ETV Bharat / entertainment

Krishna Birth Anniversary: ବାପାଙ୍କ ଜନ୍ମବାର୍ଷିକୀରେ SSMB 28ର ପୋଷ୍ଟର ସେୟାର କଲେ ମହେଶ ବାବୁ

author img

By

Published : May 31, 2023, 2:01 PM IST

ପିତାଙ୍କ 80 ତମ ଜନ୍ମ ବାର୍ଷିକୀରେ ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କ ଆଗାମୀ ଚଳଚ୍ଚିତ୍ର SSMB 28ର ତାରକା ଏକ ଦମଦାର ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟର ସହ ପିତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ,

ପିତାଙ୍କ ଜନ୍ମ ବାର୍ଷିକୀରେ ଆଗାମୀ ଫିଲ୍ମ SSMB 28 ରୁ ଦମଦାର ପୋଷ୍ଟର ସେୟାର କଲେ ମହେଶ ବାବୁ

ହାଇଦ୍ରାବାଦ: ଟଲିଉଡର ପ୍ରିନ୍ସ କୁହାଯାଉଥିବା ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ ଆଜି ତାଙ୍କ ପିତା କୃଷ୍ଣଙ୍କ 80 ତମ ଜନ୍ମବାର୍ଷିକୀ ପାଳନ କରୁଛନ୍ତି । ମହେଶ ବାବୁଙ୍କ ପିତାଙ୍କର ଗତ ବର୍ଷ ନଭେମ୍ବର 15 (2022)ରେ ଦେହାନ୍ତ ହୋଇଥିଲା । ତେବେ ସୋସିଆଲ ମିଡିଆରେ ପିତାଙ୍କୁ ମନେ ପକାଇ ତାଙ୍କ ଜନ୍ମବାର୍ଷିକୀରେ ମହେଶ ନିଜ ଆଗାମୀ ଫିଲ୍ମ SSMB28 ରୁ ଦମଦାର ପୋଷ୍ଟର ରିଲିଜ କରିଛନ୍ତି । ଏଥିସହ ପିତାଙ୍କୁ ଏକ ବିଶେଷ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମହେଶଙ୍କ ପିତା କୃଷ୍ଣଙ୍କର 80 ତମ ଆଜି ହେଉଛି ଜନ୍ମ ବାର୍ଷିକୀ, ମେ 31, 1943ରେ ସେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ଜନ୍ମ ବାର୍ଷିକୀ ଅବସରରେ ମହେଶ ନିଜ ଇନଷ୍ଟାଗ୍ରାମରେ ତାଙ୍କ ଆଗାମୀ ଚଳଚ୍ଚିତ୍ର SSMB 28ର ନୂଆ ପୋଷ୍ଟର ସେୟାର କରିଥିବାବେଳେ ତାଙ୍କ ପିତାଙ୍କୁ ଏକ ବିଶେଷ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୋଷ୍ଟରରେ ମହେଶଙ୍କୁ କୁଲ ଲୁକରେ ଦେଖିବାକୁ ମିଳିଛି । ଅଭିନେତା ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆଜିର ଦିନ ହେଉଛି ସବୁଠାରୁ ବିଶେଷ ଦିନ, ଏହା ପିତାଙ୍କ ପାଇଁ ଏକ ବିଶେଷ ଉପହାର '।

ଏଥିସହ ଏହି ଅବସରରେ ପିତା ତଥା ସୁପରଷ୍ଟାର କୃଷ୍ଣଙ୍କ ସୁପରହିଟ୍ 1971 ଚଳଚ୍ଚିତ୍ର ମୋସାଗାଲାକୁ ମୋସାଗଡୁ 4K ଟେକ୍ନୋଲୋଜିରେ ସିନେମାହଲରେ ପୁନଃ ରିଲିଜ ହେବା ନେଇ ମହେଶ ସୂଚନା ଦେଇଛନ୍ତି । ମହେଶ ତାଙ୍କ ପ୍ରଶଂସକ ଏବଂ ତାଙ୍କ ପିତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି ।

