ETV Bharat / entertainment

ୟେ କଣ କଲେ ମଲାଇକା, ଫ୍ୟାନ୍ସଙ୍କୁ ଦେଖାଇ ଦେଲେ ଅର୍ଜୁନଙ୍କ ସେମି ନ୍ୟୁଡ ଫଟୋ

author img

By

Published : May 29, 2023, 12:11 PM IST

ନିଜ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଅର୍ଜୁନ କପୁର ଏବଂ ମଲାଇକା ଅରୋରା । ଏହାରି ମଧ୍ୟରେ ମଲାଇକା ସୋସିଆଲ ମିଡିଆରେ ପ୍ରେମିକ ଅର୍ଜୁନ କପୁରଙ୍କ ସେମିନ୍ୟୁଡ ଫଟୋ ସେୟାର କରିଛନ୍ତି । ଯାହାକୁ ନେଇ ଏବେ ଏହି କପଲ ଟ୍ରୋଲର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ

ଅର୍ଜୁନଙ୍କ ସେମିନ୍ୟୁଡ ଫଟୋ ସେୟାର କଲେ ମଲାଇକା

ମୁମ୍ବାଇ: ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡର ଲଭବାର୍ଡ ଅର୍ଜୁନ କପୁର ଓ ମଲାଇକା ଆରୋରା ପୁଣି ଚର୍ଚ୍ଚାରେ । ଏଥର ସମ୍ପର୍କକୁ ନେଇ ନୁହେଁ ଫଟୋକୁ ନେଇ ଦୁହେଁ ଚର୍ଚ୍ଚା ପରିଧିକୁ ଚାଲିଆସିଛନ୍ତି । ପୁରୁଷବନ୍ଧୁ ଅର୍ଜୁନଙ୍କ ବ୍ୟକ୍ତିଗତ ଫଟୋ ବା ସେସି ନ୍ୟୁଡ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବାନ୍ଧବୀ ମଲାଇକା । ଯାହାକୁ ନେଇ କପଲଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।

ମଲାଇକା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅର୍ଜୁନ କପୁରଙ୍କ ସେମିନ୍ୟୁଡ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଅର୍ଜୁନ ସୋଫାରେ ବସିଥିବାର ନଜର ଆସିଛନ୍ତି । ତାଙ୍କ ଶରୀରରେ କୌଣସି କପଡା ନାହିଁ । ମଲାଇକା ଏହି ଫଟୋ ସହ ଅର୍ଜୁନ କପୁରଙ୍କୁ ଟ୍ୟାଗ୍ କରି ତାଙ୍କ ପ୍ରେମିକଙ୍କ କ୍ୟାପସନରେ ଲେଖିଥିଲେ- 'ମୋର ଅଳସୁଆ ବାଳକ (My Very Own Lazy Boy)।' ସେପଟେ ଅର୍ଜୁନ ମଧ୍ୟ ଏହି ଷ୍ଟୋରୀକୁ ନିଜ ଇନଷ୍ଟାଗ୍ରାମରେ ଏକ ହ୍ବାଇଟ ହାର୍ଟ ଇମୋଜି ସହ ସେୟାର କରିଛନ୍ତି । ଯାହାକୁ ନେଇ ଏବେ ଫ୍ୟାନ୍ସ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେବା ସହ ମଲାଇକାଙ୍କୁ ସମାଲୋଚନା କରୁଛନ୍ତି ।

ଜଣେ ଲେଖିଛନ୍ତି, 50 ବର୍ଷ ବୟସରେ ଏପରି କାର୍ଯ୍ୟ ଲଜ୍ଜାଜନକ ଅଟେ । ଜଣେ ଲେଖିଛନ୍ତି, ତୁମେ ତୁମ ପୁଅକୁ କିପରି ମୁହଁ ଦେଖାଇବ । ଅନ୍ୟ ଜଣେ ଲେଖିଛନ୍ତି, ତୁମେ ତୁମର ଲଜ୍ଜାକୁ ସମ୍ପୂର୍ଣ୍ଣ ରୂପେ ବିକ୍ରି କରିଛ । ଅନ୍ୟପକ୍ଷରେ, ମଲାଇକା ଆରୋରା ବିଷୟରେ ଅନେକ ଲେଖିଛନ୍ତି ଯେ ଏତେ ଆଧୁନିକ ହେବାର କ’ଣ ? ଜଣେ ଲେଖିଛନ୍ତି, ମୁଁ ଏଥିପାଇଁ ମୋର ଇଣ୍ଟରନେଟ୍ ବିଲ୍ ଦେବି ନାହିଁ । ଅନ୍ୟ ଜଣେ ଲେଖିଛନ୍ତି, “ମୋର ଆଖି ବର୍ତ୍ତମାନ ସବୁଦିନ ପାଇଁ ନଷ୍ଟ ହୋଇଯାଇଛି ।” ଆଉ ଜଣେ ଲେଖିଛନ୍ତି “ଏହା ଏତେ ଖରାପ ! ଆପଣ ଏହା କାହିଁକି ପୋଷ୍ଟ କରିଛନ୍ତି !?!? ”।

ସୂଚନା ଥାଉ କି, ପୂର୍ବରୁ ମଲାଇକା ଅରବାଜ ଖାନଙ୍କୁ ବିବାହ କରିଥିଲେ। ସେମାନେ 2017ରେ ଉଭୟ ଅଲଗା ହୋଇଥିଲେ ଏବଂ ସେମାନଙ୍କର ପୁଅ ଅରହାନ ଖାନ ରହିଛନ୍ତି । ଅର୍ଜୁନ ଅରହାନଙ୍କ ସହ ମଧ୍ୟ ଭଲ ସମ୍ପର୍କ ଅଛି। ଏବଂ ବେଳେବେଳେ ମଲାଇକା ଏବଂ ତାଙ୍କ ପୁଅଙ୍କ ସହ ଏକାଠି ନଜର ଆସିଥାନ୍ତି । ପରେ ମଲାଇକା ଅର୍ଜୁନଙ୍କ ପ୍ରେମରେ ପଡିଥିଲେ । ବର୍ଷ ବର୍ଷ ଧରି ପରସ୍ପରକୁ ଡେଟିଂ କରିଆସୁଛନ୍ତି । ଏହି କପଲ 2019 ରେ ନିଜ ସମ୍ପର୍କକୁ ନେଇ ଇନଷ୍ଟାଗ୍ରାମରେ ଅଫିସିଆଲି ଘୋଷଣା କରିଥିଲେ । ମଲାଇକା ଅର୍ଜୁନଙ୍କ ମଧ୍ୟରେ 12ବର୍ଷର ପାର୍ଥକ୍ୟ ରହିଛି। ତେବେ ଉଭୟ କେବେ ବିବାହ କରିବେ ସେନେଇ ଏହି କପଲ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.