ETV Bharat / entertainment

Naga Chaitanya: ଲାଲ ସିଂ ଚଢାର ବିଫଳତାକୁ ନେଇ ଏହା କହିଲେ ନାଗା...

author img

By

Published : May 8, 2023, 3:18 PM IST

ଲାଲ ସିଂ ଚଢାରେ ନଜର ଆସିଥିଲେ ଟଲିଉଡ ଅଭିନେତା ନାଗା ଚୈତନ୍ୟ । ନିକଟରେ ନାଗା ଫିଲ୍ମରେ ଆମୀର ଖାନଙ୍କ ସହ କାମ କରିବାର ଅଭିଜ୍ଞତା ସେୟାର କରିବା ସହ ଫିଲ୍ମ ଖରାପ ପ୍ରଦର୍ଶନ ଉପରେ ଖୋଲାଖୋଲି ଭାବେ ଆଲେଚନା କରିଛନ୍ତି । ଅଧିକ ପଢନ୍ତୁ

ଆମୀର ଖାନଙ୍କ ସହ କାମ କରିବାର ଅଭିଜ୍ଞତା ସେୟାର କଲେ ନାଗା

ହାଇଦ୍ରାବାଦ: ଲାଲ ସିଂ ଚଢା ବିଫଳତା ନେଇ ଆଲୋଚନା କରିଛନ୍ତି ସାଉଥ ଅଭିନେତା ନାଗା ଚୈତନ୍ୟ। ନିକଟରେ ଏକ ସାକ୍ଷାତକାରରେ ସେ ବକ୍ସ ଅଫିସରେ ଫିଲ୍ମର ବିଫଳତା ବିଷୟରେ ଆଲେଚନା ସହ ଆମୀରଙ୍କ କାମ କରିବାର ଅଭିଜ୍ଞତା ସେୟାର କରିଛନ୍ତି ନାଗା । ସେ କହିଛନ୍ତି ଯେ, ଫିଲ୍ମର ବିଫଳତା ନେଇ ସେ ଆଦୌ ଅନୁତାପ କରନ୍ତି ନାହିଁ । ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ସହ କାମ କରି ସେ ବେଶ ଉପଭୋଗ କରିଛନ୍ତି ।

ବର୍ତ୍ତମାନ ନାଗା ତାଙ୍କର ଆଗାମୀ ଫିଲ୍ମ କଷ୍ଟଡିର ପ୍ରମୋସନ ନେଇ ବ୍ୟବସ୍ତ ଅଛନ୍ତି । ଏହାରି ମଧ୍ୟରେ ଏକ ସାକ୍ଷାତକାରରେ ସେ 'ଲାଲ ସିଂ ଚଢା'ର ବିଫଳତା ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରୋଜେକ୍ଟରେ ସହ ଜଡ଼ିତ ଥିବାରୁ ତାଙ୍କର କୌଣସି ଅନୁତାପ ଅଛି କି ନାହିଁ ସେନେଇ ମଧ୍ୟ ଆଲୋଚନା କରିଛନ୍ତି "। ମୁଁ ସେହି ପ୍ରକଳ୍ପର ମୁଖ୍ୟ କାରଣ ଥିଲା ଆମୀର ସାରଙ୍କ ସହ କାମ କରିବା। ଜଣେ ଅଭିନେତା ଭାବରେ ମୁଁ ତାଙ୍କଠାରୁ ଶିଖିବା ପାଇଁ ତାଙ୍କ ସହ ମାତ୍ର ଦୁଇ ଦିନ ବିତାଇବାକୁ ଚାହୁଁଥିଲି । ଏହି ଦୃଷ୍ଟିକୋଣରୁ ଫିଲ୍ମରେ କାମ କରିବାକୁ ସମ୍ମତି ପ୍ରକାଶ କରିଥିଲି । ଫଳରେ ତାଙ୍କ ସହ 5-6 ମାସ କାମ କରିବାର ସୁଯୋଗ ପାଇଲି ।"

ସେ ଏହା ମଧ୍ୟ କହିଛନ୍ତି ଯେ, "ମୁଁ ବ୍ୟକ୍ତିଗତ ଭାବରେ ପ୍ରଥମ ଥର ସ୍କ୍ରିପ୍ଟ ପଢିଥିଲି। ଆମୀର ସାର୍ ଯେଉଁଭଳି ଭାବରେ କାର୍ଯ୍ୟ କରିଥିଲେ ସେଥିରେ ବହୁତ ସଚ୍ଚୋଟତା ଥିଲା। ମୁଁ ତାଙ୍କୁ ଏହି ଯାତ୍ରାରେ ଅନୁସରଣ କରିଥିଲି ଏବଂ ଏଥିରେ କୌଣସି ଦୁଃଖ ନାହିଁ । ଫିଲ୍ମଟି ବିଫଳ ହୋଇଛି, କିନ୍ତୁ ମୁଁ ବୃତ୍ତିଗତ ଭାବରେ ଉଭୟ ପରିପକ୍ୱ ହେବା ଶିଖିଲି ।" ତାହା ମୋତେ ଆମୀର ସାର୍‌ ଶିଖାଇଛନ୍ତି ବୋଲି ଅଭିନେତା କହିଛନ୍ତି ।

ନାଗା ଲାଲ୍‌ ସିଂ ଚଢାରେ ନାଗା ତାଙ୍କ ଭବିଷ୍ୟତ ପାଇଁ ଏକ ପୁଞ୍ଜି ବିନିଯୋଗ ଭାବରେ ଦେଖିଥିଲେ । ଅଭିନେତା ବିଜୟ ସେଥୁପତିଙ୍କ ବଦଳରେ ନାଗାଙ୍କୁ କାଷ୍ଟ କରାଯାଇଥିଲା, ଯାହାଙ୍କୁ ପ୍ରଥମେ ବୁବା ଭୂମିକାରେ ଅଫର୍ କରାଯାଇଥିଲା । ଏହି ଫିଲ୍ମରେ ସେ ଆମୀର ଖାନଙ୍କ ଉତ୍ତମ ବନ୍ଧୁ ଭୂମିକାରେ ନଜର ଆସିଥିଲେ । ଆଡଭେଟ୍‌ ଚନ୍ଦନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ କମାଲ କରି ପାରିନଥିଲା । 200 କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ସତ୍ତ୍ବେ ଏହି ଫିଲ୍ମଟି ମାତ୍ର 55 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା । ହେଲେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇନଥିଲା ।

ସୂଚନା ଥାଉ କି, ନାଗା ଚୈତନ୍ୟ ଗତ ବର୍ଷ ଆମୀର ଖାନଙ୍କ ଲାଲ ସିଂ ଚଢାରେ ବଲିଉଡରେ ଡେବ୍ୟୁ କରିଥିଲେ । ନାଗା ଟମ୍‌ ହ୍ୟାଙ୍କ୍‌ଙ୍କ ଫରେଷ୍ଟ ଗୁମ୍ପର ଭାରତୀୟ ଉପସ୍ଥାପନାରେ ବେଞ୍ଜାମିନ୍ ବଫୋର୍ଡ ବ୍ଲୁ ଆକା ବୁବାଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ବିଫଳ ହୋଇଥିଲା । ନାଗା ବର୍ତ୍ତମାନ ତାଙ୍କର ଆଗାମୀ ତାମିଲ-ତେଲୁଗୁ ଦ୍ୱିଭାଷୀ ଫିଲ୍ମ କଷ୍ଟଡିର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.