ETV Bharat / entertainment

Parineeti-Raghav Wedding: ଉଦୟପୁର ପ୍ୟାଲେସ୍‌ରେ ପହଞ୍ଚୁଛନ୍ତି ଅତିଥି, ଡିଜାଇନରଙ୍କଠାରୁ ଆରମ୍ଭ କରି ରାଜନେତା ଆସିବେ ନଜର

ବଲିଉଡର ଲୋକପ୍ରିୟ ଫ୍ୟାଶନ୍ ଡିଜାଇନର ମନୀଷ ମଲହୋତ୍ରା ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଡ୍ଡାଙ୍କ ବିବାହ ପାଇଁ ଉଦୟପୁରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

Parineeti-Raghav Wedding
Parineeti-Raghav Wedding
author img

By ETV Bharat Odisha Team

Published : Sep 24, 2023, 12:57 PM IST

ହାଇଦ୍ରାବାଦ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରାଜନେତା ରାଘବ ଚଡ୍ଡା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଉ ମାତ୍ର କିଛି ସମୟର ଅପେକ୍ଷା । ଉଦୟପୁର ଲୀଲା ପ୍ୟାଲେସରେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଏହି ବିଶେଷ ଅବସରରେ ରାଜନୀତି ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ବମାନେ ଉଦୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏଥିରେ ବଲିଉଡର ଲୋକପ୍ରିୟ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ଆଜି ସକାଳେ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଡ୍ଡାଙ୍କ ବିବାହ ପାଇଁ ଉଦୟପୁରରେ ପହଞ୍ଚିଛନ୍ତି । ତାଙ୍କୁ ମୁମ୍ବାଇର ଏକ ଘରୋଇ ବିମାନ ବନ୍ଦରରେ ଷ୍ଟାଇଲିସ୍ ଲୁକରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ - Parineeti-Raghav Wedding: ସାତ ଜନ୍ମର ସାଥି ହେବେ ପରିଣୀତି-ରାଘବ, ନଜର ପକାନ୍ତୁ ବିବାହ ସୂଚୀ

ତେବେ ବିମାନବନ୍ଦର ଛାଡିବା ପୂର୍ବରୁ ମନୀଷ ମଲହୋତ୍ରା ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମନୀଷ ସେହି ପୋଷାକରେ ନଜର ଆସିଛନ୍ତି ଯେଉଁଥିରେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା​​ । ତେବେ ପରିଣୀତି ଚୋପ୍ରାଙ୍କ ବିବାହ ଲେହେଙ୍ଗା ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି । ଅନ୍ୟପଟେ ରାଘବ ଚଡ୍ଡା ତାଙ୍କ ଫ୍ୟାଶନ ଡିଜାଇନର୍ ପୱନ ସଚ୍ଚଦେବାଙ୍କ ଦ୍ୱାରା ପ୍ରସ୍ତୁତ ଶେରୱାନି ପିନ୍ଧିବାକୁ ଯାଉଛନ୍ତି । ସେପଟେ ପଞ୍ଜାବ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗତକାଲି ଉଦୟପୁରରେ ପହଞ୍ଚିଛନ୍ତି । ତାଙ୍କୁ ଉଭୟଙ୍କ ପକ୍ଷରୁ ରାଜସ୍ଥାନୀ ଶୈଳୀରେ ସ୍ବାଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ - Parineeti Chopra-Raghav Chadha wedding: ଚୁଡା ସେରିମନିରୁ ଆରମ୍ଭ ହେଲା ପରିଣୀତି-ରାଘବଙ୍କ ବିବାହ ରୀତିନୀତି

ପରିଣୀତି ଓ ରାଘବଙ୍କ ବିବାହ ସୂଚୀ :- ଦ୍ବିପହର 1ଟା ସମୟରେ ଆପ ସାସଂଦ ରାଘବ ଚଢାଙ୍କ ସେହେରାବାନ୍ଧି ସେରିମୋନି ଆରମ୍ଭ ହେବ । ଏହାପରେ ବାହାରିବେ ବରଯାତ୍ରୀ । ଏହାପରେ ଅପରାହ୍ନ 3ଟା ସମୟରେ ଜୟମାଳା ଅଦଳବଦଳ ହେବା ସହିତ ସାତଫେରା ନେଇ ସାତଜନ୍ମର ସାଥି ହେବେ ପରୀ ଏବଂ ରାଘବ । ଏହାସହ ଲିଲି ପ୍ୟାଲେସରେ ରାତି 8ଟା 30 ମିନିଟରୁ ଆରମ୍ଭ ହେବ ରିସେପସନ । ଏଥିରେ ପରିବାର ପରିଜନ, ଅନେକ ଷ୍ଟାର ଏବଂ ରାଜନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.