ETV Bharat / entertainment

ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ: ମନସୁରଙ୍କ ବିରୋଧରେ ମାମଲା ରୁଜୁ - ତ୍ରିଶାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ମନସୁର

ମନସୁର ଅଲ୍ଲୀ ଖାନ ଏବଂ ତ୍ରିଶା କ୍ରିଷ୍ଣନଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନିକଟରେ ଅଭିନେତା ତ୍ରିଶା କ୍ରିଷ୍ଣନଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେଇ ଏବେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି ଅଭିନେତା । ଚେନ୍ନାଇର ଥାଉଜେଣ୍ଡ ଲାଇଟ୍ ପୋଲିସ୍ ଷ୍ଟେସନରେ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ

ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ: ମନସୁରଙ୍କ ବିରୋଧରେ ମାମଲା ରୁଜୁ କଲା ଚେନ୍ନାଇ ପୋଲିସ

author img

By ETV Bharat Odisha Team

Published : Nov 22, 2023, 4:06 PM IST

ଚେନ୍ନାଇ: ତ୍ରିଶା କ୍ରିଷ୍ଣନ ଏବଂ ମନସୁର ଅଲ୍ଲୀ ଖାନଙ୍କ ବିବାଦ ଘଟଣା । ତ୍ରିଶା କ୍ରିଷ୍ଣନଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ମନସୁର ଅଲ୍ଲୀ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହା ପରେ ଅଭିନେତା ପାଇଁ ଅଡୁଆ ବଢିବାରେ ଲାଗିଛି । ପ୍ରଥମେ କଡା ସମାଲୋଚନାର ସମ୍ମୁଖୀନ ପରେ ଏବେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି ଅଭିନେତା । ଏହି ଭାଇରାଲ ଭିଡିଓ ନେଇ ବର୍ତ୍ତମାନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଚେନ୍ନାଇ ନଗର ପୋଲିସ ।

  • A recent video has come to my notice where Mr.Mansoor Ali Khan has spoken about me in a vile and disgusting manner.I strongly condemn this and find it sexist,disrespectful,misogynistic,repulsive and in bad taste.He can keep wishing but I am grateful never to have shared screen…

    — Trish (@trishtrashers) November 18, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଘଟଣା ନେଇ ପୂର୍ବରୁ ଜାତୀୟ ମହିଳା ଆୟୋଗ(NCW) ହସ୍ତକ୍ଷେପ କରିଥିଲେ । ଚେନ୍ନାଇ ପୋଲିସକୁ ଅଭିନେତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶନାମା ଅନୁଯାୟୀ ଚେନ୍ନାଇର ଥାଉଜେଣ୍ଡ ପୋଲିସ୍ ଷ୍ଟେସନରେ ଧାରା ୩୫୪ A ଏବଂ ୫୦୯ B ଅନୁଯାୟୀ ମନସୁର ଅଲ୍ଲୀ ଖାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

  • The National Commission for Women is deeply concerned about the derogatory remarks made by actor Mansoor Ali Khan towards actress Trisha Krishna. We're taking suo motu in this matter directing the DGP to invoke IPC Section 509 B and other relevant laws.Such remarks normalize…

    — NCW (@NCWIndia) November 20, 2023 " class="align-text-top noRightClick twitterSection" data=" ">

ମନସୁର ଅଲି ଖାନଙ୍କ ବିବାଦୀୟ ମନ୍ତବ୍ୟ କ’ଣ ଥିଲା ?

ତ୍ରିଶା କ୍ରିଷ୍ଣନଙ୍କ ବିଷୟରେ ମନସୁର ଅଲ୍ଲୀ ଖାନ କହିଥିଲେ ଯେ, "ଯେତେବେଳେ ମୁଁ ଶୁଣିଲି ଯେ ମୁଁ ତ୍ରିଶାଙ୍କ ସହ ଅଭିନୟ କରୁଛି, ସେତେବେଳେ ମୁଁ ଭାବିଲି ଯେ ଫିଲ୍ମରେ ଏକ ବେଡରୁମ ସିନ ବି ରହିବ । ମୁଁ ଭାବିଲି ଯେ ମୁଁ ତାଙ୍କୁ ସେହିଭଳି ବେଡରୁମକୁ ନେଇପାରିବି । ଯେପରି ମୁଁ ମୋର ପୂର୍ବ ଚଳଚ୍ଚିତ୍ରରେ ଅନ୍ୟ ଅଭିନେତ୍ରୀମାନଙ୍କ ସହ କରୁଥିଲି । ମୁଁ ଅନେକ ଚଳଚ୍ଚିତ୍ରରେ ଏଭଳି ଅନେକ ଦୃଶ୍ୟ କରିସାରିଛି ଏବଂ ଏହା ମୋ ପାଇଁ କିଛି ନୂଆ ନୁହେଁ, କିନ୍ତୁ ହେଲେ ନିର୍ଦ୍ଦେଶକ ମୋତେ ଏହି ଭୂମିକା ନଦେଇ ଖଳନାୟକର ଭୂମିକା ଦେଲେ ।"

ଏହା ମଧ୍ୟ ପଢନ୍ତୁ: ତ୍ରିଶାଙ୍କୁ ସମର୍ଥନ କଲେ ଚିରଞ୍ଜୀବୀ, କ୍ଷମା ମାଗିବାକୁ ମନା କଲେ ମନସୁର

ଏହାର ଭିଡିଓ ଭାଇରାଲ ପରେ ତ୍ରିଶା ଏହାକୁ ନେଇ ଦୃଢ ନିନ୍ଦା କରିଥିଲେ । ପରେ ଲିଓ ନିର୍ଦ୍ଦେଶକ ଲୋକେଶ କନଗରାଜ, ଚିରଞ୍ଜୀବୀଙ୍କ ପରି ଅନେକ ସାଉଥ୍‌ ସେଲିବ୍ରିଟି ଏବଂ ସାଉଥ ଭାରତୀୟ କଳାକାର ସଂଘ (SIAA) ଘଟଣାକୁ ନେଇ ନିନ୍ଦା କରିଥିଲେ । ଏପରିକି ଜାତୀୟ ମହିଳା ଆୟୋଗ(NCW) ହସ୍ତକ୍ଷେପ କରିଥିଲେ । ପରେ ଏହାକୁ ନେଇ ମନସୁର ସ୍ପଷ୍ଟୀକରଣ ଦେଇ କହିଥିଲେ, "ମୁଁ ତ୍ରିଶାଙ୍କ ପ୍ରଶଂସା କରିବା ସହ ଥଟ୍ଟାରେ ଏଭଳି ମନ୍ତବ୍ୟ ଦେଇଥିଲେ । ଅଜଥାରେ ଏହାକୁ ପ୍ରସଙ୍ଗ କରାଯାଇ ବିବାଦ ସୃଷ୍ଟି କରାଯାଉଛି । ଏଥିସହ ସେ ଗତକାଲି ଏକ ପ୍ରେସମିଟରେ ନିଜର ଭୁଲ ନଥିବା ଦର୍ଶାଇ ଘଟଣା ନେଇ କାହାକୁ କ୍ଷମା ମାଗିବାକୁ ମଧ୍ୟ ମନା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.