ETV Bharat / entertainment

ସାମନ୍ଥାଙ୍କୁ ନେଇ ପରୋକ୍ଷରେ ପ୍ରତିକ୍ରିୟା: ଜୀବନରେ କେବେ ଅନୁତାପ କରିନି, ସବୁବେଳେ ଶିଖିଛି : ନାଗା

author img

By

Published : May 1, 2023, 4:42 PM IST

ଅଭିନେତ୍ରୀ ତଥା ପୂର୍ବତନ ପତ୍ନୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଠାରୁ ଅଲଗା ହେବା ପରେ ପ୍ରଥମ ଥର ପରକ୍ଷୋ ଭାବରେ ମୁହଁ ଖୋଲିଛନ୍ତି ନାଗା ଚୈତନ୍ୟ । ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ପ୍ରତିକ୍ରିୟା ରଖିଛନ୍ତି ନାଗା । ଅଧିକ ପଢ଼ନ୍ତୁ

ସାମନ୍ଥା ରୁଥ ପ୍ରଭୁଙ୍କଠାରୁ ଛାଡପତ୍ର ପରେ ମୁହଁ ଖୋଲିଲେ ନାଗା ଚୈତନ୍ୟ

ହାଇଦ୍ରାବାଦ: ଫିଲ୍ମ ବ୍ୟତୀତ ସାଉଥ ଅଭିନେତା ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଶିରୋନାମାରେ ଥାନ୍ତି। ଆଜିକାଲି ଶୋଭିତା ଧୂଲିପାଲାଙ୍କ ସହ ଡେଟିଂ କରୁଥିବା ନେଇ ଚର୍ଚ୍ଚାରେ ରହିଛନ୍ତି ନାଗା ଚୈତନ୍ୟ। ପୂର୍ବରୁ ନାଗା ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ତେବେ ବର୍ତ୍ତମାନ ପୂର୍ବ ପତ୍ନୀ ସାମନ୍ଥା ରୁଥ ପ୍ରଭୁଙ୍କୁ ଛାଡପତ୍ର ଦେବା ପରେ ମୁହଁ ଖୋଲିଛନ୍ତି ନାଗା। ସେ କହିଛନ୍ତି, "ମୋ ଜୀବନରେ କେବେ ଅନୁତାପ କରିନି । ଯାହା ହୋଇଛି ସବୁକିଛି ଏକ ଶିକ୍ଷା ଅଟେ।

  • " class="align-text-top noRightClick twitterSection" data="">

ଇରଫାନ୍ ଭ୍ୟୁ ନାମକ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଯୋଗ ଦେଇ ଅଭିନେତାଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ ଅନୁତାପ ବିଷୟରେ ପଚରାଯାଇଥିଲା । ଏକ ପ୍ରଶ୍ନର ଉତ୍ତରରେ ନାଗା କହିଥିଲେ ଯେ, "ମୋ ଜୀବନରେ କେବେ ଅନୁତାପ କରିନି । ସରଳ ଭାବରେ କହିବାକୁ ଗଲେ ସବୁକିଛି ଏକ ଶିକ୍ଷା ଅଟେ ।" ସେ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ସେ ହୁଏତ ତାଙ୍କର କିଛି ଫିଲ୍ମକୁ ଚତୁରତାର ସହ ବାଛି ନଥାଇ ପାରନ୍ତି।"

ସୂଚନା ଥାଉ କି, ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ ପ୍ରଭୁ ୪ ବର୍ଷ ବୈବାହିକ ଜୀବନ ବିତାଇଥିଲେ । ତେବେ ଅକ୍ଟୋବର 2021ରେ ଚୈତନ୍ୟ ଏବଂ ସାମନ୍ଥା ପରସ୍ପରଠାରୁ ଅଲଗା ହେବାକୁ ସ୍ଥିର କରିଥିଲେ । ପରେ ଛାଡ଼ପତ୍ର ନେଇଥିଲେ । ସାମନ୍ଥାଙ୍କ ସହ ବିଚ୍ଛେଦ ହେବା ପରେ ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କ ସହ ଡେଟିଂ କରୁଥିବା ଚର୍ଚ୍ଚା ହେଉଛି । ନିକଟରେ ଲଣ୍ଡନରୁ ଏହି କପଲଙ୍କ ଏକ ଫଟୋ ବି ଭାଇରାଲ ହୋଇଥିଲା । ଯେଉଁଥିରେ ନାଗା ଚୈତନ୍ୟ ଜଣେ ରୋଷେୟା ପାଖରେ ପୋଜ୍ ଦେଉଥିବା ବେଳେ ଶୋଭିତା କ୍ୟାମେରାରୁ ମୁହଁ ଲୁଚାଉଥିବା ଦେଖାଯାଇଥିଲା । ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ଏବଂ ଉଭୟଙ୍କ ଡେଟିଂ ନେଇ ଆଲୋଚନାର ବିଷୟ ପାଲଟିଥିଲା । ତେବେ ଡେଟିଂ ନେଇ ଉଭୟ ଖୁଲାସା କରିନଥିବା ବେଳେ କିନ୍ତୁ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଚୈତନ୍ୟ ଏବଂ ଶୋଭିତା ପରସ୍ପର ମଧ୍ୟରେ ଭଲ ବନ୍ଧୁତା ଥିବା କଥା କହିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିବା ଆଲୋଚନା ହେଉଛି ।

ୱାର୍କ୍‌ପ୍ରଣ୍ଟ କଥା କହିବାକୁ ଗଲେ, ମଣି ରତ୍ନମ୍ ନିର୍ଦ୍ଦେଶିତ ପୋନିୟିନ୍ ସେଲଭାନ୍ ୨ରେ ନଜର ଆସିଛନ୍ତି ଶୋଭିତା । ଯାହା ଗତ ଏପ୍ରିଲ 28ରେ ରିଲିଜ ହୋଇଛି । ବକ୍ସ ଅଫିସରେ ସଫଳତା ହାସଲ କରୁଛି । ଅନ୍ୟପଟେ ନାଗା ଚୈତନ୍ୟଙ୍କୁ ଲାଲ୍‌ ସିଂ ଚଢାରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.