜା କାଲେ କାୱା'

ଫିଲ୍ମର କାହାଣୀ କହିବାକୁ ଗଲେ, 'ଗଦର ଏକ ପ୍ରେମ କଥା' ଅର୍ଥାତ ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୂମିକାରେ ଅଭିନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କର ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ପାକିସ୍ତାନ ଯିବେ । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିବେ । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ ସିହ୍ନା ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.