ETV Bharat / entertainment

କ୍ରିଟିକ୍ସ ଚଏସ୍ ଆଓ୍ୱାର୍ଡ ହାତେଇବା ପରେ ରାମୋଜୀ ରାଓଙ୍କୁ କୃତଜ୍ଞତା ଜଣାଇଲେ MM KEERAVAANI - କ୍ରିଟିକ୍ସ ଚଏସ ଆଓ୍ବାର୍ଡ

କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ ହାତେଇବା ପରେ ରାମୋଜୀ ରାଓଙ୍କୁ କୃତଜ୍ଞତା ଜଣାଇଲେ ଏମଏମ କିରାଭାନୀ । ଆଜି ବିଦେଶୀ ଭାଷା ଚଳଚ୍ଚିତ୍ର ପାଇଁ RRRକୁ ମିଳିଛି କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ । ଅଧିକ ପଢନ୍ତୁ

ramoji rao
ramoji rao
author img

By

Published : Jan 16, 2023, 3:23 PM IST

ହାଇଦ୍ରାବାଦ: ଆଜି ପୁଣି ବାଜି ମାରିଛି ଏସ୍.ଏସ୍‌ ରାଜାମୌଲିଙ୍କ ଫିଲ୍ମ 'RRR' । ଏହି ଫିଲ୍ମ ବିଶ୍ବରେ ଭାରତର ନାଁକୁ ବିକଶିତ କରିଛି । ଲସ୍ ଆଞ୍ଜେଲସରେ ଆୟୋଜିତ ଆଓ୍ବାର୍ଡ ପ୍ରୋଗ୍ରାମରେ ବିଦେଶୀ ଭାଷା ଚଳଚ୍ଚିତ୍ର ପାଇଁ RRRକୁ ମିଳିଛି କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ । ଏହାସହ ନାଟୁନାଟୁ ଶ୍ରେଷ୍ଠ ଗୀତ ପୁରସ୍କାର ମିଳିଛି । ତେବେ ଏହାକୁ ନେଇ ଆଜି (ସୋମବାର) ନାଟୁ ନାଟୁ ଗୀତର କମ୍ପୋଜର ଏମଏମ କିରାଭାନୀ ରାମୋଜୀ ଗ୍ରୁପ ଅଫ୍ କମ୍ପାନୀର ଚେୟାରମ୍ୟାନ ରାମୋଜୀ ରାଓକୁ କୃତଜ୍ଞତା ଜଣାଇଛନ୍ତି । ଏନେଇ ସେ ଟ୍ବିଟ କରିଛନ୍ତି ।

  • Returning home after receiving 4 international awards for RRR including Golden Globe - with gratitude to Ramojirao garu & all the mentors who’d enriched my music by making me cross the boarders of Telugu states. Balachander sir, Bharathan Sir, Arjun Sarja and Bhatt Saab 🙏

    — mmkeeravaani (@mmkeeravaani) January 16, 2023 " class="align-text-top noRightClick twitterSection" data=" ">

ଗତ ଜାନୁଆରୀ ୧୧ ତାରିଖରେ ନାଟୁନାଟୁ ଗୀତକୁ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ମିଳିଥିଲା । ଗୋଲଡେନ୍ ଗ୍ଲୋବ ପୁରସ୍କାର 2023 ପୂର୍ବରୁ ନିର୍ଦ୍ଦେଶକ ଏସ୍ ରାଜାମୌଲି ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ନ୍ୟୁୟର୍କ ଚଳଚ୍ଚିତ୍ର ସମାଲୋଚକ ସର୍କଲ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଗ୍ରହଣ କରିଥିଲେ । ତେବେ ଆଜି ଲସ ଆଞ୍ଜେଲସରେ ଏହି ସମାରୋହ ଆୟୋଜିତ ହୋଇଥିବା ବେଳେ ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର ପାଇଁ କ୍ରିଟିକ୍ସ ଚଏସ ଆଓ୍ବାର୍ଡ ମିଳିଛି । ତେବେ ଏନେଇ କ୍ରିଟିକ୍ସ ଚଏସ ଆଓ୍ବାର୍ଡ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ନାଟୁ ନାଟୁ ପାଇଁ ଏମଏମ କିରାଭାନୀ ବେଷ୍ଟ ମ୍ୟୁଜିକ କୋର ଆଓ୍ବାର୍ଡ ପାଇଛନ୍ତି ।

