ହାଇଦ୍ରାବାଦ: କ୍ରିକେଟ ମୈଦାନରୁ ଏବେ ସିଧା ଫିଲ୍ମ ଦୁନିଆରେ ପାଦ ଦେଇଛନ୍ତି ମାହି। ଯଦିଓ ତାଙ୍କର ହିରୋ ହେବାର କୌଣସି ଯୋଜନା ନାହିଁ, କିନ୍ତୁ ସେ ନିଜର ଏକ ପ୍ରଡକ୍ସନ୍ ହାଉସ୍ (MS Dhoni Production House) ଲଞ୍ଚ କରିଛନ୍ତି । ମାହି ତାଙ୍କ ପ୍ରଡକ୍ସନ୍ ହାଉସର ନାମ 'ଧୋନି ଏଣ୍ଟରଟେନମେଣ୍ଟ' (Dhoni Entertainment) ରଖିଛନ୍ତି । ଲେଟସ୍ ସିନେମା (LetsCinema) ରବିବାର ଟ୍ୱିଟ୍ କରି ଏହି ସୂଚନା ଦେଇଛି । ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଧୋନି ନଜର ଆସିଛନ୍ତି ଏବଂ ତାଙ୍କ ପ୍ରଡକ୍ସନ୍ ହାଉସର ନାମ ମଧ୍ୟ ଅଛି ।
-
#LetsCinema EXCLUSIVE: Dhoni is launching his film production company in south ‘Dhoni Entertainment’ to produce films in Tamil, Telugu and Malayalam. pic.twitter.com/zgTxzdSynT
— LetsCinema (@letscinema) October 9, 2022 " class="align-text-top noRightClick twitterSection" data="
">#LetsCinema EXCLUSIVE: Dhoni is launching his film production company in south ‘Dhoni Entertainment’ to produce films in Tamil, Telugu and Malayalam. pic.twitter.com/zgTxzdSynT
— LetsCinema (@letscinema) October 9, 2022#LetsCinema EXCLUSIVE: Dhoni is launching his film production company in south ‘Dhoni Entertainment’ to produce films in Tamil, Telugu and Malayalam. pic.twitter.com/zgTxzdSynT
— LetsCinema (@letscinema) October 9, 2022
ଥାଲାପତି ବିଜୟଙ୍କ ସହ ଫିଲ୍ମ କରିପାରନ୍ତି ଧୋନି
ଏହି ଖବର ଦୀର୍ଘ ଦିନ ଧରି ଚାଲିଥିଲା ଯେ, ଧୋନି ବର୍ତ୍ତମାନ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି । ଥାଲା ନାଁରେ ପରିଚିତ ମାହି ଏବେ ସାଉଥ ଫିଲ୍ମ ତିଆରି କରିବେ । ଦକ୍ଷିଣ ସୁପରଷ୍ଟାର ଥାଲାପତି ବିଜୟଙ୍କ ସହ ସେ ଏକ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟରେ ମଧ୍ୟ ଦାବି କରାଯାଇଛି । କେବଳ ଏତିକି ନୁହେଁ ଧୋନି ଏହି ଫିଲ୍ମରେ ଏକ କ୍ୟାମିଓ ମଧ୍ୟ କରିପାରନ୍ତି ବୋଲି ଆଶା କରାଯାଉଛି। ଧୋନି ନିଜେ ସାଉଥ ସୁପରଷ୍ଟାର ବିଜୟଙ୍କୁ ଡାକି ଏହି ଫିଲ୍ମ କରିବାକୁ କହିଛନ୍ତି । ତେବେ ରିପୋର୍ଟରେ ଯାହା ଦାବି କରାଯାଇଥିଲା, ତାହା ସତ ହୋଇଛି । ବର୍ତ୍ତମାନ ଅପେକ୍ଷା ରହିଲା, କେବେ ଧୋନିଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ।
ମାହିଙ୍କ ଏହି ପ୍ରଡକ୍ସନ ହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ । ତେବେ ପ୍ରଡକ୍ସନ ହାଉସର ମାଲିକାନା ଧୋନୀ ଓ ତାଙ୍କ ପତ୍ନୀଙ୍କ ପାଖରେ ରହିବ । ସେହିପରି ବିକାଶ ହସିଜାଙ୍କୁ ପ୍ରଡକ୍ସନ ହାଉସର ମୁଖ୍ୟ ଭାବେ ଚୟନ କରାଯାଇଛି । ଉଲ୍ଲେଖଥାଉ କି, ଧୋନି 2008 ମସିହାରୁ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଦଳର ଅଧିନାୟକତ୍ୱ ପରିଚାଳନା କରୁଛନ୍ତି। ଏହି କାରଣରୁ ଧୋନି ଦକ୍ଷିଣରେ ମଧ୍ୟ ବହୁତ ପ୍ରସିଦ୍ଧ ।
ମାହି 15 ଅଗଷ୍ଟ 2020 ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ, କିନ୍ତୁ ତାଙ୍କୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିଛି । ସେ ଏବେ ମଧ୍ୟ ଚେନ୍ନାଇ ଦଳର ଅଧିନାୟକତ୍ୱ ପରିଚାଳନା କରୁଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଧୋନି ଆଇପିଏଲ 2023 ପରେ ଏହି ଲିଗରୁ ମଧ୍ୟ ଅବସର ନେଇପାରନ୍ତି।