ETV Bharat / entertainment

ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ: ତ୍ରିଶାଙ୍କୁ ସମର୍ଥନ କଲେ ଚିରଞ୍ଜୀବୀ, କ୍ଷମା ମାଗିବାକୁ ମନା କଲେ ମନସୁର - କ୍ଷମା ମାଗିବାକୁ ମନା କଲେ ମନସୁର

ତ୍ରିଶା କ୍ରିଷ୍ଣନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମନସୁର ଅଲ୍ଲୀ ଖାନ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଯେଉଁଥିରେ ସେ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି । ସେପଟେ ତ୍ରିଶାଙ୍କୁ ସମର୍ଥନ କରିଛନ୍ତି ମୋଗାଷ୍ଟାର ଚିରଞ୍ଜୀବୀ । ଅଧିକ ପଢନ୍ତୁ

ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ: ତ୍ରିଶାଙ୍କୁ ସମର୍ଥନ କଲେ ଚିରଞ୍ଜୀବୀ, କ୍ଷମା ମାଗିବାକୁ ମନା କଲେ ମନସୁର

author img

By ETV Bharat Odisha Team

Published : Nov 21, 2023, 3:43 PM IST

ହାଇଦ୍ରାବାଦ: ତ୍ରିଶା କ୍ରିଷ୍ଣନ ଏବଂ ମନସୁର ଅଲ୍ଲୀ ଖାନଙ୍କ ବିବାଦ ଘଟଣା । ମନସୁର ଅଲି ଖାନ କିଛି ଦିନ ତଳେ ଏକ ପ୍ରେସମିଟରେ ତ୍ରିଶା କ୍ରିଷ୍ଣନଙ୍କ ସହ ଦୁଷ୍କର୍ମ ସିନ୍‌କୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଯାହା ପରେ ତ୍ରିଶାଙ୍କ ବ୍ୟତୀତ ଅନେକ ସାଉଥ୍‌ ସେଲିବ୍ରିଟି ଏବଂ ସାଉଥ ଭାରତୀୟ କଳାକାର ସଂଘ (SIAA) ଘଟଣାକୁ ନେଇ ନିନ୍ଦା କରିଥିଲେ । ଏହାରି ମଧ୍ୟରେ ଏବେ ତ୍ରିଶାଙ୍କୁ ସମର୍ଥନ କରିଛନ୍ତି ସାଉଥ୍‌ ମୋଗାଷ୍ଟାର ଚିରଞ୍ଜୀବୀ । ସେପଟେ ଘଟଣା ନେଇ ଆଜି ନଭେମ୍ବର ୨୧ରେ ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମନସୁର । ସେ ଏଥିରେ କହିଛନ୍ତି ଯେ ସେ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିବେ ନାହିଁ ।

  • My attention was drawn to some reprehensible comments made by actor Mansoor Ali Khan about Trisha.

    The comments are distasteful and disgusting not just for an Artiste but for any woman or girl. These comments must be condemned in the strongest words. They reek of perversion.…

    — Chiranjeevi Konidela (@KChiruTweets) November 21, 2023 " class="align-text-top noRightClick twitterSection" data=" ">

ଘଟଣା ନେଇ ନାଦିଗର ସଙ୍ଗମ(ସାଉଥ ଇଣ୍ଡିଆନ୍ ଆର୍ଟିଷ୍ଟ ଆସୋସିଏସନ୍) ଦ୍ୱାରା ମନସୁରଙ୍କୁ ସାମୟିକ ଭାବେ ନିଷେଧାଦେଶ ଜାରି କରିଥିଲେ । ଏହାକୁ ନେଇ ବର୍ତ୍ତମାନ ମନସୁର ଆଉ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ କହିଛନ୍ତି, "ମୁଁ କାହାକୁ କ୍ଷମା ମାଗିବେ ନାହିଁ । ନାଦିଗର ସଙ୍ଗମ ଭୁଲ କରିଛନ୍ତି । ଯଦି ଏପରି ସମସ୍ୟା ଅଛି, ସେମାନେ ମୋ ଠାରୁ ସ୍ପଷ୍ଟୀକରଣ ମାଗିବା ଉଚିତ ଥିଲା । ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଏ ସମ୍ପର୍କରେ ପଚାରି ନାହାଁନ୍ତି । ସେ ମୋତେ ସ୍ପଷ୍ଟୀକରଣ ମାଗି ନାହାଁନ୍ତି । ଏହିପରି ଏକ ପ୍ରସଙ୍ଗରେ ସେମାନେ ମୋତେ ଡାକିଥାନ୍ତେ କିମ୍ବା ସ୍ପଷ୍ଟୀକରଣ ମାଗି ନୋଟିସ୍ ଜାରି କରିଥାଆନ୍ତେ । ଘଟଣା ନେଇ ଯାଞ୍ଚ କରିବା ଉଚିତ୍ ଥିଲା । କିନ୍ତୁ ଏହା କଲେ ନାହିଁ ।"