ତେବେ ଏମଏମ କିରାଭାନୀ ନିଜ ହୃଦୟରୁ ଆଜି ରାମୋଜୀ ରାଓ ଏବଂ ଅନ୍ୟ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, "RRR ଫିଲ୍ମର ନାଟୁନାଟୁ ଗୀତ ୪ଟି ଅନ୍ତର୍ଜାତୀୟ ଆଓ୍ବାର୍ଡ ପାଇଛି । ସେଥିମଧ୍ୟରୁ ଗୋଟିଏ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ରହିଛି । ମୋ ଗୀତକୁ ତେଲୁଗୁ ରାଜ୍ୟରେ ରେକର୍ଡ ଭଲ ପାଇବା ଦେବାରେ ସାହାଯ୍ୟ କରିଥିବାରୁ ମୁଁ ରାମୋଜୀ ରାଓ ସାର ଏବଂ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଉଛି । ବାଲାଚାନ୍ଦର୍ ସାର୍, ଭାରତନ୍ ସାର୍, ଅର୍ଜୁନ ସରଜା ଏବଂ ଭଟ୍ଟ ସାବ୍ ସମସ୍ତଙ୍କୁ ଧନ୍ୟବାଦ ।"

  • The great James Cameron has watched RRR twice and gave feedback on my score !!! Ocean full of excitement ☺️☺️☺️ pic.twitter.com/3PrrhMUAIx

ଏହା ମଧ୍ୟ ପଢନ୍ତୁ: ବିଶ୍ବ ଦରବାରରେ ଚମକିଲା RRR, ବିଦେଶୀ ଭାଷା ଚଳଚ୍ଚିତ୍ର ପାଇଁ ହାତେଇଲା କ୍ରିଟିକ୍ସ ଚଏସ ଆଓ୍ବାର୍ଡ

ଅନ୍ୟପଟେ ଏମଏମ କିରାଭାନୀ ବର୍ଷିଆନ ହଲିଉଡ ନିର୍ଦ୍ଦେଶକ ଜେମ୍ସ କାମେରନଙ୍କ ସହ ଏକ ଫଟୋ ଟ୍ବଟରରେ ସେୟାର କରିଛନ୍ତି । ଏସ୍.ଏସ୍‌ ରାଜାମୌଲିଙ୍କ ଫିଲ୍ମ ମାଗନମର ଗୀତକୁ ସେ ପ୍ରଶଂସା କରିଥିଲେ । ସେ ଟ୍ବିଟକରି ଲେଖିଛନ୍ତି, "ହଲିଉଡ ନିର୍ଦ୍ଦେଶକ ଜେମ୍ସ କାମେରନ ଆରଆରଆରକୁ ୨ ଥର ଦେଖିବା ପରେ ମୋତେ ଫିଡବ୍ୟାକ ଦେଇଥିଲେ । ମୁଁ ଖୁସିରେ ପୁରା ବିଭୋର । ଚିରାଚରିତ ପାଶ୍ଚାତ୍ୟ ଚଳଚ୍ଚିତ୍ରର ସଙ୍ଗୀତ ଧାରାରେ ନପଡି ଆରଆରଆର ଚଳଚ୍ଚିତ୍ରରେ ଏକ ନିଆଁରା ତଥା ବିବିଧ ସଙ୍ଗୀତ ନିର୍ଦ୍ଦେଶନା ଶୁଣିବାକୁ ମିଳିଛି । ମୋ ସଙ୍ଗୀତ ନିର୍ଦ୍ଦେଶନାକୁ ସେ ପ୍ରଶଂସା କରିଛନ୍ତି ।"

  • And he complimented on how the music in RRR varies in the volume and body unlike in typical western movies. A great honour and recognition for my work ❤️🙏

ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ବ୍ୟତୀତ ରାମ ଚରଣ ଏବଂ ଆଲିଆ ଭଟ୍ଟ, ଶ୍ରୀୟା ସରନ, ଅଜୟ ଦେବଗନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ତେବେ RRR ହେଉଛି ଏକମାତ୍ର ଭାରତୀୟ ଚଳଚ୍ଚିତ୍ର, ଯାହା ଅନ୍ତର୍ଜାତୀୟ ପୁରସ୍କାର ବର୍ଗରେ ସ୍ଥାନ ପାଇଛି । ଔପନିବେଶିକ ଭାରତ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଏକ କାଳ୍ପନିକ କାହାଣୀ ଚିତ୍ରିତ ହୋଇଛି, ଯାହାକି ରାମ ଚରଣ ଏବଂ Jr NTR ବ୍ୟତୀତ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆଲିଆ ଏବଂ ଅଜୟ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଅଜୟ ଦେବଗନଙ୍କର ଏକ କ୍ୟାମିଓ ଥିଲା । ଏହି ସମୟରେ, ଆଲିଆ କିଛି ସମୟ ପାଇଁ ଫିଲ୍ମରେ ସ୍କ୍ରିନ୍ ସ୍ପେସ୍ ମଧ୍ୟ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.