ମହେଶ ଲେଖିଛନ୍ତି, "ମୁଁ ମୋର ପିତାଙ୍କ ସବୁଠାରୁ ବଡ ପ୍ରଶଂସକ । ପଦ୍ମାଳୟା ଷ୍ଟୁଡିଓ ବ୍ୟାନରରେ ସୁପରଷ୍ଟାର କୃଷ୍ଣ ଗାରୁଙ୍କ ଦ୍ୱାରା ନିର୍ମିତ ଅନେକ ମହାନ ଚଳଚ୍ଚିତ୍ର ମଧ୍ୟରେ ମୋସାଗାଲାକୁ ମୋସାଗାଡୁ ଅନ୍ୟତମ । ଯାହାର ଅର୍ଥ ହେଉଛି ବିଶେଷ ପ୍ରେମ ଏବଂ ପ୍ରଶଂସା । ନନ୍ନା ଗାରୁ ଜଣେ ସାହସୀ ବ୍ୟକ୍ତି ଥିଲେ । ଯିଏ ହଲିଉଡ ଭଳି ଏହି ତେଲୁଗୁ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ଏହା ବ୍ଲକବଷ୍ଟର ହୋଇଥିଲା । 22 ବର୍ଷ ପୂର୍ବେ ୱିଥ ହର୍ସେସ, ବନ୍ଧୁକ ଯୁଦ୍ଧ, ବିଶାଳ ସେଟିଂସମୂହ, ସୁନ୍ଦର ସ୍ଥାନ, ବିରାଟ କାଷ୍ଟ, କାଓବୟ ଗେଟଅପ୍, ଏବଂ ଅତ୍ୟଧିକ ବଜେଟରେ ନିର୍ମିତ ନାନ୍ନାଙ୍କ ଏହି ଚଳଚ୍ଚିତ୍ର କେବଳ ତେଲୁଗୁ ଦର୍ଶକଙ୍କ ପାଇଁ ନୁହେଁ ବରଂ ଇଂରାଜୀ, ହିନ୍ଦୀ, ତାମିଲ ଏବଂ ବଙ୍ଗାଳୀ ଭଳି ସମସ୍ତ ଭାଷାରେ 50ଟି ଦେଶରେ ପ୍ରଦର୍ଶିତ ହୋଇଥିଲା ।

ସୂଚନା ଥାଉ କି, ତ୍ରିବିକ୍ରମ ଶ୍ରୀନିବାସଙ୍କ ନିର୍ମିତ SSMB28 ଫିଲ୍ମରେ ସାଉଥ ଷ୍ଟାର ମହେଶ ବାବୁ ଧାମାକା କରିବାକୁ ଯାଉଛନ୍ତି । ମହେଶ ବାବୁଙ୍କ ବିପକ୍ଷରେ ସାଉଥ ଅଭିନେତ୍ରୀ ପୂଜା ହେଗଡେ ନଜର ଆସିବେ । ଏହି ସମୟରେ ଅଭିନେତ୍ରୀ ଶ୍ରୀଲିଲା ଏବଂ ଜଗପତି ବାବୁ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି 2024 ଜାନୁଆରୀ 13ରେ ମକର ସଂକ୍ରାନ୍ତି ଅବସରରେ ରିଲିଜ ହେବ । ତେବେ ତ୍ରିବିକ୍ରମ ଶ୍ରୀନିବାସ ଏହାପୂର୍ବରୁ 2020 ମସିହାରେ ଅଲୁ ଅର୍ଜୁନ ଏବଂ ପୂଜା ହେଗଡେଙ୍କ ସହ ଫିଲ୍ମ 'ଅଲା ବୈକୁଣ୍ଠରପୁରଲୋ' ନିର୍ମାଣ କରିଥିଲେ ଯାହାକି ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । ତେବେ ଏହା ମଧ୍ୟ ସେହିପରି ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.