ମନସୁର ଆହୁରି କହିଛନ୍ତି,"ମୋ ବିରୋଧରେ ଥିବା ବିବୃତ୍ତି ପ୍ରତ୍ୟାହାର କରିବାକୁ ମୁଁ ନାଦିଗର ସଙ୍ଗମକୁ ଚାରି ଘଣ୍ଟା ସମୟ ଦେବି । ମୁଁ କ୍ଷମା ମାଗୁଥିବା ବ୍ୟକ୍ତିଙ୍କ ପରି ଦେଖାଯାଉଛି କି ଯେ ମୁଁ କ୍ଷମା ମାଗିବି । ଗଣମାଧ୍ୟମ ମୋ ବିରୁଦ୍ଧରେ ଯାହା ଚାହାଁନ୍ତି ତାହା ଲେଖିପାରିବେ । ଲୋକମାନେ ଜାଣନ୍ତି ମୁଁ କିଏ ? ମୋ ସହ ତାମିଲ ଲୋକଙ୍କ ସମର୍ଥନ ଅଛି । ଯେତେବେଳେ ମୋତେ ଏହା ଭୁଲ ବୋଲି ଲାଗିବ । ସେତେବେଳେ ମୁଁ ଏନେଇ କ୍ଷମା ମାଗିବି । ପୂର୍ବରୁ ମଧ୍ୟ ମନସୁର ଘଟଣା ନେଇ ସ୍ପଷ୍ଟୀକରଣ ଦେଇ କହିଥିଲେ, "ମୁଁ ତ୍ରିଶାଙ୍କ ପ୍ରଶଂସା କରିବା ସହ ଥଟ୍ଟାରେ ଏଭଳି ମନ୍ତବ୍ୟ ଦେଇଥିଲେ । ଅଜଥାରେ ଏହାକୁ ପ୍ରସଙ୍ଗ କରାଯାଇ ବିବାଦ ସୃଷ୍ଟି କରାଯାଉଛି । "

ସେପଟେ ଘଟଣା ନେଇ ଚିରଞ୍ଜୀବୀ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଭିନେତା ତ୍ରିଶାଙ୍କୁ ସମର୍ଥନ କରିଛନ୍ତି । କହିଛନ୍ତି ଯେ "ତ୍ରିଶାଙ୍କ ବିଷୟରେ ଅଭିନେତା ମନସୁର ଅଲି ଖାନଙ୍କ ଦ୍ୱାରା ଦିଆଯାଇଥିବା ଅପମାନଜନକ ମନ୍ତବ୍ୟ ମୋର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ମନ୍ତବ୍ୟ କେବଳ ଜଣେ କଳାକାରଙ୍କ ପାଇଁ ନୁହେଁ, ବରଂ କୌଣସି ମହିଳା କିମ୍ବା ଝିଅ ପାଇଁ ଘୃଣ୍ୟ ଅଟେ । ଏହି ମନ୍ତବ୍ୟଗୁଡ଼ିକୁ ଦୃଢ଼ ଭାବରେ ନିନ୍ଦିତ ହେବା ଉଚିତ୍ । ମୁଁ ତ୍ରିଶାଙ୍କ ସହ ଏବଂ ଏପରି ଅଶ୍ଳୀଳ ମନ୍ତବ୍ୟର ଶିକାର ହେଉଥିବା ପ୍ରତ୍ୟେକ ମହିଳାଙ୍କ ସହ ଛିଡ଼ା ହୋଇଛି ।"

ଏହା ମଧ୍ୟ ପଢନ୍ତୁ: ବିବାଦରେ ସାଉଥ ଅଭିନେତା ମନସୁର ଅଲ୍ଲୀ, ବୟାନ ପାଇଁ ବିଭିନ୍ନ ମହଲରୁ ନିନ୍ଦା

ସେପଟେ ଘଟଣାରେ ହସ୍ତକ୍ଷେପ କରିଛନ୍ତି NCW । ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଅଭିନେତା ମନସୁର ଅଲ୍ଲୀ ଖାନଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଜାତୀୟ ମହିଳା ଆୟୋଗ ଏକ୍ସରେ ଏକ ପୋଷ୍ଟ ସେୟାର କରି ଗଭୀର ଚିନ୍ତା ପ୍ରକଟ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଆଇପିସି ଧାରା ୫୦୯ B ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଆଇନ ଅନୁଯାୟୀ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଉଛୁ । ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ନିନ୍ଦା କରାଯିବା ଆବଶ୍ୟକ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.